ହରଭଙ୍ଗା, ୨୫।୫ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଉପରକଟା ତାରିଣୀ ମନ୍ଦିର ପ୍ରାଙ୍ଗଣରେ  ବ୍ଲକ ସ୍ତରୀୟ ନିଖିଳ ଉତ୍କଳ ଶୁଣ୍ଢୀ ସମାଜ ର ଏକ ବାର୍ଷିକ ସାଧାରଣ ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ହରଭଙ୍ଗା ବ୍ଲକ ଶୁଣ୍ଢୀ ସମାଜର ସଭାପତି ଅକ୍ଷୟ ସାହୁଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଶୁଣ୍ଢୀ ସମାଜର ସଭାପତି ହାଡ଼ିବନ୍ଧୁ ସାହୁ, ପଡ଼ୋଶୀ କନ୍ଧମାଳ ଜିଲ୍ଲା ଶୁଣ୍ଢୀ ସମାଜର ସଭାପତି ବିଜୟ ସାହୁ, ବୌଦ୍ଧ ଜିଲ୍ଲା ଶୁଣ୍ଢୀ ସମାଜର ସଭାପତି ଭୋଳାଗିରି ସାହୁ, ହରଭଙ୍ଗା ବ୍ଲକ ଶୁଣ୍ଢୀ ସମାଜର ଉପସଭାପତି ରବି ନାରାୟଣ ପ୍ରଧାନ, ସମ୍ପାଦକ ପ୍ରଦୀପ୍ତ ସାହୁ, କୋଷାଧକ୍ଷ କାର୍ତ୍ତିକେଶ୍ୱର ସାହୁ ଯୋଗ ଦେଇଥିଲେ।

ସମ୍ପାଦକ ପ୍ରଦୀପ୍ତ ସାହୁ ବାର୍ଷିକ ବିବରଣୀ ସହିତ ଆୟ ବ୍ୟୟ ହିସାବ ଆଗତ କରିଥିଲେ। ରାଷ୍ଟ୍ର ଗଠନ ରେ କେମିତି ଶୁଣ୍ଢୀ ସମାଜ ର ଭୂମିକା ରହିବା ସହିତ ଏକ ସୁସ୍ଥ ସମାଜ ଗଠନ ଓ ଶୁଣ୍ଢୀ ସମାଜ ର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ସମସ୍ତେ ନିଜ ନିଜର ସୁ ଚିନ୍ତିତ ମତା ମତ ଦେଇଥିଲେ।ତା ସହିତ ବାଲ୍ୟ ବିବାହ ପ୍ରଥା କୁ ପ୍ରଶ୍ରୟ ନ ଦେବା ଓ ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ଉକ୍ତ ବୈଠକରେ ବ୍ଲକ ର ତଳଗାଁ, ଗୋଛାସାହି, ବଦଳାସାହି, ମାଧପୁର, ରାଣିଗଞ୍ଜ, ଆଡ଼େନିଗଡ଼, ଚାରିଛକ, ପୁରୁଣାକଟକ, ଉପରକଟା ଛତ୍ରଙ୍ଗ, କୁସଙ୍ଗ,ଭବାନୀପୁର, ସାଲକଟା ଅଞ୍ଚଳ ର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଉପସଭାପତି ରବିନାରାୟଣ ପ୍ରଧାନ ଉପସ୍ଥିତ ଅତିଥି ଓ ସଦସ୍ୟ ମାନଙ୍କୁ ଧନ୍ୟବାଦ ଦେଇଥିଲେ।