ଖୋର୍ଦ୍ଧା-୮/୧୨ : ବୋଲଗଡ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ରଙ୍ଗଣି ସାହିରେ ଏକ ଜଳାଶୟରେ ପଡି ଗତ ୩ ତାରିଖରେ ଶିଶୁକନ୍ୟାର ମୃତ୍ୟୁ ଘଟିଛି। ମୃତ ଶିଶୁ ଜଣକ ହେଲେ ବୋଲଗଡ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ରଙ୍ଗଣି ସାହି ମୌଜାର ପରମାନନ୍ଦ ପଲେଇଙ୍କ ଝିଅ। ଏ ସମ୍ପର୍କରେ ବୋଲଗଡ ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।
ବୋଲଗଡ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମ ରଙ୍ଗଣି ସାହି ମୌଜାର ପରମାନନ୍ଦ ପଲେଇଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ବାରି ପଛ ପଟେ ସ୍ୱର୍ଗତ ଉଦୟନାଥ ମହାପାତ୍ରଙ୍କ ଏକ ଜମି ରହିଛି। ତାଙ୍କ ପରିବାର ଅଜ୍ଞାତ ସାରରେ ସେହି ଜମିରୁ ମିଥୁନ ପାଇକରାୟ ଗତ ୩ ବର୍ଷ ତଳେ ରାସ୍ତା କାମ ପାଇଁ ମୋରମ ଖନନ କରି ଅନ୍ୟତ୍ର ନେଇ ଯାଇଥିଲେ। ଫଳରେ ସେହି ଜମିରେ ୧୦ ଫୁଟ ର ଏକ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ବର୍ଷା ଜଳ ପୂର୍ଣ୍ଣ ହୋଇ ରହିଥିଲା l ସେହି ଜଳାଶୟରେ ମିଥୁନ ପାଇକରାୟ , କୃଷ୍ଣ ଚନ୍ଦ୍ର ତାଡ଼ ଙ୍କ ସହାୟତାରେ ମାଛ ଚାଷ କରିଛନ୍ତି।
ଯାହା ଫଳରେ ଗତ ୩ ତାରିଖରେ ପରମା ନନ୍ଦ ପଲେଇଙ୍କ ଦୁଇ ବର୍ଷର ଶିଶୁ କନ୍ୟା ଖେଳୁଥିବା ସମୟ ରେ ଜଳାଶୟ ପଡି ମୃତ୍ୟୁ ବରଣ କରିଥିଲା। ଉକ୍ତ ଜଳାଶୟରେ ସୁରକ୍ଷା ପ୍ରାଚୀର ନ ଥିବାରୁ ଏହାକୁ ନେଇ ବୋଲଗଡ ତହସିଲ ଓ ଥାନାରେ ଆରିକମା ସରପଞ୍ଚ ପ୍ରମୋଦ କୁମାର ରାଉତରାୟଙ୍କ ସମେତ ମୃତ ଶିଶୁ କନ୍ୟା ର ପିତା ପରମାନନ୍ଦ ପଲେଇ ବୋଲଗଡ଼ ଥାନା ରେ ମିଥୁନ ପାଇକରାୟ ଙ୍କ ନାମରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କ ରେ ବୋଲଗଡ ଥାନା ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି ।