ଦାରିଙ୍ଗବାଡି ୪/୬ : ବୋଲେରୋ ମାକ୍ସ ପିକଅପ୍ ଭ୍ୟାନରେ ଗଞ୍ଜେଇ ଭର୍ତି ହୋଇ ବ୍ରାହ୍ମଣୀ ଗାଁ ଅଞ୍ଚଳରୁ ଗଞ୍ଜାମ ଜିଲ୍ଲା ବଡଗଡ ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୁଲିସ । ଏହି ସମୟରେ ଗାଡ଼ି ଛାଡି ଚମ୍ପଟ ମାରିଥିଲା ଚାଲାଣ କାରୀ। ପୁଲିସର ସୂଚନା ପ୍ରକାରେ, ବ୍ରାହ୍ମଣୀଗାଁ ପୋଲିସ ମଙ୍ଗଳବାର ବିଳମ୍ବିତ ରାତିରେ କୁମ୍ଭାରି ଗାଁ ପଞ୍ଚାୟତର ବିରତରପା ଘାଟି ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ ଗଞ୍ଜେଇ ଭର୍ତି ଗାଡ଼ିକୁ ସନ୍ଦେହ ହୋଇଥିଲା । ଫଳରେ ଉକ୍ତ ଗାଡ଼ି ଉପରେ ଚଢ଼ଉ କରିଥିଲା ପୁଲିସ । ବୋଲେରୋ ମାକ୍ସ ପିକଅପ୍ ଭ୍ୟାନ ସହ ୧୨ କ୍ଵିଣ୍ଟାଲ ୪୦ କିଲୋ ଗଞ୍ଜେଇ ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ବୋଲି ପୁଲିସ ସୂଚନା ଦେଇଛି । ଚଢଉ ବେଳେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ସହ ପୁଲିସ ଫୋର୍ସ ସାମିଲ ଥିଲେ । ପୁଲିସ ଏନେଇ ମାମଲା ନମ୍ୱର ୬୦/୨୫ ରୁଜୁ କରି ତଦନ୍ତ କରୁଥିବା ଜଣା ପଡ଼ିଛି ।

ଜାକେଶ ପ୍ରଧାନ ଏବଂ ସଦାନନ୍ଦ ନାୟକଙ୍କ ଘରବାହୁଡ଼ା, କଂ...