ନୂଆପଡ଼ା, ୧୯/୦୧ : ନୂଆପଡା BDOଙ୍କୁ ମାଡ଼। ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ସର୍ବ ସମ୍ମୁଖରେ ବିଡିଓଙ୍କୁ ମାଡ଼ ମାରିଲେ ଯୁବକ। ଥାନାର ଦ୍ଵାରସ୍ଥ ହେଲେ ବିଡିଓ ରୋହିତ ଭୋଇ। ବ୍ଲକ ଅଫିସ ପରିସରରେ SDPOଙ୍କ ସହ ନୂଆପଡ଼ା ପୁଲିସର ତନାଘନା।
ସୂଚନାନୁଯାୟୀ, ଭଇସାଟାଲ ପଞ୍ଚାୟତ ଗୃହ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିଲା। ପଞ୍ଚାୟତ ମୁଖ୍ୟାଳୟରେ ହେବାକୁ ଥିବା ପଞ୍ଚାୟତ ଗୃହ ବାଲୋଦା ଠାରେ ନିର୍ମାଣ ହେବାକୁ ନେଇ କିଛି ଗ୍ରାମବାସୀ ବିରୋଧ କରୁଥିଲେ। ହେଲେ ହାଇକୋର୍ଟଙ୍କ ଅର୍ଡର ଅନୁସାରେ ନିର୍ମାଣ କାମ ଚାଲିଥିଲା। ଏହି ଘଟଣାକୁ ନେଇ ଆଜି ବିଡିଓଙ୍କ ଉପରକୁ ଆକ୍ରମଣ ହୋଇଛି। ଜଣେ ଯୁବକ ବିଡିଓ ରୋହିତ ଭୋଇଙ୍କୁ ମାଡ଼ ମାରିଛନ୍ତି। ଏହି ଘଟଣା ବେଳର ଭିଡିଓ ଭାଇରାଲ୍ ହେଉଛି। ବ୍ଲକ ଅଫିସ ପରିସରରେ SDPOଙ୍କ ସହ ନୂଆପଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଏହି ଖବରଟିକୁ ପଢନ୍ତୁ- ଭୁବନେଶ୍ଵରରେ ୨ ଦିନିଆ ଆୟୁଷ୍ମାନ ଭାରତ ଚିନ୍ତନ ଶିବିର, ଉଦଘାଟନ କଲେ ସ୍ଵାସ୍ଥ୍ୟ ମନ୍ତ୍ରୀ