ପ୍ରମୂଖ ଖବର
  • ବାଟବାଟୀ ବ୍ୟାଟଲ ; ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ, ଫେରିଲେ କୋହଲି
  • ||
  • ଯାଜପୁର : ଶୋଇଥିବା ବେଳେ ଷ୍ଟୁଡିଓ ମାଲିକଙ୍କୁ ନିର୍ମମ ହତ୍ୟା, ପୋଲିସର ତଦନ୍ତ ଆରମ୍ଭ
  • ||
  • ଛତିଶଗଡ଼ ବିଜାପରୁରେ ଏନ୍‌କାଉଣ୍ଟ, ଯବାନଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ
  • ||
  • ନକଲି ଗୁଟଖା ଫ୍ୟାକ୍ଟ୍ରିରେ ଦିଲ୍ଲୀ, ଆନ୍ଧ୍ର ଜିଏସ୍‌ଟି ଟିମ୍‌ର ଚଢ଼ାଉ, ବିଭିନ୍ନ ସାମଗ୍ରୀ ଜବତ
  • ||
  • ଜଗତସିଂହପୁର ପିଏନ୍‌ବି ବ୍ୟାଙ୍କରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଉଦ୍ୟମ ଜାରି
  • ||
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଗ୍ୟସ୍‌ ସିଲିଣ୍ଡର ଫାଟି ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

Published By : Harapriya Sethi | January 26, 2025 12:03 PM

ଭୁବନେଶ୍ୱର,୨୬/୦୧: ଭାତ ଉତୁରି ପଶିବାରୁ ଫାଟିଗଲା ଗ୍ୟାସ ଟାଙ୍କି । ଟାଙ୍କି ଫାଟିବାରୁ ଘରେ ଲାଗିଲା ନିଆଁ । ଏହି ସମୟର ଘରେ କେହି ଉପସ୍ଥିତ ନଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ପରିବାର ସଦସ୍ୟମାନେ । ଜଗତସିଂହପୁର ଜିଲ୍ଲା ପାରାଦ୍ଵୀପ ଅଞ୍ଚଳର ଅଠରବାଙ୍କି ନିକଟ ଲକ୍ ପଡାରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ପରିବାରର ବଡ଼ ସଦସ୍ୟମାନେ ବାହାରେ କାମ କରିବାକୁ ଯାଇଥିଲେ । ଏହି ସମୟରେ ଛୋଟ ଝିଅ ଗ୍ୟାସରେ ଭାତ ରାନ୍ଧୁଥିଲା। ଭାତ ବସାଇ ଦେଇ ଛୋଟ ପିଲାଟି ବାହାରକୁ କୈାଣସି କାର୍ଯ୍ୟରେ ଯାଇଥିଲା । ଏହି ସମୟରେ ଭାତ ଉତୁରି ପଶିବାରୁ ପ୍ରଥମେ ଘରର ଚାଳକୁ ନିଆଁ ଧରିଥିଲା । ଫଳରେ ଘରଟି ଜଳି ଉଠିଥିଲା । ନିଆଁ ଅଧିକ ବ୍ୟାପି ଯିବାରୁ ଶେଷରେ ଗ୍ୟାସ ଟାଙ୍କି ଫାଟିଯାଇଥିଲା । ଏହା ଦେଖି ସ୍ଥନୀୟଲୋକେ ତୁରନ୍ତ ଅଗ୍ନିଶମ ବହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ଓ ଏଏମ‌ଏନ‌ଏସ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.