ସୋରଡା, ୨୩।୨ : ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ଆଦିବାସୀ ବହୁଳ ଲାଉଖାଲ ଗ୍ରାମ ର ପଞ୍ଚାନନ ମଲ୍ଲିକ ଙ୍କ ୫ ଦିନ ହେବ ପତ୍ତା ମିଳିପାରୁନି I କାମ ଧନ୍ଦା ପାଇଁ ଦାଦନ ଖଟିବାକୁ ଯାଇ ଘରକୁ ଫେରି ନାହାନ୍ତି ପଞ୍ଚାନନ । ପରିବାର ଲୋକେ ଖୋଜାଖୋଜି କରି ନୟାନ୍ତ ହୋଇପଡିଛନ୍ତି ।
ପୁଅ ନାରାୟଣ ମଲ୍ଲିକଙ୍କ କହିବା ଅନୁଯାୟୀ ଗତ ସୋମବାର ଅର୍ଥାତ ୧୬ ତାରିଖରେ ପଞ୍ଚା ଓ ସେହି ଗ୍ରାମ ର ବାବୁଲା ମଲ୍ଲିକ, ଦିବାକର ସ୍ୱାଇଁ ୩ ଜଣ ଚେନାଇ ଅଭିମୁଖେ ବାହାରି ୧୭ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଚେନାଇ ରେ ପହଂଚିଥିଲେ । ସେଠାରେ ପହଂଚି ରୁମରେ ରହିଥିଲେ । ତେବେ ସେଠାରେ କୌଣସି କାରଣରୁ ପୁଣି ଗ୍ରାମକୁ ଫେରିଯିବାକୁ ମନସ୍ଥ କରି ବାବୁଲା ଓ ପଞ୍ଚା ବୁଧବାର ପୁଣି ସକାଳେ ଚେନାଇ ରୁ ବ୍ରହ୍ମପୁର ଟ୍ରେନ ରେ ବସିଥିଲେ । ଚେନାଇରୁ ୧୬୨ କିମି ରେନିଗୁଣ୍ଟା ଷ୍ଟେସନ ରେ ଟ୍ରେନ ରହିବା ପରେ କିଛି ଖିଆ ପିଆ କରିବାକୁ ଉଭୟେ ଓଲ୍ଲାହଇଥିଲେ । କିଛି ସମୟ ପରେ ବାବୁଲା ଆଉ ପଞ୍ଚା କୁ ପାଇନଥିଲା । ବହୁ ଖୋଜା ଖୋଜି କରି ଶେଷରେ ବାବୁଲା ୧୯ ତାରିଖରେ ରେନିଗୁଣ୍ଟା ରୁ ଟ୍ରେନରେ ଆସି ୨୦ ତାରିଖରେ ନିଜ ଗ୍ରାମରେ ସବୁ କଥା କହିଥିଲା । ଶନିବାର ପୁଣି ସୋରଡ଼ା ରୁ ବାବୁଲା ଓ ଅନ୍ୟ ସମ୍ପର୍କୀୟ ମାନେ ମିଶି ରେନିଗୁଣ୍ଟାକୁ ଯାଇ ସେଠାକାର ଷ୍ଟେସନ, ମେଡିକାଲ, ସିସି ଟିଭି ରେ ଖୋଜା ଖୋଜି କରିଥିଲେ। ସେଠାକାର ପୋଲିସ ଓ ସୋରଡ଼ା ପୋଲିସ କୁ ମଧ୍ୟ ବାବୁଲା ଏତଲା ଦେଇଛନ୍ତି ।ଇଞ୍ଜିନିଅର ସଂଗ୍ରାମ କେଶରୀ ମହାନ୍ତି ସାମାଜିକ ଗଣ ମାଧ୍ୟମ ଜରିଆରେ ସମସ୍ତ ଙ୍କୁ ସହଯୋଗ କାମନା କରିବା ସହ ପଞ୍ଚା ଙ୍କ ସନ୍ଧାନ ପାଇଲେ ତୁରନ୍ତ ସୂଚନା ଦେବାକୁ ନିବେଦନ କରିଛନ୍ତି