ପ୍ରମୂଖ ଖବର
  • Women's Triseries IND VS SRI; ସ୍ମୃତିଙ୍କ ଶତକୀୟ ପାଳି, ଶ୍ରୀଲଙ୍କାକୁ ୩୪୩ରନ୍‌ର ଟାର୍ଗେଟ
  • ||
  • ଏବେ ବି ଜାରି ଅପରେସନ୍ 'ସିନ୍ଦୂର', ଭାରତୀୟ ବାୟୁସେନା ଦେଲା ବଡ଼ ସୂଚନା
  • ||
  • ବଲାଙ୍ଗୀର : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଗୁରୁତର
  • ||
  • ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ତିନି ସେନା ମୁଖ୍ୟ, ପିଏମ୍‌ଙ୍କ ବାସ ଭବନ ପ୍ରତିରକ୍ଷା ମନ୍ତ୍ରୀ, ଏନ୍ଏସଏଙ୍କ ସମେତ ସିଡିଏସ
  • ||
  • ମୟୂରଭଞ୍ଜ : ବିଲରୁ ନବଜାତକର ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ସୁନ୍ଦରଗଡ଼ : ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ, ପୋଡ଼ୋଶୀକୁ କଟୁରୀରେ ହାଣି ହତ୍ୟା
  • ||
  • ଆସନ୍ତା ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ,ସିବିଏସ୍‌ଇ ଦଶମ, ଦ୍ୱାଦଶ ଫଳ ବି ପ୍ରକାଶ ପାଇବ
  • ||
  • ରଥଖଳା ହାଲ୍‌ଚାଲ୍‌... ଆଜି ଗୁଜ ଅନୁକୂଳ କରିବେ ରୂପକାର, ଚକ ତିଆରି ପାଇଁ ଖୋଳାହେବ ଯନ୍ତାଗାଡ଼
  • ||
  • ମହିଳା ତ୍ରିରାଷ୍ଟ୍ରୀୟ ସିରିଜ୍‌: ଆଜି ଭାରତ-ଶ୍ରୀଲଙ୍କା ଫାଇନାଲ ଫାଇଟ୍‌, ଟିମ୍‌ ଇଣ୍ଡିଆ ପଲ୍ଲା ଭାରି
  • ||
  • ବାଲେଶ୍ୱର : ଗୋରୁ ବୋଝେଇ ଟ୍ରକ୍‌ ଜବତ: ୪୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର, ଡ୍ରାଇଭର ଫେରାର
  • ||
  • ଶ୍ରୀମନ୍ଦିରରେ ଶ୍ରୀନୃସିଂହ ଦେବଙ୍କ ଜନ୍ମ ନୀତି, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ମୁକ୍ତିମଣ୍ଡପସ୍ଥ ଖଟୁଲିରେ ବିଜେ ହେବେ
  • ||
  • ଭୁବନେଶ୍ୱର : ୪୪୦ଭୋଲ୍ଟ ତାରରୁ ଘରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ପରିବାର ଲୋକେ
  • ||
  • ଏଥର ଆଗୁଆ ଆସିବ ମୌସୁମୀ, ଓଡ଼ିଶାକୁ ବି ଶୀଘ୍ର ଛୁଇଁପାରେ: ୫ ଦିନ ଯାଏ ପ୍ରଚଣ୍ଡ ତାତି, ଗୁଳୁଗୁଳିରୁ ମିଳିବନି ତ୍ରାହି
  • ||

ଦିଲ୍ଲୀର ବୁରାରିରେ ଭୁଶୁଡ଼ି ପଡ଼ିଲା ୪ ମହଲା ବିଲ୍ଡିଂ : ଅନେକ ଶ୍ରମିକଙ୍କ ଫସି ରହିଥିବା ଆଶଙ୍କା

