ପ୍ରମୂଖ ଖବର
  • ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା,ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଗଞ୍ଜାମ; ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ଘୋଷଣା, ପ୍ରକାଶ ପାଇଲା ୧୦ଜଣ ସଦସ୍ୟଙ୍କ ନାଁ
  • ||
  • ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ; ଟଙ୍କା-ମୋବାଇଲ ଫୋନ ଜବତ, ୭ ଜୁଆଡ଼ି ଗିରଫ
  • ||
  • ‘ଆମ ଶାସନ’ ବ୍ୟବସ୍ଥାର ଶୁଭାରମ୍ଭ, ଲୋକଙ୍କ ମତାମତ ଆଧାରରେ ହେବ ନୀତି ନିର୍ଦ୍ଧାରଣ
  • ||
  • ନୂଆଦିଲ୍ଲୀ: ତଦନ୍ତରେ ଚାଞ୍ଚଲ୍ୟକର ଖୁଲାସା; ପାକିସ୍ତାନକୁ ପଠାଯାଉଥିଲା ଦେଶର ଗୁଇନ୍ଦା ସୂଚନା, ପାକିସ୍ତାନୀ ଗୁପ୍ତଚର ସମ୍ପର୍କରେ ଥିଲେ ଭାରତର ୧୫ ଅଧିକାରୀ
  • ||
  • ଟାଙ୍ଗୀ : ରୋଷେଇ ଚାଲିଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ହୁତୁହୁତୁ ହୋଇ ଜଳିଗଲା ଘର, ୬ଟି ପରିବାର ସର୍ବସ୍ବାନ୍ତ
  • ||
  • ଥମିଲା ଆନ୍ଦୋଳନ,୧୫ ଦିନ ପରେ ଅମଲା ଆନ୍ଦୋଳନ ସ୍ଥଗିତ
  • ||
  • ମହମ୍ମଦ ୟୁନୁସ୍‌ଙ୍କ ବଡ଼ ଘୋଷଣା : '୨୦୨୬ରେ ବାଂଲାଦେଶକୁ ମିଳିବ ଗଣତାନ୍ତ୍ରିକ ସରକାର, ଯିଏ ଜିତିବ ତା' ହାତରେ ଟେକିଦେବୁ ଶାସନ ଭାର'
  • ||
  • ଗାଜା ହସ୍ପିଟାଲରେ ଇସ୍ରାଏଲ ସେନାର ବୋମାମାଡ଼, ୫ ସାମ୍ବାଦିକଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ, ଅନେକ ଆହତ
  • ||
  • ଆଗାମୀ ୪୮ ଘଣ୍ଟା ଭିତରେ ସୃଷ୍ଟି ହେବ ଆଉ ଏକ ଲଘୁଚାପ, ୨୯ ଯାଏ ବର୍ଷା ସମ୍ଭାବନା, ଆଜି ପାଇଁ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • କାଣୀ ନଦୀରେ ଘାଈ ପରେ ଦୁର୍ଦ୍ଦଶା, ପାଣି ଘେରରେ ଦଶରଥପୁର ବ୍ଲକର ୧୫ ପଞ୍ଚାୟତ, ୫ ହଜାର ଲୋକେ ଜଳବନ୍ଦୀ
  • ||
  • ବଢି ଯନ୍ତ୍ରଣା : ବୈତରଣୀ ଓ ସୁବର୍ଣ୍ଣରେଖା କୋପରେ ଭାସୁଛି ଶତାଧିକ ଗାଁ, ଜଳବନ୍ଦୀ ଅବସ୍ଥାରେ ହଜାର ହଜାର ଲୋକେ
  • ||
  • ମଙ୍ଗଳବାର ଉଦୟଗିରି, ହିମଗିରିର ହେବ ଜଳାବତରଣ; ଶତ୍ରୁର ଜାହାଜକୁ ଖୋଜି ଖୋଜି କରିବ ଧ୍ୱଂସ
  • ||
  • ରୋଷେଇ ବେଳେ ଅଘଟଣ: ଆକସ୍ମିକ ଅଗ୍ନିକାଣ୍ଡରେ ଦମ୍ପତି ଜୀବନ୍ତ ଦଗ୍ଧ, ଅନାଥ ହୋଇଗଲା ୯ ମାସ ଶିଶୁ
  • ||

ରାଜଧାନୀ​‌ରେ ଏଥର ନିୟମରେ ପୂଜା: ରାତି ୧୦ଟା ପରେ ମେଲେଡ଼ି ମନା, ମଣ୍ଡପ​‌ରେ ସିସିଟିଭି ବାଧ୍ୟତାମୂଳକ

Published By : Manoj | August 26, 2025 11:58 AM

ଭୁବନେଶ୍ୱର ୨୬/୦୮: ପାର୍ବଣ ଋତୁ ପୂର୍ବ କଠୋର ହେଲା କମିଶନରରେଟ୍ ପୁଲିସ। ପୂଜା ପାଇଁ ଜାରି ହେଲା ସ୍ବତନ୍ତ୍ର ଗାଇଡ଼୍‌ଲାଇନ୍। ଚଳିବ ବର୍ଷ ଗଣେଶ ପୂଜା ବାଜିପାରିବନି ଡିଜେ। ସାଉଣ୍ଡ୍ ଲିମିଟ୍‌ରେ ବଜାଇପାରିବେ ଭକ୍ତି ଗୀତ। ରାସ୍ତା ଉପରେ ହୋଇପାରିବନି ବଡ଼ ବଡ଼ ତୋରଣ। ରାତି ୧୦ଟା ପରେ ହେବନି ମେଲୋଡ଼ି। ନିଶାମୁକ୍ତ ହେବ ପୂଜା ମଣ୍ଡପ। ପ୍ରତି ପୂଜା ସ୍ଥଳରେ ସିସିଟିଭି ବାଧ୍ୟତାମୂଳକ। ବେଆଇନ୍ ଭାବେ ଚାନ୍ଦା ଆଦାୟ କଲେ କମିଟି ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଦାଦାବଟ ମାଗିଲେ ଥାନାକୁ ଭିଡ଼ା ହେବେ ଅଭିଯୁକ୍ତ। ଭିଡ ନିୟନ୍ତ୍ରଣ ପାଇଁ ସହରରେ ମୁତୟନ ହେବେ ବ୍ୟାବକ ପୁଲିସ ଫୋର୍ସ। ରାତିରେ କରାଯିବା ପାଟ୍ରେଲିଂ। ନିଶାଡିଙ୍କୁ ଧରିବାକୁ କରାଯାଇଛି ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ । ଭସାଣି ଉତ୍ସବ ବେଳେକୁ ଆତସବାଜି ଫୁଟାଇବା ପୂର୍ବରେ ଲାଗିଛି ସମ୍ପୂର୍ଣ୍ଣ ରୋକ।

ଆଉ ଦିନକ ପରେ ଆରମ୍ଭ ହେବ ଗଣେଷ ପୂଜା । ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପୂଜା ପ୍ରସ୍ତୁତି। ହେଲେ ଶେଷ ମୁହୂର୍ତ୍ତରେ ପୂଜା କମିଟି ଗୁଡ଼ିକ ଝଟକା ଦେଇଛି କମିଶନରେଟ୍ ପୁଲିସ। ଆଣିଛି ସର୍‌ପ୍ରାଇଜ କଲା ଭଳି ଗାଇଡ୍‌ଲାଇନ୍। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଗଣେଷ ପୂଜା ଭସାଣିରେ ବାଜିପାରିପାରିବନି ଡିଜେ। ମାଇକ୍ ବଜାଇବାକୁ ନେବାକୁ ପଡିବ ପୁଲିସ ଅନୁମିତି। କେବେ କମ୍‌ ସାଉଣ୍ଡରେ ବାଜିପାରିବ ଭକ୍ତି ସଂଗୀତ। ଏହାସହିତ ରାସ୍ତା ଉପରେଲାଗିବନି ବଡ଼ ବଡ଼ ତୋରଣ। ପ୍ରତି ମଣ୍ଡପରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ। କରାଯାଇଛି। ପୂଜା ସମୟରେ ଦାଦା ବଟି ଆଦାୟ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ।  

ସେହିପରି ରାତି ୧୦ ପରେ ମଲୋଡିକୁ  ଉପରେ ରୋକ୍ ଲଗାଇଛି କମିଶନରେଟ୍ ପୁଲିସ । ଗଣେଶ ଭସାଣ ଉତ୍ସବ ସମୟରେ ଆତସବାଜି ଫୁଟିବନି ।  ଏହାସହିତ ନିଶାମୁକ୍ତ ପୂଜା ପେଣ୍ଡାଲ ପାଇଁ ପୁଲିସ ଗୁରୁତ୍ୱ । ତେବେ ପୂଜା ମାହୋଲକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଖାସ୍ କରି ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବ କମିଶନରେଟ୍ ପୁଲିସ

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.