ପ୍ରମୂଖ ଖବର
  • ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ କଲେ ମୁଖ୍ୟମନ୍ତ୍ରୀ: କହିଲେ ଓଡ଼ିଶା ସହ ବଢିବ ସମ୍ପର୍କ, ବଢିବ ପୁଞ୍ଜି ନିବେଶ
  • ||
  • ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ଫାଇଲ୍‌ ଏବଂ ରେକର୍ଡ
  • ||
  • ଅଲକାଦିର ଟ୍ରଷ୍ଟ ଭ୍ରଷ୍ଟାଚାର ମାମଲା : ଇମରାନଙ୍କୁ ୧୪ ଏବଂ ପତ୍ନୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ
  • ||
  • ଶିମିଳିପାଳ ଜଗିବେ ୧ ପ୍ଳାଟୁନ୍‌ ପୁଲିସ, ଶିକାରୀ ପ୍ରବଣ ଗ୍ରାମରେ ହେବ ପାଟ୍ରୋଲିଂ
  • ||
  • କଟକ : ନବ ଦାସ ହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ମାମଲା ରୁଜୁ
  • ||
  • ଭୁବନେଶ୍ୱର : ଭଙ୍ଗାହେଲା ବୈକୁଣ୍ଠ ଧାମ, ଆଶ୍ରମ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା
  • ||
  • ରାୟଗଡ଼ା : ଧୁମାଗୁଡ଼ା ଗାଁରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଶନିବାର ଦିନିକିଆ ରାୟଗଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ସମ୍ୱଲପୁର : ନବଦାସଙ୍କ ଭାଇଙ୍କ ଘରେ ବଡ଼ ଧରଣର ରେଡ୍‌, ତନାଘନା କରୁଛି ଆୟକର ଟିମ୍‌
  • ||
  • ଗଞ୍ଜାମ : କେନାଲରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ବଢିଲା ପାରିଶ୍ରମିକ, ଏବେ ମିଳିବ ୧୬ ହଜାର
  • ||
  • ଚାନ୍ଦବାଲି : ଗ୍ରାହକଙ୍କ ଆକାଉଣ୍ଟରୁ ଆପେ ଆପେ ଗୋଲ୍ ହେଉଛି ଟଙ୍କା, ଚିନ୍ତାରେ ଗ୍ରାହକ
  • ||
  • ଦିଗପହଣ୍ଡି : ଦ୍ରୁତଗତିରେ ଆସି ଓଲଟିଲା କଣ୍ଟେନର: ଅଳ୍ପକେ ବର୍ତ୍ତିଲେ ଲୋକେ, ଡ୍ରାଇଭର ଗିରଫ
  • ||
  • ଜମ୍ମୁ-କାଶ୍ମୀରରେ ରହସ୍ୟମୟ ରୋଗରେ ୧୫ ଶିଶୁ ମୃତ, ତଦନ୍ତ ଲାଗି ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ
  • ||
  • ରାଜଧାନୀରେ ପହଞ୍ଚିଲେ ସିଙ୍ଗାପୁର ରାଷ୍ଟ୍ରପତି,ଏୟାରପୋର୍ଟରେ ଭବ୍ୟ ସ୍ବାଗତ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ
  • ||

ଗୋଟିଏ ଦିନରେ ଏହି ୪ ଷ୍ଟାର କ୍ରିକେଟରଙ୍କ ଜନ୍ମଦିନ, ଛୁଟିଲା ଶୁଭେଚ୍ଛା

Published By : Ankita S | December 6, 2024 9:39 AM

ନୂଆଦିଲ୍ଲୀ,୦୬/୧୨: କ୍ରିକେଟ ଜଗତ ପାଇଁ ଡିସେମ୍ବର ୬ ତାରିଖ ବହୁତ ଖାସ୍ । ଏହି ଦିନ କେବଳ ଜଣେ ନୁହଁନ୍ତି ବରଂ ୪ ଜଣ ଷ୍ଟାର କ୍ରିକେଟରଙ୍କ ଜନ୍ମଦିନ । ଏହି ଲିଷ୍ଟରେ ଭାରତର ଷ୍ଟାର କ୍ରିକେଟର ଯଶପ୍ରୀତ ବୁମରା, ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା, ଶ୍ରେୟାସ ଆୟର ଓ ଆରପି ସିଂହ ରହିଛନ୍ତି । ଏହି ୪ ଖେଳାଳି ଜଣଙ୍କଠୁ ବଳି ଜଣେ । ନିଜ ନିଜ ଦକ୍ଷତାରେ ସଫଳ ସାବ୍ୟସ୍ତ ହୋଇଛନ୍ତି ଏହି ୪ ଷ୍ଟାର ପ୍ଲେୟାର । ଭାରତୀୟ କ୍ରିକେଟର ଗର୍ବ ଓ ଗୌରବ ୪ ଖେଳାଳି ଗୋଟିଏ ଦିନରେ ଜନ୍ମଦିନ ପାଳିଛନ୍ତି । ଫ୍ୟାନ୍ସଙ୍କ ନିକଟରୁ କ୍ରିକେଟରଙ୍କୁ ଛୁଟିଛି ଶୁଭେଚ୍ଛା ।

