ଚାନ୍ଦବାଲି, ୯/୬: ଭୟାବହ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଗଲେ। ଚାନ୍ଦବାଲି କାଳୀମନ୍ଦିର ସମ୍ମୁଖରେ ଥିବା ମୀନବଜାରର ଶହ ଶହ ଦୋକାନୀଙ୍କ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ଅଳ୍ପକେ ବର୍ତ୍ତି ଯାଇଛି। ମିଳିଥିବା ସୂଚନା ଅନୁସାରେ ଚାନ୍ଦବାଲି ଭଦ୍ରକ ରାସ୍ତା କାଳୀ ମନ୍ଦିର ପଡିଆ ନିକଟରେ ଥିବା ଚାଟ୍ ଦୋକାନି ନିଜ ଚାଟ୍ ଦୋକାନରେ ଗ୍ୟାସ ଚୁଲାରେ ଚାଟ୍ ତିଆରି କରୁଥିବା ବେଳେ ଜଳନ୍ତା ଚୁଲା ଛାଡି କେଉଁ ଆଡେ ପଳାଇଥିଲେ। ଚାଟ୍ ଦୋକାନୀର ଅସାବଧାନତା ପାଇଁ ଗ୍ୟାସ ପାଇପ ଲିକ ହୋଇଯାଇଥିଲା। ଫଳରେ ଗ୍ୟାସ ଲିକ୍ ହୋଇ ଭାୟାବହ ଅଗ୍ନିକାଣ୍ଡ ବିପଦ ସୃଷ୍ଟି କରିଥିଲା l ନିଆଁ ଲିଭାଇବାକୁ କିମ୍ବା ଗ୍ୟାସ ବନ୍ଦ କରିବାକୁ କେହି ସାହସ ଜୁଟାଇ ପାରି ନଥିଲେ। ଚାଟ୍ ଦୋକାନ ପାଖକୁ ଲାଗିରହିଥିବା ମୀନବଜାର ଦୋକାନୀ ଗୁଡିକ ନିଜ ସାମଗ୍ରୀ କେମିତି ବଞ୍ଚାଇବେ ଚିନ୍ତାରେ ପଡିଯାଇଥିଲେ। ହଠାତ ନିକଟରେ ଜଣେ ଚାଟ ଦୋକାନୀ ଗ୍ୟାସ ଟାଙ୍କିରୁ ରେଗୁଲେଟର ବନ୍ଦ କରିଦେବାରୁ ବିପଦ ଟଳିଥିଲା l ସମସ୍ତେ ଅଳ୍ପକେ ବର୍ତ୍ତିଯାଇଥିଲେ।

ଡିଏମକେକୁ କ୍ଷମତାଚ୍ୟୁତ କରିବେ ତାମିଲନାଡୁ ଲୋକେ, ଷ୍...