ନୂଆଦିଲ୍ଲୀ, ୧୧/୩ : ଟି-୨୦ ବିଶ୍ବକପର ଫାଇନାଲ ମୁକାବିଲା ସମୟରେ ଓ୍ବିକେଟକୁ ଲକ୍ଷ୍ୟ କରି ବଲ୍ ଫୋପାଡ଼ି ଥିଲେ ଅର୍ଶଦୀପ । କିନ୍ତୁ ବଲଟି ଯାଇ ମିଚେଲଙ୍କ ଜଙ୍ଗରେ ବାଜିଥିଲା । ସେ ଅର୍ଶଦୀପଙ୍କ ଦୁଇଟି ବଲରରେ ଦୁଇଟି ଛକା ମାରିଥିଲେ । ଏହାପରେ ସେ ବଲ ଫୋପାଡ଼ିଥିଲେ । ଯାହାକୁ ନେଇ ମଇଦାନରେ ଉଭୟଙ୍କ ମଧ୍ୟରେ ବିବାଦ ମଧ୍ୟ ଦେଖିବାକୁ ମିଳିଥିଲା । ଯାହାକି ଚର୍ଚ୍ଚାର ବିଷୟ ପାଲଟିଥିଲା । ଅର୍ଶଦୀପ କ୍ଷମା ମଧ୍ୟ ମାଗିଛନ୍ତି । ଆଇସିସି ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇଛି । କିନ୍ତୁ ଏବେ ନିଜର ପ୍ରତିକ୍ରିୟା ରଖିଛନ୍ତି ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ।

ଗମ୍ଭୀର କହିଛନ୍ତି କି, ପନିଆରେ ଏଭଳି ଘଟଣା କିଛି ନୂଆ ନୁହେଁ । ଖେଳାଳିମାନେ ଯେତେବେଳେ ନିଜ ଦେଶ ପାଇଁ ଖେଳନ୍ତି ସେତେବେଳେ ଉତ୍ସାହୀ ଏବଂ ଆକ୍ରମଣାତ୍ମକ ହୋଇଥାନ୍ତି । ଜଣେ ବୋଲରଙ୍କୁ ଦୁଇଟି ଛକା ମାରିଲେ ସେ ପ୍ରତିକ୍ରିୟା ପ୍ରକାଶ କରିବା ସ୍ବାଭାବିକ । ଯଦି ଏ ଘଟଣାରେ ଅର୍ଶଦୀପ କ୍ଷମା ନମାଗନ୍ତି ତାହେଲେ କୌଣସି ଅସୁବିଧା ନାହିଁ । ପଡ଼ିଆ ମଧ୍ୟରେ ଖେଳାଳିମାନେ ଚେଷ୍ଟା କରନ୍ତି ନିଜ ଦେଶକୁ ଜିତାଇବା ପାଇଁ । ଏହାସହ ଗମ୍ଭୀର କହିଛନ୍ତି କି, ଏବେ ଇଣ୍ଟରନେଟର ଯୁଗ ହୋଇଥିବାରୁ ଛୋଟ କଥାକୁ ବଡ଼ କରି ଭାଇରାଲ କରାଯାଉଛି ।

ସେପଟେ ଏହି ଘଟଣାରେ ଆଇସିସି ଅର୍ଶଦୀପଙ୍କ ଉପରେ କାର୍ଯ୍ୟାନୁଷ୍ଠା ଗ୍ରହଣ କରିଛି ଆଇସିସି । ତାଙ୍କ ମ୍ୟାଚ୍ ଫି’ର ୧୫ ପ୍ରତିଶତ କାଟି ଦେଇଛି । ସେ ଆଇସିସିର ନିୟମ ଉଲଙ୍ଘନ କରିଥିବା କୁହାଯାଇଥିଲା । ଆକ୍ରମଣାତ୍ମକ ଭାବେ ଖେଳାଳିଙ୍କ ଉପରକୁ ବଲ ଫୋପାଡ଼ିଥିବା କୁହାଯାଇଥିଲା । ଗତ ୨୪ ମାସ ମଧ୍ୟରେ ଏହା ତାଙ୍କର ପ୍ରଥମ ଘଟଣା ହୋଇଥିବାରୁ ଛୋଟ ଦଣ୍ଡ ଦେଇଛନ୍ତି ଆଇସିସି ।

ଏହାସହ ପଢ଼ନ୍ତୁ : ୨୦ ମ୍ୟାଚ୍ ପାଇଁ ଘୋଷଣା ହେଲା ଆଇପିଏଲ ସୂଚୀ