ନୂଆଦିଲ୍ଲା,୧୮/୦୨; ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ଏଆଇ ଇମ୍ପାକ୍ତ ସମିଟରେ ସମସ୍ୟା ଉପୁଜିଛି । ୟୁନିଭର୍ସିଟିର ନାକ କାଟିଦେଲା ଚୀନ ରୋବୋ । ଏଆଇ ଇମ୍ପାକ୍ଟ ସମିଟରେ ଗଲଗୋଟିୟା ୟୁନିଭର୍ସିଟି ଦ୍ୱାରା ପ୍ରଦର୍ଶିତ ଏକ ରୋବୋ ଡଗକୁ ନେଇ ବିବାଦ ଉପୁଜିଛି । ଏହି ରୋବୋ ଡଗ୍ ଚୀନ କମ୍ପାନୀ Unitreeର ବୋଲି କୁହାଯାଉଛି । ଭିଡିଓ ଭାଇରାଲ ହେବା ପରେ ଗଲଗୋଟିୟା ୟୁନିଭର୍ସିଟିକୁ ସମିଟର ଏକ୍ସପୋ ଅଞ୍ଚଳରୁ ତୁରନ୍ତ ବହିଷ୍କାର କରାଯାଇଛି । ସରକାରୀ ସୁତ୍ର ଅନୁସାରେ ଏହି ପଦକ୍ଷେପ ଭାଇରାଲ ଭିଡିଓ ଏବଂ ଏହାପରେ ହୋଇଥିବା ବିବାଦ ପରେ ନିଆଯାଇଛି । ଚୀନ୍ ରୋବୋଟିକ୍ସକୁ ନେଇ ବିବାଦରେ ଫସି ରହିଥିବା ଗାଲଗୋଟିୟା ବିଶ୍ୱବିଦ୍ୟାଳୟ ଏକ ସ୍ପଷ୍ଟୀକରଣ ଜାରି କରିଛି । ବିଶ୍ୱବିଦ୍ୟାଳୟ କହିଛି ଯେ, ଏହା କେବେବି ଏହି ଡିଭାଇସ୍ ତିଆରି କରିଥିବା ଦାବି କରିନାହିଁ ।
ଏକ୍ସପୋରୁ ବାହାରିବାର କାରଣ- ଏଆଇ ଇମ୍ପାକ୍ଟ ସମିଟରୁ ବାହାରିବା ପାରେ ଗଲଗୋଟିୟା ୟୁନିଭର୍ସିଟିର ଜଣେ ପ୍ରଫେସର କହିଛନ୍ତି, ''ଆମେ କେବେ ବି କହିନାହୁଁ କି ଏହି ରୋବୋକୁ ଆମେ ତିଆରି କରିଛୁ । ଏହା ଚୀନର ପ୍ରଡକ୍ଟ । ଆମେ କେବଳ ଏତିକି କହିଛୁ ଆମେ ତାକୁ ୟୁନିଭର୍ସିଟିର ଏକ ପାର୍ଟ ଭାବେ ଆଣିଛୁ । ଆମେ ଚାହୁଁଥିଲୁ ପିଲାମାନେ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ । ଏକ୍ସପ୍ଲୋର କରି ରିସର୍ଜ କରନ୍ତୁ ବୋଲି ରୋବୋକୁ ଆଣିଥିଲୁ । ଏଆଇ କାରଣକୁ ତାହାକୁ ପ୍ରଦର୍ଶିତ କରିଥିଲୁ । ଆମେ କେବେ କହିନାହୁଁ ଏହାକୁ ଆମେ ତିଆରି କରିଛୁ ବୋଲି । ୩୫୦ କୋଟିରେ ଏହାକୁ କିଣିଛୁ ବୋଲି ମିଥ୍ୟା ଖବର ସୋସିଆଲ ମିଡିଆରେ ପ୍ରସାରିତ ହୋଇଛି ।'' ଗ୍ରେଟର ନୋଏଡାସ୍ଥିତ ବିଶ୍ୱବିଦ୍ୟାଳୟ କହିଛି ଯେ, ପ୍ରଦର୍ଶନରେ ଥିବା ରୋବୋଡଗ୍ ଏକ ଚୀନ୍ ରୋବୋଟିକ୍ସ ଫାର୍ମ ୟୁନିଟ୍ରିରୁ କିଣାଯାଇଥିଲା ଏବଂ ଏହାକୁ ଛାତ୍ରମାନଙ୍କ ପାଇଁ ଏକ ଶିକ୍ଷଣ ଉପକରଣ ଭାବରେ ବ୍ୟବହାର କରାଯାଉଥିଲା ।
ଏହି ମାମଲାକୁ ନେଇ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ୍ସରେ ପୋଷ୍ଟ କରି କହିଛନ୍ତି, ''ଏଆଇ ଇମ୍ପାକ୍ଟ ସମିଟରେ ଚୀନ ପ୍ରଡକ୍ଟ ସୋକେସ୍ କରାଯାଉଛି । ଭାରତୀୟ ପ୍ରତିଭାକୁ ପ୍ରୋତ୍ସାହିତ କରିବା ବଦଳରେ ଚୀନ ଉତ୍ପାଦକୁ ପ୍ରଦର୍ଶିତ କରାଯାଉଛି । ଭାରତରେ ତଥ୍ୟ ଏବଂ ପ୍ରତିଭାର ଅଭାବ ନାହିଁ ହେଲେ ସରକାର ସଠିକ୍ ଭାବେ ଏହାକୁ ପ୍ରଦର୍ଶିତ କରିବା ପରିବର୍ତ୍ତେ ପ୍ରଦର୍ଶନର ବାହାନା କରୁଛନ୍ତି । ଭାରତୀୟ ଟାଡାକୁ ବିକ୍ରି କରିବାକୁ ପ୍ରଦର୍ଶନ କରାଯାଉଛି । ଏ ସମିଟ୍ ଏକ ପ୍ରଚାର ଏଜେଣ୍ଡା । ''
ସରକାରୀ ସୁତ୍ର ଅନୁସାରେ, ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି । ଆୟୋଜକ ତୁରନ୍ତ ୟୁନିଭର୍ସିଟିକୁ ଏକ୍ସପୋ ସ୍ପେସ୍ ଖାଲି କରିବାକୁ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଅଧିକାରୀଙ୍କ ପକ୍ଷରୁ କିଛି ସୂଚନା ମିଳିନାହିଁ । ଏଆଇ ଇମ୍ପାକ୍ଟ ସମିଟ୍ ପରି ଅନ୍ତର୍ଜାତୀୟ ମଞ୍ଚରେ ସବୁ ଦାବିକୁ ଗୁରୁତ୍ୱ ଦିଆଯାଇଥାଏ । ଏଠାରେ ପ୍ରଦର୍ଶିତ ହେଉଥିବା ଟେକ୍ନୋଲୋଜି କେବଳ ଦର୍ଶକଙ୍କ ପାଇଁ ନୁହେଁ ଗ୍ଲୋବାଲ ଆଡିୟନ୍ସଙ୍କ ପାଇଁ ମଧ୍ୟ ହୋଇଥାଏ । ତେଣୁ କୌଣସି ପ୍ରକାର ଭୁଲ ବୁଝାମଣା ଅସ୍ପଷ୍ଟ ପ୍ରଦର୍ଶନ ଚର୍ଚ୍ଚାକୁ ଆସିଥାଏ ଏବଂ ବିବାଦ ଉପୁଜିଥାଏ ।
ଏହା ବି ପଢନ୍ତୁ...ହଠାତ୍ ୟ୍ୟୁଟୁବ୍ ଅଚଳ ହେବା ପଛରେ କାରଣ କ’ଣ ? ଗୁଗଲ ଦେଲା ଉତ୍ତର