ସୋରଡା, ୮।୩ : ଦାଦନ ଖଟିବାକୁ ଯାଇ ସୋରଡ଼ା ବ୍ଲକ ଗୋପାଳପୁର ଶାସନ ପଞ୍ଚାୟତର ପୂର୍ବତନ ସରପଞ୍ଚ ପଞ୍ଚାନନ  ନିଖୋଜ ହେବାର ୨୩ ଦିନ ପରେ ଘରକୁ ଫେରିଛନ୍ତି I  ପଞ୍ଚାନନ ଗ୍ରାମକୁ ଫେରିଆସିଥିବାରୁ ପରିବାର ଓ ଗ୍ରାମରେ ଖୁସିର ଲହରୀ ଦେଖା ଦେଇଛି।

ପୁଅ ନାରାୟଣଙ୍କ କହିବା ଅନୁଯାୟୀ ଘଟଣା ଦିନ ରେନିଗୁଣ୍ଟା ଷ୍ଟେସନରେ ବାପାଙ୍କ ମୁଣ୍ଡରେ ଟିକେ ଆଘାତ ଲାଗିଥିଲା  ସେଠାକାର ଜିଆରପି ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇ ଔଷଧ ଲଗାଇ ଛାଡି ଥିଲେ I ସେତେବେଳକୁ ବାପା ପାଖରେ ବ୍ୟାଗ ପତ୍ର , ଟଙ୍କା , ପରିଚୟ ପତ୍ର କିଛି ନଥିଲା I ଭୁଲ ବଶତଃ ଏକ ଟ୍ରେନରେ ବସି ତିରୁପତି ପଳେଇଥିଲେ I ସେଠାରେ କିଛିଦିନ ରହିବା ପରେ ସେଠାକାର ଜନୈକ ଭଦ୍ର ବ୍ୟକ୍ତି ଟ୍ରେନରେ ଟିକେଟ କରାଇ ବ୍ରହ୍ମପୁର ପଠାଇଥିଲେ I ଆଜି ସକାଳୁ ସେ ବ୍ରହ୍ମପୁରରେ ପହଞ୍ଚିଇଲେ। ସେଠାରୁ ଘରକୁ ଆସିଥିଲେ।  

ପୁଅ ନାରାୟଣ ମଲ୍ଲିକଙ୍କ କହିବା ଅନୁଯାୟୀ ଗତ ୧୬ ତାରିଖରେ ପଞ୍ଚାନନ ଓ ସେହି ଗ୍ରାମ ର ବାବୁଲା ମଲ୍ଲିକ, ଦିବାକର ସ୍ୱାଇଁ ୧୭ ତାରିଖ ମଙ୍ଗଳବାର ସନ୍ଧ୍ୟାରେ ଚେନ୍ନାରେ ପହଂଚିଥିଲେ । ସେଠାରେ ପହଞ୍ଚି ରୁମରେ ରହିଥିଲେ । ତେବେ ସେଠାରେ କୌଣସି କାରଣରୁ ପୁଣି ଗ୍ରାମକୁ ଫେରିଯିବାକୁ ମନସ୍ଥ କରି ବାବୁଲା ଓ ପଞ୍ଚାନନ ବୁଧବାର ପୁଣି ସକାଳେ ଚେନାଇ ରୁ ବ୍ରହ୍ମପୁର ଟ୍ରେନରେ ବସିଥିଲେ । ଚେନାଇରୁ ୧୬୨ କିମି ରେନିଗୁଣ୍ଟା ଷ୍ଟେସନରେ ଟ୍ରେନ ରହିବା ପରେ କିଛି ଖିଆ ପିଆ କରିବାକୁ ଉଭୟେ ଓଲ୍ଲାଇଥିଲେ । କିଛି ସମୟ ପରେ ବାବୁଲା ଆଉ ପଞ୍ଚାନନକୁ ପାଇନଥିଲା । ବହୁ ଖୋଜା ଖୋଜି କରି ଶେଷରେ ବାବୁଲା ୧୯ ତାରିଖରେ ରେନିଗୁଣ୍ଟା ରୁ ଟ୍ରେନରେ ଆସି ୨୦ ତାରିଖରେ ନିଜ ଗ୍ରାମରେ ସବୁ କଥା କହିଥିଲା । ଶନିବାର ପୁଣି ସୋରଡ଼ା ରୁ ବାବୁଲା ଓ ଅନ୍ୟ ସମ୍ପର୍କୀୟ ମାନେ ମିଶି ରେନିଗୁଣ୍ଟାକୁ ଯାଇ ସେଠାକାର ଷ୍ଟେସନ, ମେଡିକାଲ, ସିସି ଟିଭି ରେ ଖୋଜା ଖୋଜି କରି ନିରାଶରେ ଫେରିଥିଲେ Iସେଠାକାର ପୋଲିସ ଓ ସୋରଡ଼ା ପୋଲିସ କୁ ମଧ୍ୟ ବାବୁଲା ଏତଲା ଦେଇଥିଲେ । ଇଞ୍ଜିନିୟର ସଂଗ୍ରାମ କେଶରୀ ମହାନ୍ତି ସାମାଜିକ ଗଣ ମାଧ୍ୟମ ଜରିଆରେ ସମସ୍ତ ଙ୍କୁ ସହଯୋଗ କାମନା କରିବା ସହ ପଞ୍ଚା ଙ୍କ ସନ୍ଧାନ ପାଇଲେ ତୁରନ୍ତ ସୂଚନା ଦେବାକୁ ନିବେଦନ କରିଥିଲେ ।ପଞ୍ଚାନନ ଫେରି ଆସିଥିବାରୁ ଇଞ୍ଜିନିୟର ସଂଗ୍ରାମ କେଶରୀ ମହାନ୍ତି ତିରୁପତି ଠାକୁରଙ୍କ କୃପାରୁ ପଞ୍ଚା ପୁଣି ଫେରିଲେ ବୋଲି କହିଛନ୍ତି I