ଯାଜପୁର,୧୩/୦୧: ଯାଜପୁର ଅବକାରୀ ବିଭାଗକୁ ବଡ ସଫଳତା। ପିକଅପ୍ ଗାଡ଼ି ସହ ବିପୁଳ ପରିମାଣର ଗଞ୍ଜେଇ ଜବତ। ଉପରେ ପାଣି ବୋତଲ ରଖି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ। ପାଖାପାଖି ୧ କ୍ଵିଣ୍ଟାଲ ୬୦ କେଜି ଗଞ୍ଜେଇ ତଥା ୧୬ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ଅନୁମାନ କରାଯାଉଛି। ଏଥିରେ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରହିଛି। ତେବେ ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଦଳ ପକ୍ଷରୁ ଏହି ଚଢ଼ାଉ କରା ଯାଇଥିଲା। ଗିରଫ ଅଭିଯୁକ୍ତ ହେଲେ ବୌଦ ଜିଲାର ଆନନ୍ଦ ଭୋଇ ଓ ଅନୁଗୁଳ ଜିଲାର ରେଙ୍ଗାଲବେଢା ଅଞ୍ଚଳର ଅନୀଲ ବେହେରା। ଏମାନେ ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ବୌଦ ଜିଲ୍ଲାରୁ ଗଞ୍ଜେଇ ଆଣି ଚାଲାଣ କରୁଥିବା ଜଣାପଡିଛି।