ରାଉରକେଲା, ୨୪/୦୫ : ପୁଲିସ ହେପାଜତରୁ ଗଞ୍ଜେଇ ମାଫିଆ ଚମ୍ପଟ୍। ସୁନ୍ଦରଗଡ଼ା ଜିଲ୍ଲା ରାଉରକେଲା ପୁଲିସ ହେପାଜତରୁ ମାଲଗୋଦାମ ଅଞ୍ଚଳର ଗଞ୍ଜେଇ ମାଫିଆ ପ୍ରମୋଦ ଶ୍ରୀବାସ୍ତବ ଓରଫ ଗୋଜା ଫେରାର୍ ହୋଇଯାଇଛି। ପୁଲିସ ଏବେ ଗୋଜାକୁ ଧରିବା ଲାଗି ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। 

ସୂଚନାନୁଯାୟୀ, ସହରରୁ ଗଞ୍ଜେଇ କାରବାର ମୂଳପୋଛ କରିବାକୁ ରାଉରକେଲା ପୁଲିସ ପକ୍ଷରୁ ଅଭିଯାନ ଜାରି ରହିଛି। ମାସକ ତଳେ ଗଞ୍ଜେଇ କାରବାର ଅଭିଯୋଗରେ ପୁଲିସ ଗୋଜାକୁ ଗିରଫ କରିଥିଲା। ତାକୁ ରିଜର୍ଭରେ ରଖି ଜେରା ଚଳାଇଥିଲା। ତେବେ ଶୁକ୍ରବାର ଅପରାହ୍ନରେ ଗୋଜା ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା। ଗୋଜାକୁ ଧରିବାକୁ ଏବେ ରାଉରକେଲା ପୁଲିସ ଉଦ୍ୟମ ଚଳାଇଛି। ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି।