ଫିରିଙ୍ଗିଆ,୦୫/୦୩ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟ ଠାରେ ଥିବା ଗାୟତ୍ରୀ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପାଞ୍ଚକୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ତିନି ଦିନ ଧରି ଚାଲିଥିବା ଚାଲିଥିବା ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସାମଗମ ଦେଖିବାକୁ ମିଳିଥିଲା । ତେବେ ଫିରିଙ୍ଗିଆ ଗାୟତ୍ରୀ ପରିବାରର ସଭାପତି ବସନ୍ତ କହଁରଙ୍କ ସଭାପତିତ୍ୱରେ ଓ ପ୍ରତିଷ୍ଠାତା ସଦସ୍ୟ ଚନ୍ଦ୍ରମୋହନ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ସହ ତାଙ୍କର ଧର୍ମ ପତ୍ନୀ ତଥା ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବିଷ୍ଣୁପ୍ରିୟା ବେହେରା ଯୋଗଦେଇ ଯଜ୍ଞରେ ଆହୁତି ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟ୍ୟରେ ପୂର୍ବତନ ଫୁଲବାଣୀ ବିଧାୟକ ଦୁଗୁନୀ କହଁର,ଫୁଲବାଣୀ ଗାୟତ୍ରୀ ପରିବାରର ଟ୍ରଷ୍ଟି ରାଧାଶ୍ୟାମା ମହାରଣା, ଜିଲ୍ଲା ସଭାପତି ଅନନ୍ତ ପୃଷ୍ଟିଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକର ଗାୟତ୍ରୀ ପରିବାରର ସଦସ୍ୟ ମାନେ ଉପସ୍ଥିତ ଥିଲେ । ତିନିଦିନ ଧରି ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକ ପ୍ରବଚନ ସହ ଭଜନ କୀର୍ତ୍ତନ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ଗାୟତ୍ରୀ ପରିବାରର ସମ୍ପାଦକ ପୁରୁଷୋତ୍ତମ ମଳିକଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।