କଟକ, ୧୯/୦୧ : କଟକରେ ଫାଟିଲା ଗ୍ୟାସ୍ ପାଇପ୍ ଲାଇନ୍। ସିଡିଏ ୧୦ନଂରେ ରାସ୍ତା ମରାମତି ଚାଲିଥିବା ବେଳେ ଫାଟିଲା ଏଲପିଜି ପାଇପ୍ ଲାଇନ୍। ମେସିନ୍ ଦ୍ଵାରା ନିର୍ମାଣ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି। ସ୍ଥିତି ବିଗିଡ଼ିବା ପୂର୍ବରୁ ଅଗ୍ନିଶମ ବାହିନୀ ଓ ଗ୍ୟାସ୍ ପାଇପ୍ କମ୍ପାନୀ ପକ୍ଷରୁ ମରାମତି କାମ ଚାଲିଛି। ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।
ସୂଚନାନୁଯାୟୀ, କଟକ ସିଡିଏ ୧୦ନଂ ପରିବା ମାର୍କେଟ୍ ନିକଟରେ ଏଲପିଜି ପାଇପ୍ ଫାଟି ଗ୍ୟାସ୍ ଲିକ୍ ହୋଇଛି। ନିକଟରେ ଏକ ପେଟ୍ରୋଲ ପମ୍ପ ପରିସରରେ ଗଛ କଟା ଏବଂ ଗାତ ଖୋଳା ବେଳେ ଡ୍ରୋଜର ମାଡ଼ରେ ମାଟି ତଳେ ଯାଇଥିବା ଗ୍ୟାସ୍ ପାଇପ୍ ଲାଇନ୍ ଫାଟିଯାଇଛି। ଫଳରେ ଗ୍ୟାସ୍ ଲିକ୍ ହୋଇ ଉପରକୁ ଉଠିଥିଲା। ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ସୂଚନା ପାଇ ଅଗ୍ନିଶମ ବାହିନୀ ଏବଂ ଗେଲ୍ ର ଗାଡି ଆସି ପାଇପ୍ ମରାମତି କାମ କରୁଛି। ଏକ ବଡ଼ ଧରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି।
ଏହି ଖବରଟିକୁ ପଢନ୍ତୁ- ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିଡିଓଙ୍କୁ ମାଡ଼, ପୁଲିସର ତନାଘନା