ବଲାଙ୍ଗୀର,୧୬/୦୭: ଭ୍ୟାନରେ ହେଉଥିଲା ଗଞ୍ଜେଇ ଚୋରାଚାଲାଣ । ଦୁଇ ଗଞ୍ଜେଇ ବେପାରୀଙ୍କୁ ଗୋଡେଇ ଗୋଡେଇ ଧରିଲା ଅବକାରୀ ବିଭାଗ ପୁଲିସ। ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅଞ୍ଚଳରୁ ଏହି ଖବର ଆସିଛି । ଦୁଇ ଗିରଫ ଅଭିଯୁକ୍ତ ହେଲେ ତୁଷୁରା ଥାନା ଅନ୍ତର୍ଗତ କୋଟଗାଁର ବିପିନ ମାଝୀ ଓ ମାନ୍ଦୁଲୁ ସାହୁ ।
ସୂଚନା ମୁତାବକ, ଗତକାଲି ରାତିରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଜଗନ୍ନାଥ ମନ୍ଦିର ଦେଇ ଦୁଇ ଅଭିଯୁକ୍ତ ଏକ ଭୟାନରେ ଗଞ୍ଜେଇ ନେଇ ଯାଉଥିଲେ । ଏନେଇ ଖବର ପାଇ ଅବକାରୀ ପୁଲିସ ଗାଡିକୁ ପିଛା କରିବା ପରେ ତୁଷୁରା ଜଗନ୍ନାଥ ମନ୍ଦିର ଠାରେ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲା। ଗାଡି ଭିତରେ ୩ଟି ବସ୍ତାରେ ୫୦ କେଜି ଗଞ୍ଜେଇ ଥିଲା। ଯାହାର ଆନୁମାନିକ ମୁଲ୍ୟ ୧୦ ଲକ୍ଷ ହେବ ବୋଲି ଅବକାରୀ ଡିଏସପି ହରିହର ଧଳ କହିଛନ୍ତି। ତେବେ ୨ ଗଞ୍ଜେଇ ବେପାରୀକୁ ଗିରଫ କରିବା ସହ ଗାଡି ଓ ଗଞ୍ଜେଇ ଜବତ କରାଯାଇଛି।