ଭୁବନେଶ୍ବର,୧୩।୧୧ : ସରକାରୀ ଅର୍ଥ ହେରଫେର ଅଭିଯୋଗରେ ପାଟଣାଗଡ ବ୍ଲକ ପାଣ୍ଡାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଭିଜିଲାନ୍ସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ପାଣ୍ଡାମୁଣ୍ଡା ପ୍ରାଥମିକ କୃଷି ସମବାୟ ସମିତିର ପୂର୍ବତନ ସମ୍ପାଦକ କୁଶଧ୍ବଜ ସାହୁ ।
ସରକାରୀ ରେକର୍ଡରେ ହେରଫେର କରି ୮ ଲକ୍ଷ ୩୪ ହଜାର ୪୮୯ ଟଙ୍କା ସରକାରୀ ଅର୍ଥ ଆତ୍ମସାତ ହୋଇଥିବା ଭିଜିଲାନ୍ସ ତଦନ୍ତ ବେଳେ ଜାଣିବାକୁ ପାଇଛି। ଶ୍ରୀ ସାହୁ ଆର୍ଥିକ ବର୍ଷ ୨୦୧୮-୧୯ର ଆରମ୍ଭ ବାଲାନ୍ସରେ ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ବାଲାନ୍ସ ପରିମାଣକୁ ଠିକ ଭାବେ ଦର୍ଶାଇ ନ ଥିଲେ। ଶ୍ରୀ ସାହୁଙ୍କୁ ଗିରଫ କରି ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି।