ସଇଁତଳା,୧୫/୮ : ବଲାଙ୍ଗୀର ସାଂସଦଙ୍କ ସଇଁତଳା ବ୍ଲକ ପ୍ରତିନିଧି ଗଦାଧର ବଗର୍ତ୍ତୀ(୫୫)ଙ୍କ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ବଲାଙ୍ଗୀର ମେଡିକାଲରୁ ବୁର୍ଲା ମେଡିକାଲକୁ ତାଙ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ବୁର୍ଲା ମେଡ଼ିକାଲରେ ଡାକ୍ତର ଗଦାଧରଙ୍କୁ ମୃତ ଘୋଷଣା କରିଥିଲେ । ଦୀର୍ଘ ୩୦ରୁ ଊର୍ଦ୍ଧ୍ୱ ବର୍ଷ ଧରି ସେ ବିଜେପିରେ କର୍ମୀ ଭାବେ ସକ୍ରିୟ ରହିଥିଲେ । ଟିକ୍ରାପଡ଼ା ମଣ୍ଡଳ ସଭାପତି ଦାୟିତ୍ୱ ନିର୍ବାହ ପରେ ୨ମାସ ତଳେ ତାଙ୍କୁ ସାଂସଦ ପ୍ରତିନିଧି ଦାୟିତ୍ୱ ଦିଆଯାଇଥିଲା ।

ନାଗାଲାଣ୍ଡ ରାଜ୍ୟପାଳ ଏଲ୍. ଗଣେଶନଙ୍କ ପରଲୋକ, ୮୦ ବର୍...