ପ୍ରମୂଖ ଖବର
  • ବାଙ୍ଗିରିପୋଷି : ଅଜଣା ଗାଡି ଧକ୍କାରେ ୨ ବାଇକ୍‌ ଆରୋହୀ ମୃତ, ପରିଚୟ ଅସ୍ପଷ୍ଟ
  • ||
  • ଶନିବାରଠୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା; ଦେଶର ୭୮୪୨ଟି ପରୀକ୍ଷା କେନ୍ଦ୍ରରେ ଏକ୍ସଜାମ୍‌ ଦେବେ ୪୨ ଲକ୍ଷ ଛାତ୍ରଛାତ୍ରୀ
  • ||
  • ରାଜ୍ୟରେ ବଦଳିବ ପାଗ, ୧୯ ଓ ୨୦ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
  • ||

୧୫ମାସ ପରେ ଏବେ ଗାଜାରେ ଥମିବ ଯୁଦ୍ଧ : ସିଜଫାୟାର ଘୋଷଣା କଲା କତାର

Published By : Prameya | January 18, 2025 11:18 PM

ନୂଆଦିଲ୍ଲୀ : ଇସ୍ରାଏଲ-ହମାସ ଯୁଦ୍ଧରେ ଲାଗିବ ବିରାମ। ଘମାଘୋଟ ଯୁଦ୍ଧରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଇସ୍ରାଏଲ ଓ ହମାସ ମଧ୍ୟରେ ୧୫ ମାସର ଭୟଙ୍କର ଯୁଦ୍ଧ ପରେ ଏବେ ସିଜଫାୟାରକୁ ନେଇ ଉଭୟ ପକ୍ଷରେ ସହମତି ପ୍ରକାଶ ପାଇଛି। ସିଜଫାୟାର ପାଇଁ ମଧ୍ୟସ୍ଥତା କରୁଥିବା କତାର ଘୋଷଣା କରିଛି କି, ଉଭୟ ପକ୍ଷରେ ଡିଲ୍ ଫାଇନାଲ ହୋଇଛି ଏବଂ ରବିବାର ସକାଳ ସାଢେ ୬ଟାରେ ସିଜଫାୟାର ଲାଗୁ ହୋଇ ଯିବ। 

କହି ରଖୁଛୁ କି, ୭ ଅକ୍ଟୋବର ୨୦୨୩ରେ ହମାସର ହମଲା ପରେ ଇସ୍ରାଏଲ ଗାଜାରେ ପ୍ରଳୟ ଆରମ୍ଭ କରି ଦେଇ ଥିଲା। ଏଥିରେ ଗାଜା ପଟ୍ଟିର ୪୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। 

ସୂଚନା ଆଧାରରେ , ଇସ୍ରାଏଲର ପାଖାପାଖି ୧୦୦ ପଣବନ୍ଦୀ ଗାଜାରେ ଅଛନ୍ତି। ସିଜଫାୟର ପରେ ତାଙ୍କୁ ମୁକ୍ତ କରାଯିବ। ଉଭୟ ପକ୍ଷର ସହମତି ପାଇଁ କତାର ଓ ଇଜିପ୍ଟ ମଧ୍ୟସ୍ଥତା କରୁଥିଲେ। ଗାଜାରେ ୪୬୦ ଦିନରୁ ଯୁଦ୍ଧ ଚାଲୁଥିଲା। ଆଗାମୀ ସପ୍ତାହ ୩୩ ଇସ୍ରାଏଲୀୟ ପଣବନ୍ଦୀଙ୍କ ମୁକ୍ତ ହୋଇପାରେ। ଅନ୍ୟପଟେ ଇସ୍ରାଏଲ ଶହ ଶହ ଫିଲିସ୍ତିନୀୟଙ୍କୁ ମୁକ୍ତ କରିବ। ହମାସ କହି ଦେଇଛି କି, ଯେପର୍ଯ୍ୟନ୍ତ ଇସ୍ରାଏଲୀୟ ସେନା ଗାଜାରୁ ବାହାରିବେ ନାହି , ସେପର୍ଯ୍ୟନ୍ତ ଅନ୍ୟ ପଣବନ୍ଦୀଙ୍କୁ ମୁକ୍ତ କରାଯିବ ନାହିଁ।

କତାର ବିଦେଶ ମନ୍ତ୍ରୀ ମାଜିଦ୍ ଅଲ-ଅନସାରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଜାରି ପୋଷ୍ଟରେ କହିଛନ୍ତି କି, ଯୁଦ୍ଧ ବିରାମ ରବିବାର ସ୍ଥାନୀୟ ସମୟାନୁସାରେ, ସକାଳ ୮.୩୦ ଟା ସମୟ (ଭାରତୀୟ ସମୟାନୁସାରେ ଦ୍ୱିପ୍ରହର ୧୨ଟା)ରୁ ପ୍ରଭାବୀ ହେବ, ଏବଂ ଲୋକଙ୍କୁ ସାବଧାନତା ଅବଲମ୍ୱନ କରିବା ଓ ଅଧିକାରୀଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିବାକୁ ପରାମର୍ଶ ଦେଇଛନ୍ତି। ଏହା ପୂର୍ବରୁ ଶନିବାର ସକାଳେ ଇସ୍ରାଏଲର ମନ୍ତ୍ରିମଣ୍ଡଳ ଗାଜାରେ ଯୁଦ୍ଧ ବିରାମ ଚୁକ୍ତିକୁ ମଞ୍ଜୁରୀ ଦେଇଛି, ଯେଉଁଥିରେ ଅନେକ ପଣବନ୍ଦୀଙ୍କୁ ମୁକ୍ତି ହୋଇ ପାରେ ଏବଂ ହମାସ ସହ ୧୫ ମାସରୁ ଜାରି ଯୁଦ୍ଧରେ ବିରାମ ଲାଗିପାରେ। ଆଶା କି, ଏଥିରେ ଉଭୟ ପକ୍ଷ ନିଜର ସବୁ ଘାତକ ଓ ବିନାଶକାରୀ ସଂଘର୍ଷକୁ ସମାପ୍ତ କରିବାକୁ ଖୁବ୍‌ ନିକଟତର ହୋଇଯିବେ। 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.