ଭୁବନେଶ୍ୱର,୧୭/୧୦: ବିରାଜିଛନ୍ତି ମା’ ଗଜଲକ୍ଷ୍ମୀ । ପବିତ୍ର ଆଶ୍ୱିନ ମାସ ପୂର୍ଣ୍ଣମୀ ତିଥି  ଅବସରରେ ମା’ଙ୍କ ପୂଜା ଧୁମଧାମ୍‌ରେ ପାଳିତ ହୋଇଛି । ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ପୂଜା ମଣ୍ଡପ ଚଳଚଞ୍ଚଳ ହୋଇପଡ଼ିଛି । ମା’ଙ୍କ ଦର୍ଶନ ପାଇଁ  ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ସହିଦନଗର,ବାୟାବାବା ଗଜଲକ୍ଷ୍ମୀ ପୂଜା ସମିତି ୟୁନିଟ-୯, ଆନନ୍ଦ ବଜାର ୟୁନିଟ-୯, ଫ୍ରେଣ୍ଡସ କ୍ଲବ, ୟୁନିଟ-୩ ଖାରବେଳ  ନଗର, ନୂଆପଲ୍ଲୀ, ୟୁନିଟ-୮ ଗୋପବନ୍ଧୁ ନଗର,  ବାପୁଜୀ ନଗର ବାପୁଜୀ ୟୁଥ ଆସୋସିଏସନ,  ଭରତପୁର ଜିଏ କଲୋନୀ, ୟୁନିଟ-୬ ସମ୍ରାଟ  କ୍ଲବ, ବଡ଼ଗଡ଼ ବ୍ରିଟ କଲୋନୀ, ଶ୍ରୀରାମ ବିହାର,  ଆଇଗିଣିଆ ଦଧିବାମନ ଦେବ ଗଜଲକ୍ଷ୍ମୀ ପୂଜା  କମିଟି, ପୋଖରୀପୁଟ ଭୁଆଷୁଣୀ ୟୁଥ୍‌ ଟ୍ରଷ୍ଟ, ପୁରୁଣା  ଭୁବନେଶ୍ୱରର ଜମେଶ୍ୱର ପାଟଣାସାହି, ବଡ଼ୁସାହି,  ତିନିମୁଣ୍ଡିଆ ଛକ, ଗୋସାଗରେଶ୍ୱର ଛକ, ରାମେଶ୍ୱର  ପାଟଣା, ବଣିଆସାହି, ହାଟସାହି, ପୁନାମା ଗେଟ୍‌,  ମହତାବ ରୋଡ୍‌, ନାଗେଶ୍ୱର ଟାଙ୍ଗୀ, ରବି ଟକିଜ୍‌  ଛକ, ସାମନ୍ତରାପୁର, ଗ୍ୟାରେଜ ଛକ, ସୁନ୍ଦରପଦା, ଭୀମଟାଙ୍ଗି, ଗଣ୍ଡମୁଣ୍ଡା, ତମାଣ୍ଡୋ, କଳିଙ୍ଗବିହାର  କେ-୬(ଏ) ଓ ବରମୁଣ୍ଡା ସମେତ ଉତ୍ତର  ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀ, ମଞ୍ଚେଶ୍ୱର ଭୋଟପଡ଼ା, ଚକେଇସିହାଣି,  ଭିଏସ୍‌ଏସ୍‌ ନଗର, ନୀଳାଦ୍ରି ବିହାର, ପଟିଆ,  ଶୈଳଶ୍ରୀ ବିହାର ଆଦି ସ୍ଥାନରେ ମା’ଙ୍କ ପୂଜା ଆରମ୍ଭ  ହୋଇଛି । ବୁଧବାର ଅପରାହ୍ଣରେ ବିଭିନ୍ନ ପୂଜା କମିଟି  ପକ୍ଷରୁ କଳସ ଶୋଭାଯାତ୍ରା ହୋଇଛି । ଏହାପରେ  ମା’ଙ୍କ ଆବାହନ କରାଯାଇଛି । 

ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ, ମୀନା ବଜାର  ସହ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା  କରାଯାଇଛି । ପୂଜା ମଣ୍ଡପରେ ଆକର୍ଷଣୀୟ ତୋରଣ  ତିଆରି ହୋଇଛି । ଆଲୋକମାଳାରେ ରାଜଧାନୀର  ରାସ୍ତା ଝଲସିଉଠୁଛି ।  କୁମାରୀମାନେ କୁମାରୋତ୍ସବ ପାଳୁଥିବାରୁ ମଣ୍ଡପକୁ ଯାଇ ମା’ଙ୍କ ଆର୍ଶୀବାଦ ଭିକ୍ଷା  କରିଛନ୍ତି । ପୂଜାକୁ କିଭଳି ଶାନ୍ତିଶୃଙ୍ଖଳାର ସହ ପାଳନ  କରାଯିବ ସେଥିପାଇଁ ପୂଜା କମିଟିର ସହଯୋଗକ୍ରମେ  ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । କେତେକ ସ୍ଥାନରେ  ସିସିଟିଭି ସଂଯୋଗ କରାଯାଇଛି । ସପ୍ତାହେ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଥିବା ବେଳେ  ୨୩ ତାରିଖରେ ମିଳିତ ଭସାଣି ଆୟୋଜନ ହେବ ।