ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର; ସମସ୍ତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର

Published By : Manoj | August 10, 2025 11:00 AM

ଅନୁଗୁଳ ୧୦/୦୮: ଅନୁଗୁଳ କୁଲାଡ଼ ମା' ବ୍ରାହ୍ମଣୀଦେଇ ପୀଠରେ ଅଘଟଣ। ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର।  ସେମାନେ ହେଲେ ଭୂଷଣ ପ୍ରଧାନ, ରତ୍ନମଞ୍ଜରୀ ପ୍ରଧାନ ଏବଂ ଦିଗ୍‌ନେସ ପ୍ରଧାନ। ସମସ୍ତ ଗୁରୁତର ପ୍ରଥମେ ସ୍ଥାନୀୟ ହସ୍ପିଟାଲ‌ରେ ଭର୍ତ୍ତି କରାଯାଇଥିଲା ।ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅନୁଗୁଳ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଏମସ୍ସ ସ୍ଥାନାନ୍ତରଣ କରାଯାଉଛି। ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବା ‌ବେଳେ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି। 

ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟିଥିଲା। ଯେଉଁଥିରେ ଘରର ଆଜବେଷ୍ଟ ଆଉ ଅନ୍ୟାନ୍ୟ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି। ସିଲିଣ୍ଡର ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ନାଲକୋ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ପରେ ଘର ଭିତରୁ ୩ ଜଣଙ୍କୁ ଉଦ୍ଧାର କରିି ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରଣ କରିଥିବା ଜଣାପଡିଛି। ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.