ଭୁବନେଶ୍ବର,୧୧।୧ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର କୁମୁଟି ସାହି ରଘୁନାଥ ମନ୍ଦିର ନିକଟ ପେଣ୍ଠ ଘର ଠାରେ କଳିଙ୍ଗ ବୈଶ୍ୟ ମହିଳା ସଂଘ ଆନୁକୁଲ୍ୟରେ ଆଇଏମଏସ ଏଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ମାଗଣା ସ୍ବାସ୍ଥ୍ୟ  ଶିବିର ଅନୁଷ୍ଠିତ ହୋଇଛି l ଏଥିରେ ସମ୍ ହସ୍ପିଟାଲ ବିଭିନ୍ନ ବିଭାଗର ଦକ୍ଷ ଡାକ୍ତରମାନେ ଉପସ୍ଥିତ ରହି ବିଭିନ୍ନ ବର୍ଗର ରୋଗୀମାନଙ୍କୁ ଚିକିତ୍ସା କରିବା ସହ ମେଡିସିନ ପ୍ରଦାନ କରିଥିଲେ l 

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଶୀତଳାପଲ୍ଲୀ ଠାରେ ମଲ୍ଟି ଏବଂ ସୁପର ସ୍ପେସିଆଲିଟି ସମ୍ ହସ୍ପିଟାଲ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ ବିପ୍ଲବ ଆଣିଥିଲା ବେଳେ ଉତ୍ତମ ରୋଗୀ ସେବା ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି l ହସ୍ପିଟାଲରେ ନ୍ୟୁରୋଲୋଜି, ନ୍ୟୁରୋ ସର୍ଜରୀ, ଅର୍ଥୋପେଡିକ, ସ୍ପାଇନ ସର୍ଜରୀ, ସ୍ତ୍ରୀ ଏବଂ ପ୍ରସୂତି ଚିକିତ୍ସା ସହ ନେଫ୍ରୋଲୋଜି, ଡାଏଲସିସ, ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି,  ଡ଼ାଇବେଟିକ, ଏଣ୍ଡୋକ୍ରିନୋଲୋଜି, ହୃଦରୋଗ, ଶିଶୁରୋଗ, କର୍କଟ ଚକ୍ଷୁ ରୋଗ ଠାରୁ ଅନେକ  ଜଟିଳ ରୋଗର ଉପଚାର କରାଯାଉଥିବା ଭାବେ  ବିଭିନ୍ନ ଅଞ୍ଚଳରେ ମାଗଣା ସ୍ବାସ୍ଥ୍ୟ ଶିବିର କରି ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛି l ସମ୍ ହସ୍ପିଟାଲର ଗୋଟିଏ ମାତ୍ର ଲକ୍ଷ୍ୟ ହେଉଛି  ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ସମସ୍ତ ଲୋକଙ୍କୁ ସ୍ୱଳ୍ପ ଖର୍ଚ୍ଚରେ ସ୍ବାସ୍ଥ୍ୟ ସେବା ଯୋଗାଇବା l 

 ଏହି  ଶିବିରକୁ  କବିସୂର୍ଯ୍ୟନଗର ଓ ଆଖ ପାଖ ଅଞ୍ଚଳର ଶତାଧିକ ରୋଗୀ ଆସି ମାଗଣା ସ୍ବାସ୍ଥ୍ୟ ସେବା ନେବା ସହ ଉତ୍ତମ ଚିକିତ୍ସା ଓ ମାଗଣା ଔଷଧ ପାଇଁ ଖୁସି ବ୍ୟକ୍ତ କରିଛନ୍ତି l ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି ନିଆରା ପ୍ରୟାସ ପାଇଁ ସମ୍ ହସ୍ପିଟାଲ ସମସ୍ତ ଡାକ୍ତରୀ ଟିମ୍ ଓ ମେଡ଼ିସିନ ବିଭାଗର କର୍ମକର୍ତ୍ତା ମାନଙ୍କ ସହ ଆୟୋଜକ କଳିଙ୍ଗ ବୈଶ୍ୟ ମହିଳା ସଂଘଙ୍କୁ ରୋଗୀ  ଓ ରୋଗୀଙ୍କ ପରିବାର ଧନ୍ୟବାଦ୍ ଦେଇଛନ୍ତି l ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୃଦ୍ଧିଜୀବୀ ।