ନୂଆଦିଲ୍ଲୀ, ୨୨।୩: ଭାରତ-ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଚିନ୍ତା ଜାରି ରହିଛି । ଅନ୍ୟପଟେ ଭାରତୀୟ ବାୟୁସେନାକୁ ସହଯାଗର ହାତ ବଢ଼ାଇଛି ଆମେରିକା । ଆମେରିକୀୟ ବିମାନ ଇଞ୍ଜିନ ନିର୍ମାତା GE ଏହି ମାସ ଶେଷ ସୁଦ୍ଧା ୯୯ଟି GE-୪୦୪ ଇଞ୍ଜିନ ମଧ୍ୟରୁ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (HAL)କୁ ପ୍ରଥମ ଇଞ୍ଜିନ କରିବାକୁ ଯାଉଛି । ୨ ବର୍ଷ ବିଳମ୍ୱ ପରେ ଏହି ଇଞ୍ଜିନ ଭାରତକୁ ଦେଉଛି ଆମେରିକା । ଯାହା ଭାରତୀୟ ବାୟୁସେନାକୁ ବଡ଼ ଆଶ୍ୱସ୍ତି ଦେବ । ଏହି ପଦକ୍ଷେପ ତେଜସ୍ ଏମ୍‌କେ 1A କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବ, ଯାହା ଅଧିନରେ ଭାରତୀୟ ବାୟୁସେନାକୁ  ୮୩ଟି ବିମାନ ଯୋଗାଇ ଦିଆଯିବ । ଏହି ବିମାନଟି ମାର୍ଚ୍ଚ ୨୦୨୪ରେ ପ୍ରଥମ ଉଡ଼ାଣ ଭରିଥିଲା, କିନ୍ତୁ ସେତେବେଳେ ନୂତନ ଇଞ୍ଜିନ ବଦଳରେ ରିଜର୍ଭ ଇଞ୍ଜିନ ବ୍ୟବହାର କରାଯାଇଥିଲା ।   

HAL ଦ୍ୱାରା ଏହି ବିମାନଗୁଡ଼ିକୁ ଦେବାରେ ବିଳମ୍ୱକୁ ନେଇ ବାୟୁସେନା ପୂର୍ବରୁ ଚିନ୍ତା ପ୍ରକାଶ କରିସାରିଛି । ପ୍ରଥମ ଇଞ୍ଜିନଟି ବର୍ତ୍ତମାନ ପରୀକ୍ଷଣ ପର୍ଯ୍ୟାୟରେ ଅଛ, ଏହି ମାସ ଶେଷ ସୁଦ୍ଧା HALକୁ ପଠାଯାଇପାରେ । ଏହାପରେ ୨୦୨୫ରେ ୧୨ଟି ଇଞ୍ଜିନ ଏବଂ ତା’ ପରେ ପ୍ରତିବର୍ଷ ୨୦ଟି ଇଞ୍ଜିନ ଯୋଗାଇବାର ଯୋଜନା ଅଛି । ୨୦୨୧ ମସିହାରେ ୭୧୬ ମିଲିୟନ ଡଲାରର ଚୁକ୍ତି ଅନୁଯାୟୀ, GE-୯୯ଟି F-404 ଇଞ୍ଜିନ ଯୋଗାଣ କରିବାକୁ ଥିଲା । ମହାମାରୀ ସମୟରେ ଯୋଗାଣ ଶୃଙ୍ଖଳ ସମସ୍ୟା ଏବଂ ପୁରୁଣା ଯୋଗାଣକାରୀ ବନ୍ଦ ହୋଇଯିବା ଯୋଗୁଁ ଏବା ବିଳମ୍ୱିତ ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ, ବର୍ତ୍ତମାନ ପ୍ରଥମ ଇଞ୍ଜିନର ପରୀକ୍ଷଣ ଚାଲିଛି ଏବଂ ମାର୍ଚ୍ଚ ଶେଷ ସୁଦ୍ଧା ଏହାକୁ HALକୁ ହସ୍ତାନ୍ତର କରାଯିବ ।