ଯଶପ୍ରୀତ ବୁମରା- ବୁମ୍ ବୁମ୍ ବୁମରା ଟ୍ୟାଗ ପାଇଥିବା ଷ୍ଟାର କ୍ରିକେଟର ଯଶପ୍ରୀତ ବୁମରା ୩୧ ବର୍ଷରେ ପାଦ ଥାପିଛନ୍ତି । ୟର୍କର କିଙ୍ଗ ବୁମରା ସବୁ ଫର୍ମାଟରେ ଜଣେ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି । ବିସିସିଆଇର ଏ ପ୍ଲସ ଗ୍ରେଡ ପ୍ଲେୟାର ବୁମରା ୧୯୯୩ ମସିହା ଆଜିର ଦିନରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମଗ୍ରହଣ କରିଥିଲେ । ୨୦୧୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ବାଇଟ ବଲରେ ଡେବ୍ୟୁ କରିଥିଲେ । ସେହି ବର୍ଷ ଟି-ଟ୍ବେଣ୍ଟିରେ ମଧ୍ୟ ପଦାର୍ପଣ କରିଥିଲେ । ଏହାର ଦୁଇବର୍ଷ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ସ୍କ୍ବାର୍ଡରେ ସିଲେକ୍ଟ ହୋଇଥିଲେ । ସବୁ ଫର୍ମାରେ ଚମତ୍କାର ପେସର ଭାବେ ନିଜକୁ ସାବ୍ୟସ୍ତ କରିବା ନେଇ ବେଶୀ ସମୟ ନେଇନଥିଲେ ବୁମରା ।  ୨୦୦ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ୪୧୯ଟି ୱିକେଟ ନେଇଛନ୍ତି । ୨୦୨୪ ଆଇସିସି ପୁରୁଷ ଟି-ଟ୍ବେଣ୍ଟି ବିଶ୍ବକପ ବିଜୟୀ ଭାରତୀୟ କ୍ରିକେଟର ବୁମରା ବର୍ତ୍ତମାନ ଆଇସିସି ର୍ୟାଙ୍କିରେ ନମ୍ବର ୱାନ ବୋଲର ହୋଇଛନ୍ତି । ୨୦୨୪ ଆଇସିସି ଟି-ଟ୍ବେଣ୍ଟି ବିଶ୍ବକପ ବିଜୟୀ ଭାରତର ପ୍ଲାୟର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ ବୁମରା ।

ରବୀନ୍ଦ୍ର ଜାଡେଜା-  ୩୬ ବର୍ଷରେ ପାଦ ଥାପିଛନ୍ତି ଭାରତୀୟ କ୍ରିକେଟର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ସାର୍ ଜାଡେଜା ଟ୍ୟାଗ ପାଇଥିବା ରବୀନ୍ଦ୍ର ଭାରତୀୟ ଦଳର ସବୁଠୁ ବଡ ମ୍ୟାଚ ୱିନେକ ପ୍ଲେୟାର । ୭୭ଟି ଟେଷ୍ଟ ମ୍ୟାଚ ଖେଳି ୩୧୯ ୱିକେଟ ହାସଲ କରିଛନ୍ତି । ୩୨୩୫ ରନ କରିଛନ୍ତି । ମୋଟ ୩୪୮ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳି ସେଥିରେ ୬୫୦୬ ରନ ହାସଲ କରିଛନ୍ତି ସାର୍ ଜାଡେଜା । ଏହା ସହିତ ମୋଟ ୫୯୩ଟି ୱିକେଟ ନେଇଛନ୍ତି । ୨୦୧୩ ଆଇସିସି ଚମ୍ପିଆନ୍ସ ଟ୍ରଫି ଓ ୨୦୨୪ ଆଇସିସି ପୁରୁଷ ଟି-ଟ୍ବେଣ୍ଟି କପ ବିଜେତା ଭାରତୀୟ ଦଳରେ ସାମିଲ ଥିଲେ ଜାଡେଜା । ଭାରତର ଘାତକ ବାମହାତୀ ସ୍ପିନର ଜାଡେଜା ବ୍ୟାଟିଂ ଓ ଫିଲ୍ଡିଂରେ ଦମଦାର ପ୍ରଦର୍ଶନ କରିଛନ୍ତି ।