Published By : Prameya | January 27, 2025 9:32 PM

ନୂଆଦିଲ୍ଲୀ : ଦିଲ୍ଲୀର ବୁରାରିରେ ବଡ଼ ଦୁର୍ଘଟଣା ଘଟିଥିବା ଖବର ସାମନାକୁ ଆସିଛି। ଏଠାରେ ୪ ମହଲା ବିଲ୍ଡିଂ ଭାଙ୍ଗିବାରୁ ଆତଙ୍କ ଖେଳି ଯାଇଛି। ଭଗ୍ନାବଶେଷରେ ଅନେକ ଶ୍ରମିକଙ୍କ ଫସି ରହିବାର ଆଶଙ୍କା ରହିଛି। ସେଠାରେ ଦୁର୍ଘଟଣାର ସୂଚନା ମିଳିବା କ୍ଷଣି ପୁଲିସ, ଦମକଳ ଓ ଏନଡିଆରଏଫ୍‌ ର ଯବାନ ଘଟଣା ସ୍ଥଳରେ ପହଞ୍ଚି ଯାଇଛନ୍ତି।

ଘଟଣା ସୋମବାର ସନ୍ଧ୍ୟା ୭ଟା ସମୟ ପାଖାପାଖି ଥିବା କୁହାଯାଉଛି । ସେଠାରେ ଦମକଳର ୯ଟି ଗାଡ଼ି ମଧ୍ୟ ଉଦ୍ଧାର କାର୍ଯ୍ୟ ପାଇଁ ବାହାରି ଯାଇଛନ୍ତି। ଭଗ୍ନାବଶେଷରେ ଫସି ରହିଥିବା ଲୋକଙ୍କୁ ବଞ୍ଚାଇବା ପାଇଁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇ ଯାଇଛି। ଏହି ସମୟରେ ୬ଜଣ ଲୋକଙ୍କୁ ସଠିକ୍‌ ଭାବେ ବାହାରକୁ ଆଣି ହସ୍ପିଟାଲ ନିଆଯାଇଛି। ଅନ୍ୟ ଫସି ରହିଥିବା ଲୋକଙ୍କୁ ବାହାରକୁ ଆଣିବା ପାଇଁ ଉଦ୍ଧାର ଅଭିଯାନ ଜାରି ରହିଛି। ଏଥିପାଇଁ ଏନଡିଆରଏଫ୍‌ର ମେସିନ ମଧ୍ୟ ମଗା ଯାଇଛି। 

ଘଟଣା ବୁରାଡିର କୌଶିକ ଏନକ୍ଲେଭ୍‌ର ଓସ୍କାର ପବ୍ଲିକ ସ୍କୁଲ ନିକଟରେ ଘଟିଥିବା କୁହାଯାଉଛି। ସୂଚନା ମୁତାବିକ ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ବିଦ୍ୟୁତ୍‌ ମଧ୍ୟ କାଟି ଦିଆଯାଇଛି। 

ଏହା ପୂର୍ବରୁ ଉତ୍ତର-ପୂର୍ବ ଦିଲ୍ଲୀର ବ୍ରହ୍ମପୁରୀ ଅଞଚଳରେ ଗୁରୁବାର ଏକ କୋଠାର ଆଶିଂକ ଭୁଶୁଡିବାରୁ ୫ଜଣ ଶ୍ରମିକ ଆହତ ହୋଇଥିଲେ। ପୁଲିସ କହିଛିକି ସନ୍ଧ୍ୟା ସମୟ ପାଖାପାଖି ୫.୨୫ରେ କୋଠା ସଂଖ୍ୟା ୫୩ର ୩ୟ ମହଲାର କାନ୍ଥ ହଠାତ୍‌ ଭୁଶୁଡ଼ି ଯାଇଛି, ଯେଉଁଥିରେ ପଡୋଶୀଙ୍କ କୋଠାର ଛାତକୁ କ୍ଷତି ଘଟିଛି।

ଘଟଣା ସମୟରେ କାନ୍ଥକୁ ଭାଙ୍ଗିବା କାମ କରାଯାଉ ଥିଲା। ଏହି ସମ୍ୱନ୍ଧରେ ଜଣେ ଅଧିକାରୀ କହିଛନ୍ତି, ଘଟଣାର ତୁରନ୍ତ ପରେ ଉଦ୍ଧାର ଓ ସୁରକ୍ଷା ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଇଛି। ବରିଷ୍ଠ ପୁଲିସ ଅଧିକାରୀ ଓ ଅଗ୍ନିଶମ ବାହିନୀର ଟିମ୍‌ ମଧ୍ୟ ସେଠାରେ ପହଞ୍ଚିଛନ୍ତି ଏବଂ ଉଦ୍ଧାର ଅଭିଯାନ ଆରମ୍ଭ ହୋଇ ଯାଇଛି। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.