ନୂଆଦିଲ୍ଲୀ,୦୧/୧୧:ଆଜିଠୁ ବଦଳିଲା  ନିୟମ। ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ଆଜିଠୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍ ।  ନୂଆ ମାସରୁ ନୂଆ ଦର ।  ସରକାରୀ ତୈଳ କମ୍ପାନୀଗୁଡିକ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ମୂଲ୍ୟ ସମୀକ୍ଷା କରନ୍ତି ଏବଂ ଏହା ଅଧୀନରେ ଭାରତୀୟ ତୈଳ ନିଗମ ଗ୍ୟାସର ମୂଲ୍ୟ ବୃଦ୍ଧି କରିଛି । ତେବେ ୧୯ କିଲୋ ଏଲପିଜି ସିଲିଣ୍ଡରର ଦାମ୍ ବୃଦ୍ଧି ପାଇଥିବା ବେଳେ ୧୪.୨କିଲୋଗ୍ରାମ ବିଶିଷ୍ଟ ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ । କମର୍ସିଆଲ ସିଲିଣ୍ଡରର ବର୍ଦ୍ଦିତ ମୂଲ୍ୟ ଆଜିଠାରୁ ଦେଶରେ ଲାଗୁ ହୋଇଛି ।

ତୈଳ ମାର୍କେଟିଂ କମ୍ପାନୀଗୁଡିକ ସେମାନଙ୍କର ଅଫିସିଆଲ୍ ୱେବସାଇଟରେ ନୂତନ ଦର ପ୍ରକାଶ କରିଛନ୍ତି । ଏହି ଦର ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀରେ କମର୍ସିଆଲ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୮୦୨ ରୁ ୧୮୧୮ ଟଙ୍କାକୁ ବୃଦ୍ଧି ପାଇଛି । କୋଲକାତାରେ କମର୍ସିଆଲ ଗ୍ୟାସ ସିଲିଣ୍ଡର ୧୯୨୭ ଟଙ୍କା ହୋଇଛି । ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହାର ଅର୍ଥ ହେଉଛି ଆଜି ମଧ୍ୟ ଘରୋଇ ଗ୍ୟାସ ସିଲିଣ୍ଡର ସିଲିଣ୍ଡର ପିଛା ୮୦୩ ଟଙ୍କାରେ ବିକ୍ରି ହେଉଛି। । ସୂଚନାଯୋଗ୍ୟ ଯେ , ନଭେମ୍ବର ମାସ ପୂର୍ବରୁ କମର୍ସିଆଲ ସିଲିଣ୍ଡରର ମୂଲ୍ୟ ୬୨ ଟଙ୍କା ବୃଦ୍ଧି କରାଯାଇଥିଲା । ଏଥି ସହିତ ଅଗଷ୍ଟ ମାସରେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା । ସେହିପରି ଡିସେମ୍ବର ୨୦ ରୁ, ଆକ୍ସିସ୍ ବ୍ୟାଙ୍କ ମଧ୍ୟ ଏହାର କ୍ରେଡିଟ୍ କାର୍ଡରେ ଦେୟ ଏବଂ ଶୁଳ୍କ ପରିବର୍ତ୍ତନ କରୁଛି । ଏଥିରେ ଫାଇନାନ୍ସ ଚାର୍ଜ ପ୍ରତି ମାସରେ ୩.୬% ରୁ ୩.୭୫% କୁ ବୃଦ୍ଧି କରାଯାଇଛି । ଏଥିସହ ସର୍ବନିମ୍ନ ଚେକ୍ ପ୍ରତ୍ୟାହାର ଶୁଳ୍କ ୪୫୦ରୁ ୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏଥିସହ ନଗଦ ଦେୟ ଶୁଳ୍କ ୧୦୦ ରୁ ୧୭୫ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନ୍ୟପଟେ ଡିସେମ୍ବର ପାଇଁ  ରିଜର୍ଭ ବ୍ୟାଙ୍କ ଛୁଟିଦିନର ତାଲିକା ମଧ୍ୟ  ପ୍ରକାଶ କରିଛି। , ଡିସେମ୍ବରରେ ୧୭ ଦିନ ବ୍ୟାଙ୍କଗୁଡିକରେ ଛୁଟିଦିନ ରହିବ। ଏଭଳି ପରିସ୍ଥିତିରେ, ବ୍ୟାଙ୍କକୁ ଯିବା ପୂର୍ବରୁ ନିଶ୍ଚିତ ଭାବରେ ଛୁଟିଦିନର ତାଲିକା ଯାଞ୍ଚ କରନ୍ତୁ ।  ଡିସେମ୍ବର ୧ରୁ ୪୮ କ୍ରେଡିଟ୍ କାର୍ଡ ଡିଜିଟାଲ୍ ଗେମିଂ ପ୍ଲାଟଫର୍ମରେ ରିୱାର୍ଡ ପଏଣ୍ଟ ପ୍ରଦାନ କରିବ ନାହିଁ।ଏହାପରେ ଟ୍ରାଇ ନିୟମରେ ହେବାକୁ ଯାଉଛି ପରିବର୍ତ୍ତନ। ଯାହାର ସମୟସୀମା ନଭେମ୍ବରରେ ଶେଷ ହେବାକୁ ଯାଉଛି। ଟେଲିକମ୍ କମ୍ପାନୀଗୁଡ଼ିକ ମେସ୍ଜ୍ ଓ OTP ମେସେଜକୁ ଟ୍ରାକ୍ କରିବା ପାଇଁ ଟ୍ରେସେବିଲିଟି ନିୟମ ଲାଗୁ କରୁଛନ୍ତି।