ଭୁବନେଶ୍ୱର,୧୪/୦୧:ସାଧାରଣତନ୍ତ୍ର ଦିବସକୁ ଆଉ ଗୋଟିଏ ଦିନ। ଏହା ପୂର୍ବରୁ ସରିଛି ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସର ଫୁଲ୍-ଡ୍ରେସ୍ ପରେଡ୍ ରିହରସଲ୍। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଇଁ ଶେଷ ହୋଇଛି ଫୁଲ ଡ୍ରେସ ରିହରସଲ୍। ପୁଲିସ ଡିଜି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ପରେ ପରେଡ୍ ଆରମ୍ଭ ହୋଇଥିଲା । ଚଳିତଥର ପରେଡର ନେତୃତ୍ୱ ନେଉଛନ୍ତି ଯୁବ IPS ରାକେଶ ସାହୁ। ଜାତୀୟ ପତାକାକୁ ସମ୍ମାନ ଦେଇ ଗୋଟେ ପରେ ଗୋଟେ କଣ୍ଟିଂଜେଣ୍ଟ ପରେଡସ୍ଥଳ ଅତିକ୍ରମ କରିଥିଲେ। ତେବେ ଚଳିତଥର ପରେଡ୍ରେ ୫୧ ଟି କଣ୍ଟିଂଜେଣ୍ଟ ଅଂଶ ଗ୍ରହଣ କରିଥିଲେ। ଯେଉଁଥିରେ ସାମିଲ ଥିଲେ ଓଡିଶା ପୁଲିସର ବିଭିନ୍ନ ଫୋର୍ସ ସହ SOG,NCC ସାଙ୍ଗକୁ ବିଭିନ୍ନ ସ୍କୁଲ କଲେଜ ଛାତ୍ରଛାତ୍ରୀ।
ସବୁଠୁ ଆକର୍ଷଣୀୟ ଥିଲା ଡେୟାର ଡେଭିଲର ଦୁଃଶାସିକ ବାଇକ ଷ୍ଟଣ୍ଟ। ଏଥିସହ କୁନି କୁନି ପିଲାଙ୍କ ଦ୍ୱାରା ସ୍କେଟିଂ। ପରେ ପରେ ସଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୪ ପ୍ରଜ୍ଞାପନ ମେଢ଼ ମଧ୍ୟ ପରେଡରେ ସାମିଲ ହୋଇଥିଲେ। ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଭୁବନେଶ୍ୱର ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଭୁବନେଶ୍ୱରର ୨୩ ପ୍ଲାଟୁନ ପୁଲିସ ଫୋର୍ସ ସାଙ୍ଗକୁ QRT ଟିମ, ଡଗ ସ୍କ୍ୱାର୍ଡ ସାଧା ପୋଷାକଧାରୀ ସହ ବରିଷ୍ଠ ପୁଲିସ ଅଧିକାରୀମାନେ ସୁରକ୍ଷା ଉପରେ ନଜର ରଖିବେ। ସେହିଭଳି ରାଜ୍ୟ ସ୍ତରୀୟ ସାଧାରଣ ଦିବସ ପାଇଁ ଟ୍ରାଫିକ କଟକଣା କରାଯାଇଛି। ଗାନ୍ଧୀମାର୍ଗକୁ ଯାଉଥିବା ସମସ୍ତ ରାସ୍ତା ସିଲ କରାଯାଇଛି।
ଆହୁରି ପଢନ୍ତୁ-ହାଇକୋର୍ଟ କ୍ଷୁବ୍ଧ: ତାରିଖ ପରେ ତାରିଖ ଗ୍ରହଣୀୟ ନୁହେଁ..ଉଷା ପାଢ଼ୀଙ୍କ ସମେତ ୫ ଅଧିକାରୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