ଶ୍ରେୟାସ ଆୟର- ରିଜେକସନରୁ ଏବେ କୋଟିପତି ଖେଳାଳି ହୋଇଥିବା ଶ୍ରେୟାସ ଆୟରଙ୍କ ସଫଳତା କାହାଣୀ ସ୍ବତନ୍ତ୍ର । ୩୦ ବର୍ଷରେ ପାଦ ଥାପିଛନ୍ତି ଏହି ଷ୍ଟାର କ୍ରିକେଟର । ଶ୍ରେୟାରଙ୍କ ଜୀବନ ବହୁତ ସଂଘର୍ଷପୂର୍ଣ୍ଣ । ପିଲାଟି ଦିନୁ କଠିନ ପରିଶ୍ରମ କରି ଜଣେ ସଫଳ କ୍ରିକେଟର ହୋଇଛନ୍ତି ଶ୍ରେୟାସ । ଦିନେ ରିଜେକ୍ଟ ହୋଇଥିଲେ ଏବେ ଆଇପିଏଲର ଦ୍ବିତୀୟ ମହଙ୍ଗା ପ୍ଲେୟାର ହୋଇଛନ୍ତି । ୧୯୯୪ ଆଜିର ଦିନରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଶ୍ରେୟାସ । କଠିନ ପରିଶ୍ରମ ବଳରେ ଟିମ ଇଣ୍ଡିଆରେ ସାମିଲ ହୋଇଥିବା ଶ୍ରେୟାସ ୨୦୧୪ରେ ଅଣ୍ଡର-୧୯ ବିଶ୍ବକପରେ ଖେଳିଥିଲେ । ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିଲେ । ଆୟର ୧୪ଟି ଟେଷ୍ଟ ମ୍ୟାଚ ଖେଳି ମୋଟ ୮୧୧ ରନ କରିଛନ୍ତି । ସେହିପରି ୬୨ଚି ଦିନିକିଆ ଖେଳି ୨୪୨୧ ରନ କରିଛନ୍ତି । ୫୧ଟି ଟିଟ୍ବେଣ୍ଟି ଖେଳି ୧୧୦୪ ରନ କରିବାରେ ସଫଳ ହୋଇଛନ୍ତି ଷ୍ଟାର କ୍ରିକେଟର ।

ଆରପି ସିଂହ- ରାଇବରେଲୀରେ ଜନ୍ମିତ ଭାରତୀର ପୂର୍ବତନ କ୍ରିକେଟର ଆରପି ସିଂହ ୩୯ ବର୍ଷରେ ପାଦ ଥାପିଛନ୍ତି । ଆରପି ସିଂହଙ୍କ ପୁରା ନାମ ରୁଦ୍ର ପ୍ରତାପ ସିଂହ । ବାଂଲାଦେଶ ବିପକ୍ଷରେ ଅଣ୍ଡର-୧୯ ବିଶ୍ବକପରେ ୮ଟି ୱିକେଟ ନେଇ ଶିରୋନାମକୁ ଆସିଥିଲେ ଆରପି ସିଂହ । ଏହି ଷ୍ଟାର ଖେଳାଳି ୧୪ଟି ଟେଷ୍ଟ ମ୍ୟାଚ ଖେଳି ୪୦ ୱିକେଟ ନେଇଛନ୍ତି । ସେହିପରି ୫୮ଟି ଦିନିକିଆରେ ୬୯ଟି ୱିକେଟ ଅକ୍ତିଆର କରିଛନ୍ତି । ୧୦ଟି ଟି-ଟ୍ବେଣ୍ଟି ଖେଳି ୧୫ଟି ୱିକେଟର ନେବାର ସଫଳ ହୋଇଥିଲେ ଆରପି ସିଂହ ।


  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.