ଭୁବନେଶ୍ୱର,୨୯/୦୫: ୟୁନିଟ୍‌-୨ ଅଞ୍ଚଳରେ ଥିବା ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି । କ୍ୟାପିଟାଲ ରି-ଡେଭଲପମେଣ୍ଟ ପ୍ରକଳ୍ପ ପାଇଁ ମୋଟ ୪୧୦ ଘର ଭଙ୍ଗାଯିବ । ୬  ମାସ ଭିତରେ ଏହି ସବୁ କ୍ୱାର୍ଟର୍ସ ଭାଙ୍ଗିବାକୁ ଜିଏ ପକ୍ଷରୁ ନୋଟିସ୍‌  ଜାରି କରାଯାଇଛି । 

ଏହା ସହ ନୂଆ କ୍ୱାର୍ଟର୍ସ ପାଇଁ ଆବେଦନ କରିବାକୁ କୁହାଯାଇଛି । ଡିସେମ୍ବର ୨୦୨୫ ଭିତରେ ଅବସର  ନେବାକୁ ଯାଉଥିବା ସରକାରୀ ଅଧିକାରୀ ଓ କର୍ମଚାରୀ ମାନେ  କ୍ୱାର୍ଟର୍ସ ପାଇଁ ଆବେଦନ କରି ପାରିବେ ନାହିଁ ବୋଲି ନୋଟିସରେ  ଉଲ୍ଲେଖ ରହିଛି । ୪୧୦ ଘର ମଧ୍ୟରୁ ୨୧୮ଟି ଘରକୁ ଖାଲି  କରାଯାଇଛି । ବାକି ୧୯୨ ଘରକୁ ଖାଲି କରିବାକୁ ଜିଏ ପକ୍ଷରୁ  ନୋଟିସ୍‌ ହୋଇଛି ।

ଜାନୁଆରୀ ୩୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ  ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କ୍ୟାପିଟାଲ  ରି- ଡେଭଲପମେଣ୍ଟ ପ୍ରକଳ୍ପରେ ଭର୍ଟିକାଲ ଆକାରରେ ନୂଆ  ଘର ନିର୍ମାଣ କରାଯିବ । ପିପିପି ମୋଡ୍‌ରେ ଏହି ସବୁ କ୍ୱାଟର୍ସ  ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।