ସାହାଜପାଲ/ବୌଦ୍ଧ ୩୦।୬ : ବାଉଁସୁଣୀଥାନା କଣ୍ଠ। ଛକ ନିକଟରେ ବାଉଁସୁଣୀ ପୁଲିସ ଏକ ବାଇକ ଯାଞ୍ଚ କରି ୨୪ କେଜି ୬୫୦ ଗ୍ରାମ ଗଂଜେଇ ସହ ଏକ ବାଇକ ଜବତ କରିଛି।
ବାଉଁସୁଣୀ ପୁଲିସ ଗଂଜେଇ ଚାଳାଣ ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଖଜୁରୀପଡା ଓ ବହିରା ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ଖଜୁରୀପଡ଼ା ପଟୁ ଆସୁଥିବା ଏକ ବାଇକ କଣ୍ଠ। ଛକ ନିକଟରେ ପୁଲିସ କୁ ଦେଖି ବାଇକ ଛାଡ଼ି ବାଇକ ଚାଳକ ଫେରାର ହୋଇ ଯାଇଥିଲ । ପୁଲିସ ବାଇକ ପାଖକୁ ଯାଇ ଯାଞ୍ଚ କରିବାରୁ ଗଂଜେଇ ଥିଲା । ବାଉଁସୁଣୀ ପୁଲିସ ଏକ ମାମଲା ରୁଜୁ କରି ଗଞ୍ଜେଇ ସହ ବାଇକକୁ ଜବତ କରି ତଦନ୍ତ ଚଳାଇଛି ।