ପାରାଦୀପ ୦୧/୬: ପାରାଦୀପ ନିକଟସ୍ଥ ଭୁତମୁଣ୍ଡାଇ ବ୍ୟାଙ୍କ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗ୍ୟାସ ବୋଝେଇ ଟ୍ୟାଙ୍କର ସହ କାର୍ ମୁହାଁମୁହିଁ ଧକ୍କା। ଦୁର୍ଘଟଣାସ୍ଥଳରେ ଚାଲିଗଲା କାର୍ ଚାଳକ ଜୀବନ। ମୃତକ ହେଲେ ସ୍ଥାନୀୟ ଜଗତି ଗ୍ରାମର ପ୍ରଜ୍ଞା ପ୍ରକାଶ ପତି। ଏନେଇ ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳେ ପ୍ରଜ୍ଞା ପ୍ରକାଶ କୌଣସି କାମରେ ପାରାଦୀପ ଅଭିମୁଖେ ଯାଉଥିଲେ । ଭୁତମୁଣ୍ଡାଇ ବ୍ୟାଙ୍କ ଛକ ନିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଗ୍ୟାସ ଟ୍ୟାଙ୍କର କାରକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ କାର୍ ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁର୍ମାର୍ ହୋଇଯାଇଥିଲା। କାର୍ ଚାଳକଙ୍କ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏନେଇ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚି ଟ୍ୟାଙ୍କ ଏବଂ କାର୍ ଜବତ କରି ଥାନାକୁ ନେଇଥିବା ବେଳେ ତଦନ୍ତ ଆରମ୍ଭ କରିଛି। କାର ଚାଳକଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଥିବା ସୂଚନା ମିଳିଛି।