ପ୍ରମୂଖ ଖବର
  • ଗୋରୁ ବୋଝଇ ପିକଅପ୍‌କୁ ଗୋଡ଼ାଇ ଗୋଡ଼ାଇ ଧରିଲା ପୁଲିସ: ୬ ଗୋରୁ ଉଦ୍ଧାର, ଡ୍ରାଇଭର ଓ ହେଲପର୍‌ ଫେରାର
  • ||
  • ବଜ୍ରପାତରେ CRPF ଡେପୁଟି କମାଣ୍ଡାଣ୍ଟ ମୃତ, ୩ ଯବାନ ଗୁରୁତର
  • ||
  • ଅନୁଗୁଳ ଅବକାରୀ ବିଭାଗକୁ ବଡ଼ ସଫଳତା; ୨୨ ଗ୍ରାମ ବ୍ରାଉନସୁଗର ଜବତ, ଜଣେ ଗିରଫ
  • ||

ବଜ୍ରାଘାତରେ ଚାଲିଗଲା ୪ ଗୋରୁଙ୍କ ଜୀବନ; କ୍ଷତିପୂରଣ ଦାବି କଲେ ଚାଷୀ

Published By : Prameya | May 16, 2025 9:27 PM

ଦଶପଲ୍ଲା,୧୬/୦୫: ଶୁକ୍ରବାର ଅପରାହ୍ନ ତିନିଟା ସମୟରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାର କରାଳ ରୁପ ଦେଖାଇଥିଲା। ବର୍ଷା ପବନ ବିଜୁଳି ଘଡ଼ଘଡ଼ି ଯୋଗୁ ଅନେକ କ୍ଷୟକ୍ଷ୍ତ ହୋଇଥିବା ସୂଚନା ମିଳିଛି। ତେବେ ବଜ୍ରପାତରେ ୪ ଟି ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁଚନାଅନୁସାରେ, ଦଶପଲ୍ଲା ବ୍ଲକ୍  ଟାକରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାଙ୍କତଇଳା ଗାଁ ନିକଟରେ ଏକ ମହୁଲ ଗଛ ମୂଳରେ ଉପେନ୍ଦ୍ର ଭୋଇ,ସୁଶାନ୍ତ ଭୋଇ ଓ ପ୍ରଶାନ୍ତ ଭୋଇଙ୍କ ୪ଟି ଗୋରୁ ଶୋଇଥିବା ଅବସ୍ଥାରେ ହଠାତ୍ ବଜ୍ରପାତ ହେବାରୁ ମୃତ୍ୟୁ ହୋଇଥିଲା। ତେବେ ଚଳିତ ବର୍ଷ କାଳବୈଶାଖି ଓ ବଜ୍ରାଘାତରେ ଦଶପଲ୍ଲା ଅଞ୍ଚଳରେ ଅନେକ ଗାଇଗୋରୁଙ୍କ ମତ୍ୟୁ ହୋଇଥିବାବେଳେ , ଅଦ୍ୟାବଧି ଚାଷୀମାନଙ୍କୁ କୈଣଷି କ୍ଷତିପୂରଣ ମିଳିନାହିଁ। ଯାହା ଦ୍ଵାରା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଉପରିସ୍ଥ ଅଧିକାରୀ ଏ ଦିଗରେ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.