ଫିରିଙ୍ଗିଆ, ୩୦।୩ : କନ୍ଧମାଳ  ଜ଼ିଲ୍ଲା   ଫିରିଙ୍ଗିଆ ବ୍ଲକ ଗୋଛାପଢ଼ା  ଥାନା ଅଞ୍ଚଳ ସଲା ଗୁଡା ପଞ୍ଚାୟତ ନେଡି ପଦର ଖେଳ ପଢିଆରେ ଜନ୍ ସଚେତନ ଅଭିଯାନ ଅନୁଷ୍ଠିତ ହୋଇଛି । ଦିନକୁ ଦିନ ବ୍ୟାପକ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ହେଉଥିବାରୁ ଜ଼ିଲ୍ଲା ରେ ସାମାଜିକ ଅଶାନ୍ତି ଅପରାଧ ବୃଦ୍ଧି ପାଉଛି l ଯୁବଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି l ଚାଷୀଙ୍କୁ ଗଞ୍ଜେଇ ବେଆଇନ ଚାଷରୁ ନିବୃତ ରହି ଲାଭବାନ ଷ୍ଟବେରି, ଡ୍ରାଗନ ଫ୍ଲୁଡ଼, ମାଣ୍ଡିଆ ଚାଷ ମାଛ ଚାଷ ଗୋପାଳନ ରେ ମନନିବେଶ କରିବାପାଇଁ  କନ୍ଧମାଳ ପୋଲିସ ପ୍ରଶାସନ ପକ୍ଷରୁ ଫିରିଙ୍ଗିଆ ଥାନା ଅନ୍ତର୍ଗତ  ଉପାନ୍ତ କୁମ୍ଭାରୀ ଖୋଲ ଗାଁ ରେ ଜନ ସମ୍ପର୍କ ଓ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l 

ମୁଖ୍ୟ ଅତିଥି ଭାବେ କନ୍ଧମାଳ ଏସପି   ହରିଶବିଶି, ସମ୍ମାନିତ ଅତିଥି ଭାବେ ଫୁଲବାଣୀ ସଦର ଏସଡ଼ିପିଓ  ଶୁଭ୍ରଜିତ ବିଶ୍ଵାଳ ,   ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ପୃଥିବୀ ରାଜ ମହାନନ୍ଦ, ପୂର୍ବତନ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,  ଥାନା ଅଧିକାରୀ ଚିରଞ୍ଜିବି ବେହେରା, ବନପାଳ  ଦିଲ୍ଲୀପ କୁମାର ବିଶ୍ୱାଳ , ବିଏସଏଫ ଅଧିକାରୀ ଏଲ ଟୁ ବେ ଲ ସାର, ପ୍ରମୋଦ ସାର, ପୂର୍ବତନ ସରପଞ୍ଚ ବ୍ରିଷ୍ଣୁ ଚରଣ ମଲିକ,  କଂଗ୍ରେସ ନେତା ଘନ ଶବର, ସ୍ଥାନୀୟ ସରପଞ୍ଚ ରୋହିତ କହର, ସମିତି ସଭ୍ୟ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। ସରକାରଙ୍କ ତରଫରୁ ଚାଷୀ ଙ୍କୁ ମିଳୁଥିବା ସହାୟତା ଉପରେ ଆଲୋକପାତ କରିଥିଲେ ।  ପୋଲିସ ପ୍ରଶାସନ ପକ୍ଷରୁ ଯୁବକ ସଂଘଙ୍କୁ ଫୁଟବଲ, ଭଲିବଲ, ଜର୍ସି ଏବଂ ମହିଳା ମାନଙ୍କୁ ଶୀତ ବସ୍ତ୍ର ଛତା ଜୋତା, ପିଲାଙ୍କୁ ଖେଳ ଉପକରଣ, ପାଠ୍ୟ ପୁସ୍ତକ ବହି ଖାତା ଆଦି ବଣ୍ଟନ କରାଯାଇ ଥିଲା l ବରିଷ୍ଠ ନାଟ୍ୟକାର  ତଥା ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଙ୍କ ରଚିତ ଓ ନିର୍ଦ୍ଦେଶିତ ପଥପ୍ରାନ୍ତ ନାଟକ " ନୀଳ ଜହର "  ପରିବେଷଣ କରାଯାଇଥିଲା। ଯୁବନାଟ୍ୟକାର ତଥା   ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱ ରେ କନ୍ଧମାଳର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳାବିକାଶ କେନ୍ଦ୍ର ର କଳାକାର ମାନଙ୍କ ଦ୍ୱାରା ନାଟକ ପରିବେଷଣ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ବହୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଯୁବଗୋଷ୍ଠୀ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।