ତିଲେଶ୍ୱର,୨/୯ : ଆଲମିରା ଓ ବାକ୍ସ ଦୋକାନରେ ଚାଲିଥିଲା ଗଞ୍ଜେଇ କାରବାର। ଅତର୍କିତ ଚଢାଉ କଲା ପୁଲିସ। ବିପୁଳ ପରିମାଣର ଗଞ୍ଜେଇ ଜବତ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ସ୍ଥିତ ଏକ ବାକ୍ସ ଦୋକାନରୁ ୭୮ କେଜି ୪୦୦ ଗ୍ରାମର ଗଞ୍ଜେଇ ଜବତ ହୋଇଛି। ଦୋକାନ ମାଲିକ ରଞ୍ଜନ ସାଥୁଆ (୪୨ ବର୍ଷ)ଙ୍କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି। 

ସୂଚନାନୁଯାୟୀ, ପୁରୁଣାକଟକ ଠାରେ ଥିବା ଏକ ଆଲମିରା ଓ ବାକ୍ସ ଦୋକାନରେ ଗଞ୍ଜେଇ କାରବାର ଚାଲିଥିବା ନେଇ ବିଶେଷ ସୂତ୍ରରୁ ପୁଲିସ ସୂଚନା ପାଇଥିଲା। ସୋମବାର ରାତିରେ ପୁଲିସର ଏକ ଟିମ୍ ଉକ୍ତ ଦୋକାନରେ ଚଢ଼ାଉ କରିଥିଲା। ରେଡ୍ ବେଳେ ଦୋକାନରୁ ୭୮ କିଲୋ ୪୦୦ଗ୍ରାମର ଗଞ୍ଜେଇ ଜବତ ହୋଇଛି । ଦୋକାନ ମାଲିକ ରଞ୍ଜନ ସାଥୁଆ (୪୨ ବର୍ଷ)ଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ପୁରୁଣାକଟକ ଥାନା ଅଧିକାରୀ ଅରୁଣ ସିଂ ସୂଚନା ଦେଇଛନ୍ତି।