ଭୁବନେଶ୍ଵର, ୦୭/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ତେଲ ଦରରେ ନିଆଁ। ବ୍ୟାରେଲ ପିଛା ୯୪.୫୧ ଡଲାର ଛୁଇଁଲା ଅଶୋଧିତ ତୈଳ ଦର। ସେପଟେ ଯୁଦ୍ଧ ପାଇଁ ତେଲ ସରିଯିବା ଭୟରେ ପେଟ୍ରୋଲ ପମ୍ପ ଗୁଡ଼ିକରେ ନାହିଁ ନଥିବା ଭିଡ଼ ଲାଗିଛି। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏବେ ପାଇଁ ପେଟ୍ରୋଲ, ଡିଜେଲ ମହଜୁଦ ଅଛି। ଯୁଦ୍ଧ ପାଇଁ ବିଭ୍ରାନ୍ତକାରୀ ତଥ୍ୟ ଆସୁଛି। ରାଜ୍ୟରେ ଯଥେଷ୍ଟ ପରିମାଣରେ ତୈଳ ମହଜୁଦ ଅଛି। ଋଷ ଠାରୁ ତେଲ ଆଶୁଛି, ତେଲ ନିଅଣ୍ଟିଆ ହେବ ନାହିଁ। ରାଜ୍ୟବାସୀ ସରକାରୀ ତଥ୍ୟ ଉପରେ ଭରସା କରନ୍ତୁ। କେବେ ବି ତେଲ କୁ ନେଇ ଅସୁବିଧା ହେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ ପୁଣି କହିଛନ୍ତି ଯେ, କଳାବାଜାରୀ କରୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି। ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଭାରତ ଉପରେ ଯୁଦ୍ଧର ପ୍ରଭାବ ପଡ଼ିବ ନାହିଁ। ଖାଇବା ପିଇବା ଜିନିଷ ମଧ୍ୟ ମହଜୁଦ ଅଛି। ଏ ସମୟରେ ଏଲପିଜି ଦର ବଢିବ, କିନ୍ତୁ ମହଜୁଦ ଅଛି। ରେଟ୍ ସାମୟିକ ଭାବେ ବଢିଛି।
ରାଜ୍ୟସଭା ନିର୍ବାଚନ ନେଇ ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ୩ ଆସନରେ ବିଜେପି ଜିତିବ। ସ୍ଵାଧୀନ ପ୍ରାର୍ଥୀଙ୍କୁ ବିଜେପି ସମର୍ଥନ କରୁଛି। ବିଜେଡିରେ କିଛି ବିଜୁ ପ୍ରେମୀ ଓ କିଛି ନବୀନ ପ୍ରେମୀ ଅଛନ୍ତି। ବିଜୁ ପ୍ରେମୀମାନେ ଦିଲ୍ଲୀପ ପ୍ରେମୀଙ୍କୁ ପସନ୍ଦ କରୁଛନ୍ତି। ବିଜେଡି ଧୀରେ ଧୀରେ ଭାଙ୍ଗୁଛି । ଆଗକୁ ଦେଖନ୍ତୁ କ'ଣ ହେଉଛି।.
ଏହି ଖବରଟିକୁ ପଢନ୍ତୁ- ମହିଳା ଦିବସରେ ମିଳିବ ‘ସୁଭଦ୍ରା’ ଚତୁର୍ଥ କିସ୍ତି, ସ୍ୱତନ୍ତ୍ର ସମାବେଶରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