ଭୁବନେଶ୍ବର,୫।୧୦ : ଚନ୍ଦକା  ଶିଳ୍ପାଞ୍ଚଳର ଏକ କେମିକାଲ ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍  ହୋଇଛି। ସୋଡିୟମ ହାଇପ୍ଲୋ କୋରାଇଟ ଲିକ୍ ହୋଇଛି। ଦମକଳ ବାହିନୀର ୫ଟି ଗାଡ଼ି ଗ୍ୟାସ ଲିକକୁ  ଆୟତ୍ତ ଉଦ୍ୟମ କରୁଛନ୍ତି। ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଗ୍ୟାସ ଲିକ୍ ହୋଇଥିବାରୁ ଅଞ୍ଚଳକୁ ଖାଲି କରିବା ପାଇଁ ରାସ୍ତା ସିଲ୍ କରାଯାଇଛି। 

ତେବେ ଗୋଟିଏ ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇଥିଲା। ଅଗ୍ନିଶମ କର୍ମଚାରୀମାନେ ଲିକ୍‌ ହୋଇଥିବା ଗ୍ୟାସ ସିଲିଣ୍ଡରକୁ ସୁରକ୍ଷିତ ସ୍ଥାନକୁ ଆଣିଥିଲେ ।   ସେଠାରେ ସିଲିଣ୍ଡରର ଲିକ୍‌ ସ୍ଥାନରେ ଚୁନ ପାଣି ସ୍ପ୍ରେ କରିଥିଲେ।