ନୂଆଦିଲ୍ଲୀ : ଭାରତର ଟି-୨୦ ୱାର୍ଲ୍ଡ କପ୍ ଠାରୁ ନେଇ ଚାମ୍ପିଅନ ଟ୍ରଫି ଜିତି ସାରିଥିବା ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ସମୟ ଏବେ ଭାରତୀୟ କ୍ରିକେଟରେ ଚାଲିଛି। ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟି-୨୦ରେ ମିଳିଥିବା ପରାଜୟ ପରେ ଟିମ୍ ମ୍ୟାନେଜମେଣ୍ଟର ରଣନୀତି ଉପରେ ଆଙ୍ଗୁଠି ଉଠିଛି। ଏହି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ଜଣାଶୁଣା ଆଇନଜୀବୀ ଅଭିଷେକ ମନୁ ସିଂଘଭି ଭାରତୀୟ ଟିମର ସଦ୍ୟତମ ପ୍ରଦର୍ଶନ ଓ କୋଚ୍ ଗମ୍ଭୀରଙ୍କ ନିଷ୍ପତ୍ତିରେ ଏମିତି ଶକ୍ତ ପ୍ରହାର କରିଛନ୍ତି, ଯାହାକି କ୍ରିକେଟର ମାହୋଲକୁ ସରଗରମ କରିଛି। ସିଂଘଭି ସିଧାସଳଖ ସିଷ୍ଟମ ଉପରେ ପ୍ରଶ୍ନ କରିଛନ୍ତି। କେକେଆରରେ କୋଚିଂ ସମୟର ସାଥୀ ହର୍ଷିତ ରାଣାଙ୍କୁ ଟିମ୍ ଇଣ୍ଡିଆରେ ଲଗାତାର ମିଳୁଥିବା ସୁଯୋଗ ଉପରେ ମଧ୍ୟ ସେ ଟାର୍ଗେଟ କରିଛନ୍ତି।

 

ଅଭିଷେକ ମନୁ ସିଂଘଭି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଭାରତୀୟ ଦଳର ଦୁର୍ଦ୍ଦଶାକୁ ନେଇ ଗଭୀର କ୍ରୋଧ ପ୍ରକାଶ କରିଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି - ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ କ୍ରିକେଟ୍ କେବଳ ମ୍ୟାଚ୍ ନୁହେଁ, ଏହାର ଦିଗ ହରାଉ ଥିବା ନଜର ଆସୁଛି। ସିଂଘଭିଙ୍କ ଏହି ଆକ୍ରମଣ ଗମ୍ଭୀରଙ୍କ ସେହି ପ୍ରଭାବ ଏବଂ ଆକ୍ରମଣାତ୍ମକ ମନୋଭାବ ଉପରେ ସିଧାସଳଖ ଟାର୍ଗେଟ୍ କରିଛି, ଯାହା ଦ୍ୱାରା ସେ ଭାରତୀୟ ଦଳର ନେତୃତ୍ୱ ପଦ ପାଇ ଥିଲେ। ସିଂଘଭି ଲେଖିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ପରାଜୟ ଏକ ସ୍ପଷ୍ଟ ସ୍ମରଣ କରାଉଛି ଯେ, କେବଳ ଅତୀତର ଖ୍ୟାତି ଏବଂ ପ୍ରତିଷ୍ଠା ଉପରେ ନିର୍ଭର କରି ଜଣକୁ ଅନ୍ତର୍ଜାତୀୟ ଦଳର ପ୍ରଶିକ୍ଷକ କରାଯାଇ ପାରିବ ନାହିଁ। ମୈଦାନରେ ଫଳାଫଳ ଏବଂ ସଠିକ୍ ରଣନୀତି ଦେଖାଇବା ଆବଶ୍ୟକ, କେବଳ କାଗଜପତ୍ର ଦାବି ନୁହେଁ।

 

ସିଂଘଭିଙ୍କ ଏହି କ୍ରିକେଟ୍ ବିଶ୍ଳେଷଣରେ ଯେଉଁ କଡ଼ା ପ୍ରଶ୍ନ ଉଠିଛି, ତାହା ଯୁବ ଦ୍ରୁତ ବୋଲର ହର୍ଷିତ ରାଣାଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି। ସିଂଘଭି ଖୋଲାଖୋଲି ପଚାରିଛନ୍ତି, ହର୍ଷିତ ରାଣା ପ୍ଲେଇଂ ଇଲେଭନରେ ଏମିତି କଣ ଭାଲ୍ୟୁ ଯୋଡ଼ୁଛନ୍ତି ଯେ, ତାଙ୍କୁ ବାରମ୍ୱାର ଚୟନ କରାଯାଉଛି ?

 

ଉଲ୍ଲେଖନୀୟ ଯେ, ଆଇପିଏଲରେ କେକେଆର ଦିନ ଠାରୁ ଗମ୍ଭୀର ଓ ହର୍ଷିତ ରାଣାଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର କନେକ୍ସନ ରହିଛି ଏବଂ ଯେବେ ଗମ୍ଭୀର ମୁଖ୍ୟ କୋଚ୍ ହେଲେ , ତ ରାଣାଙ୍କୁ ଲଗାତାର ସୁଯୋଗ ମିଳିଲା। କିନ୍ତୁ ଯେବେ ଇଂଲଣ୍ଡ ବିପକ୍ଷରେ ପୂରା ଟିମ ରଣନୀତି ଓ ବୋଲିଂ ଲାଇନ –ଅପ୍ ଫ୍ଲପ୍ ସାବ୍ୟସ୍ତ ହେଲା, ତ ଗମ୍ଭୀରଙ୍କୁ ଏହି ପସନ୍ଦର ଚୟନ ଉପରେ ସର୍ବ ପ୍ରଥମେ ଓ ବଡ଼ ପ୍ରଶ୍ନର ଟର୍ଗେଟ୍ ହୋଇଛି। ସିଂଘଭିଙ୍କ ଏହି ହମଲା ସ୍ପଷ୍ଟ କରୁଛି ଯେ, ଦାୟିତ୍ୱ କାହା ପାଇଁ ଇଚ୍ଛାଧୀନ ହୋଇ ପାରିବ ନାହିଁ, ସେ ମୁଖ୍ୟ ପ୍ରଶିକ୍ଷକ ହୁଅନ୍ତୁ କିମ୍ବା ତାଙ୍କ ପ୍ରିୟ ଖେଳାଳି।

ଆହୁରି ମଧ୍ୟ ପଢନ୍ତୁ : ମାର୍ଚ୍ଚ ମାସରେ ନିର୍ବନ୍ଧ , ଜୁଲାଇରେ ସବୁ ଶେଷ! ଭାବି ପତ୍ନୀ ଆକୃତି ଅଗ୍ରଓ୍ବାଲଙ୍କୁ ଠକିଦେଲେ କି ପୃଥ୍ୱୀ ଶ ? ଚାଞ୍ଚଲ୍ୟ ସୃଷ୍ଟି କରିଛି ଇନଷ୍ଟାଗ୍ରାମ ଷ୍ଟୋରୀ