ପ୍ରମୂଖ ଖବର
  • ଯାତ୍ରା କଳିରେ ପଡିଲା ଯବନିକା, ୫ ବର୍ଷ ରହିବି ବର୍ଷେ ପରେ ମଞ୍ଚରେ ଚଢିବି କହିଲେ ପୀୟୂଷ
  • ||
  • ମହାକାଶକୁ ଉଡ଼ାଣ ଭରିବେ ଶୁଭାଂଶୁ ଶୁକ୍ଳା; ୬ ଥର ଘୁଞ୍ଚିଲା ପରେ ଆସନ୍ତାକାଲି ଲଞ୍ଚ ହେବ ଆକ୍ସିଓମ୍‌-୪ ମିଶନ୍
  • ||
  • ଗଞ୍ଜାମ: ୨ ଦଳିତଙ୍କୁ ଲଣ୍ଡା କରି ଆଣ୍ଠେଇ ଚଲାଇବା ମାମଲା, ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟି
  • ||
  • ବୁଧବାର BMC କର୍ପୋରେସନ ବୈଠକ: ଏକାଧିକ ପ୍ରସ୍ତାବରେ ବାଜିବ ମୋହର, ଉଠିବ ଜଳବନ୍ଦୀ ଓ ଡେଙ୍ଗୁ ପ୍ରସଙ୍ଗ
  • ||
  • ପାଟନାରେ ପୂର୍ବାଞ୍ଚଳ ଶକ୍ତି ମନ୍ତ୍ରୀ ସମ୍ମିଳନୀ, ଆଜି ଯୋଗ ଦେବେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ
  • ||
  • ମହାପ୍ରଭୁଙ୍କୁ ଲାଗି ହେବା ପୂର୍ବରୁ ଦଶମୂଳ ମୋଦକ ଚୋରି, ମାରା ମହୌଷଧି ଶ୍ରୀଜିଉଙ୍କୁ ଲାଗି ହେଲା କିପରି ?
  • ||
  • ଗୋପାଳପୁର ଗଣଦୁଷ୍କର୍ମ ମାମଲା, ୬ ଅଭିଯୁକ୍ତଙ୍କୁ ଦିନିକିଆ ରିମାଣ୍ଡରେ ନେବ କ୍ରାଇମ୍‌ବ୍ରାଞ୍ଚ
  • ||
  • କେନ୍ଦୁଝର: ଟ୍ରକ୍ ପଛରେ ପିଟିହେଲା କନ୍ୟାଯାତ୍ରୀ ବସ୍, ଜଣେ ମୃତ ୧୩ ଗୁରୁତର
  • ||
  • ଇରାନ୍-ଇସ୍ରାଏଲ୍ ଯୁଦ୍ଧ ନେଇ ଟ୍ରମ୍ପ୍‌ଙ୍କ ବଡ଼ ଘୋଷଣା, ୧୨ ଦିନ ପରେ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ଘୋଷଣା
  • ||
  • ଘୂର୍ଣ୍ଣିବଳୟ ପ୍ରଭାବରେ ଲଗାଣ ବର୍ଷା: ସପ୍ତାହେ ଯାଏ ପ୍ରବଳ ଛେଚିବ,୨୫ରେ ୩ଟି,୨୬ରେ ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ପୂର୍ବତନ ସେବି ମୁଖ୍ୟ ମାଧବୀ ବୁଚଙ୍କୁ ଆଶ୍ୱସ୍ତି, କ୍ଲିନ୍ ଚିଟ୍ ଦେଲେ ଲୋକପାଳ

Published By : Tapas Panda | May 28, 2025 10:32 PM

Image Courtesy: indiatoday

ନୂଆଦିଲ୍ଲୀ: ପୂର୍ବତନ ସେବି ମୁଖ୍ୟ ମାଧବୀ ପୁରୀ ବୁଚଙ୍କୁ ଲୋକପାଳ ବଡ଼ ଆଶ୍ୱସ୍ତି ଦେଇଛନ୍ତି । କଥିତ ଦୁର୍ନୀତି ମାମଲାକୁ ଶେଷ କରି ଲୋକପାଳ କହିଛନ୍ତି ଯେ, ମାଧବୀ ପୁରୀ ବୁଚଙ୍କ ବିରୋଧରେ କୌଣସି ଭୁଲ କାମର ପ୍ରମାଣ ନାହିଁ । ଏହାସହ ଲୋକପାଳ କହିଛନ୍ତି ଯେ ବୁଚଙ୍କ ବିରୋଧରେ ଅଭିଯୋଗ ସମ୍ପୂର୍ଣ୍ଣ ରାଜନୀତି ପ୍ରଣୋଦିତ । ଲୋକପାଳ କହିଛନ୍ତି ଯେ, ଅଭିଯୋଗଗୁଡ଼ିକ ସମ୍ପୂର୍ଣ୍ଣ ଭାବରେ ଅନୁମାନ ଉପରେ ଆଧାରିତ ଏବଂ ଏହାକୁ ସମର୍ଥନ କରିବା ପାଇଁ କୌଣସି ଠୋସ୍ ପ୍ରମାଣ ନାହିଁ। 

