ପ୍ରମୂଖ ଖବର
  • ଫୁଲବାଣୀ : ନିଖୋଜ ବ୍ୟବସାୟୀଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • କୋରାପୁଟ ଜିଲ୍ଲାପାଳଙ୍କ ଅଚାନକ କୋଟିଆ ଗସ୍ତ, ଏସ୍ ଏସ୍‌ ଡି ହାଇସ୍କୁଲ ପିଲାଙ୍କ ସହ କରିଲେ ଆଲୋଚନା
  • ||
  • ଗଞ୍ଜାମ : ସ୍କୁଲ ଗେଟ୍‌ରେ ପଡିଲା ତାଲା, ଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣା
  • ||
  • କଟକ : ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ନୟାଗଡ଼ : ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଫୋପାଡ଼ିଲା ବୋମା, ଜଣେ ଆହତ
  • ||
  • ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ
  • ||
  • ଭୌମ ଏକାଦଶୀ ପାଇଁ ଶ୍ରୀମନ୍ଦିରରେ ରତ୍ନଭଣ୍ଡାର ମରାମତି ବନ୍ଦ,୩ ମାସରେ କାମ ସାରିବ ଏଏସ୍‌ଆଇ
  • ||
  • ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା, ଆଜି ଯାଜପୁରରୁ ସହାୟତା ରାଶି ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • କାହାର ହେବ ଦିଲ୍ଲୀ ? ଆପ୍ ମାରିବ ହ୍ୟାଟ୍ରିକ ନା ବାଜିମାରି ନେବ ବିଜେପି, ଆଜି ରେଜଲ୍ଟ
  • ||

କ୍ୟୁଆର୍ କୋଡ୍ ବଦଳାଇ ଦୋକାନୀଙ୍କ ଟଙ୍କା ହଡପ କଲେ ଠକ , ଘଟଣା ସିସିଟିଭିରେ କଏଦ

Published By : Prameya | January 12, 2025 9:56 PM

ଛତରପୁର : ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଖଜୁରାହୋରୁ ଅନଲାଇନ୍ ଠକେଇର ନୂଆ ଉପାୟ ସାମ୍ନାକୁ ଆସିଛି। ଏଠାରେ ଅଧ ଡର୍ଜନ ଦୋକାନ ଓ ସଂସ୍ଥାନର ବାହାରେ ଲାଗିଥିବା ଅନଲାଇନ୍‌ ପେମେଣ୍ଟ ସ୍କାନରକୁ ଠକମାନେ ବିଳମ୍ୱିତ ରାତିରେ ବଦଳାଇ ଦେଇଛନ୍ତି। ଏଥିରେ ଅନେକ ଦୋକାନୀଙ୍କ ପେମେଣ୍ଟ ଠକଙ୍କ ଆକାଉଣ୍ଟକୁ ଚାଲି ଯାଇଛି। ଠକେଇର ଏହି କାରନାମାର ଭିଡ଼ିଓ ସିସିଟିଭିରେ କଏଦ ହୋଇଛି ଏବଂ ପୁଲିସ ଜାଣିବା ପରେ ଯାଞ୍ଚରେ ଲାଗି ପଡ଼ିଛି।

ସୂଚନା ଆଧାରରେ, ଖଜୁରାହୋରେ ଅଧ ଡର୍ଜନ ଦୋକାନ ସହ ପେଟ୍ରୋଲ ପମ୍ପର ବାହାରେ ଲାଗିଥିବା ଅନଲାଇନ୍ ପେମେଣ୍ଟ ସ୍କାନରକୁ ରାତାରାତି ବଦଳାଇ ଦିଆ ଯାଇଛି। ଅନେକ ସ୍ଥାନରେ ପୁରୁଣା ସ୍କାନର ଉପରେ ନୂଆ ସ୍କାନର ଲଗାଇ ଦିଆଯାଇଛି। ସକାଳେ ଦୋକାନ ଖୋଲିବା କ୍ଷଣି ଗ୍ରାହକଙ୍କ ଦ୍ୱାରା ଦୋକାନୀଙ୍କୁ କରାଯାଇ ଥିବା ପେମେଣ୍ଟ ଠକଙ୍କ ଆକାଉଣ୍ଟକୁ ଯିବାକୁ ଲାଗିଲା। ହେଲେ ରାଜେଶ ମେଡିକାଲ ଷ୍ଟୋର୍ସର ମାଲିକ ଓମବତୀ ଗୁପ୍ତାଙ୍କ ସତର୍କତାରେ ବଡ଼ ଠକେଇ ଘଟଣା ଟଳି ଯାଇଛି। 

ଓମବତୀ ଗୁପ୍ତା କହିଛନ୍ତି କି, ସକାଳ ଯେବେ ଗ୍ରାହକ ମୋ ଦୋକାନରେ ପେମେଣ୍ଟ କଲେ ତ ଗ୍ରାହକ କହିଛନ୍ତି କି , ଆପଣଙ୍କର କ୍ୟୁଆର ସ୍କାନର ନାଁ କଣ ବଦଳି ଗଲା କି ? ଛୋଟୁ ତିୱାରୀ ନାଁ ଦେଖା ଯାଉଥିଲା। ଏହାପରେ ମୁଁ ଗ୍ରାହକଙ୍କୁ ଅନ୍ୟ ଏକ ସ୍କାନର ଦେଇ ପୁରୁଣାକୁ ହଟାଇ ଦେଲି। ପୁଣି ଦୋକାନରେ ଲାଗି ଥିବା ସିସିଟିଭି କ୍ୟାମେରାରେ ଦେଖିଲି, ତ ୩ ଜଣ ଯୁବକ  ମୁହଁରେ ମାସ୍କ ଲଗେଇ ଆସୁଛନ୍ତି ଏବଂ କ୍ୟୁଆର୍‌ ସ୍କାନର ବଦଳାଇ ଦେଉଛନ୍ତି। 

ଫିଲିଂ ଷ୍ଟେସନର କର୍ମଚାରୀ କହିଛନ୍ତି , ଆମର ପେଟ୍ରୋଲ ପମ୍ପରେ ମଧ୍ୟ କେହି ଜଣେ ରାତିରେ କ୍ୟୁଆର ଉପରେ କ୍ୟୁଆର ଲଗେଇ ଦେଇ ଥିଲା ଏବଂ ଯେବେ ଆମେ ସକାଳେ ପେଟ୍ରୋଲ ପମ୍ପକୁ ଆସିଲୁ ତ କିଛି ଗ୍ରାହକ ପଇସା ଟ୍ରାନ୍ସଫର କଲେ ଏବଂ ଯେତେବେଳେ ଆକାଉଣ୍ଟକୁ ପଇସା ଆସିଲା ନାହିଁ ତ ଆମେ ସ୍କାନର ଚେକ୍‌ କଲୁ ତ ନାମ ଛୋଟୁ ତିୱାରୀ ନଜର ଆସୁଥିଲା। ଆମେ ସ୍କାନର ଫିଙ୍ଗି ଦେଲୁ। ବର୍ତ୍ତମାନ ଆମେ କିଛି ଅଭିଯୋଗ ନାହିଁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.