ଭୁବନେଶ୍ୱର, ୧୬/୧୨: ଲଗାତାର ୨ମାସରେ ଦ୍ୱିତୀୟ ଥର ଲାଗି ଘରୋଇ ପିଏନ୍ଜି ଦରରେ ହ୍ରାସ ହୋଇଛି । ଅକ୍ଟୋବର ୨୦୨୪ ରେ ଏହା ୟୁନିଟ ପିଛା ୫୭.୧୮ ଟଙ୍କା ଏବଂ ୫୭.୨୧ ଟଙ୍କା ଥିଲା । ୨ ଥର ଦର ପରିବର୍ତ୍ତନ ପରେ ଷ୍ଟାଣ୍ଡାର୍ଡ କ୍ୟୁବିକ୍ ମିଟର (ଏସ୍ସିଏମ୍) ପିଛା ଏହା ୪୮.୩୩ ଟଙ୍କା ଏବଂ ୪୮.୩୬ ଟଙ୍କା ରହିଛି । ଉଭୟ ଭୁବନେଶ୍ୱର ଏବଂ କଟକ ଲାଗି ଲାଗୁ ହେବ ଏହି ଦର । ଦରରେ ୧୬% ବା ୮ ଟଙ୍କା ହ୍ରାସ ହୋଇଥିବା କମ୍ପାନି ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଭୁବନେଶ୍ୱରରେ ୧୨ ହଜାର ପାଇପ୍ ଗ୍ୟାସ ୟୁଜର ରହିଛନ୍ତି । କଟକରେ ଏହି ୟୁଜରଙ୍କ ସଂଖ୍ୟା ୬ ହଜାର । ଉଭୟ ସହରରେ ମାର୍ଚ୍ଚ ସୁଦ୍ଧା ଆଉ ୫ ହଜାର ଗ୍ରାହକ ଯୋଡିବା ନେଇ କମ୍ପାନି ଲକ୍ଷ୍ୟ ରଖିଛି । ଭୁବନେଶ୍ୱରରେ ୫୦ ହଜାର ଗ୍ରାହକଙ୍କ ଲାଗି ଗ୍ୟାସ୍ ପାଇପ୍ ଲାଇନ ଏବଂ କଟକରେ ୨୫ ହଜାର ଗ୍ରାହକଙ୍କ ଲାଗି ପାଇପ୍ ଲାଇନ୍ ଭିତ୍ତିଭୂମି ବିକାଶ ହୋଇଥିବା କମ୍ପାନି ପକ୍ଷରୁ ସୂଚନା ମିଳିଛି।