ଲୋକପାଳ ଅଧ୍ୟକ୍ଷ ଜଷ୍ଟିସ୍ ଏଏମ୍ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ଛଅ ଜଣିଆ ଖଣ୍ଡପୀଠ ଆଦେଶରେ ସ୍ୱୀକାର କରିଛନ୍ତି ଯେ, ଅଭିଯୋଗଗୁଡ଼ିକର ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ କୌଣସି ପ୍ରମାଣ ନାହିଁ । ଅଭିଯୋଗଗୁଡ଼ିକ ଭିତ୍ତିହୀନ, ଅପ୍ରମାଣିତ ଏବଂ ପ୍ରାୟତଃ ଅର୍ଥହୀନ।

ଲୋକପାଳ ଉଲ୍ଲେଖ କରିଛନ୍ତି ଯେ, ବୁଚ୍ ଯେତେବେଳେ SEBIରେ ଦାୟିତ୍ୱ ଗ୍ରହଣ କରିଥିଲେ, ସେ AAPLରେ ତାଙ୍କର ସେୟାର ଏବଂ ତାଙ୍କ ସ୍ୱାମୀଙ୍କ ସପକ୍ଷରେ କରାଯାଇଥିବା ସ୍ଥାନାନ୍ତର ବିଷୟରେ ପ୍ରକାଶ କରିଥିଲେ । ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସେ AAPL ବ୍ୟାନରରେ ତାଙ୍କର ପରାମର୍ଶ କାର୍ଯ୍ୟ ଜାରି ରଖିଥିବାର କୌଣସି ସୂଚନା ନାହିଁ । 

ବୁଚ୍‌ଙ୍କ ବିରୁଦ୍ଧରେ ଅଭିଯୋଗ କେବଳ ହିଣ୍ଡେନବର୍ଗ ରିପୋର୍ଟ ଉପରେ ଆଧାରିତ, ଅଭିଯୋଗକାରୀମାନେ ଅଭିଯୋଗଗୁଡ଼ିକୁ ପ୍ରମାଣିତ କରିବା ପାଇଁ କୌଣସି ଠୋସ୍ ପ୍ରମାଣ ଉପସ୍ଥାପନ କରିବାରେ ବିଫଳ ହୋଇଛନ୍ତି । ଲୋକପାଳ ଆଦେଶରେ କହିଛନ୍ତି ଯେ ଏହାକୁ ଦୃଷ୍ଟିରେ ରଖି, ଏହି ଅଭିଯୋଗଗୁଡ଼ିକର ସମାଧାନ କରାଯାଇଛି ।

ଆମେରିକାର ହିଣ୍ଡେନବର୍ଗ ରିସର୍ଚ୍ଚ ଅଭିଯୋଗ ଆଣିଥିଲା ଯେ, ସେବି ମୁଖ୍ୟ ଏବଂ ତାଙ୍କ ସ୍ୱାମୀଙ୍କର ଅଫଶୋର ପାଣ୍ଠିରେ ନିବେଶ ଅଛି ଯାହା ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀ ସହିତ ଜଡିତ; ସେବି ଏହି ଗୋଷ୍ଠୀ ବିରୁଦ୍ଧରେ ଅଭିଯୋଗଗୁଡ଼ିକର ତଦନ୍ତ କରୁଥିଲା। ତିନୋଟି ମଧ୍ୟରୁ ଗୋଟିଏ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ର ଦାୟର କରିଥିଲେ।

ଲୋକପାଳ କହିଛନ୍ତି, ‘ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିଛୁ ଯେ, ଅଭିଯୋଗ (ଗୁଡ଼ିକ) ଅନୁମାନ ଉପରେ ଆଧାରିତ । କୌଣସି ତଦନ୍ତ ଯୋଗ୍ୟ ତଥ୍ୟ ନାହିଁ । ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ କୌଣସି ଉପାଦାନ ନାହିଁ, ଯାହା ଦ୍ୱାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇପାରିବ ।

 ଉଲ୍ଲେଖଯୋଗ୍ୟ ଯେ, ଗତ ଏପ୍ରିଲରେ ମାଧବୀ ବୁଚ୍ ପୁରୀଙ୍କୁ ବମ୍ୱେ ହାଇକୋର୍ଟ ଆଶ୍ୱସ୍ତି ଦେଇଥିଲେ । କୋର୍ଟ ସେୟାର ବଜାରରେ କଥିତ ଜାଲିଆତି ଓ ନିୟମ ଉଲ୍ଲଂଘନ ପାଇଁ ଏଫଆଇଆର୍ ରୁଜୁ ଆଦେଶ ନେଇ ସ୍ୱତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ୍ ଅବଧିକୁ ବଢାଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.