ତୁରେକେଲା, ୨୩/୦୯(ଆପ୍ର) : ତୁରେକେଲା ଥାନା ମହଖଣ୍ଡ ଗାଁରେ ଜଣେ ଯୁବତୀ ନିଜ ଘରେ ଆତ୍ମହତ୍ୟା କରିଛି। ଆତ୍ମହତ୍ୟା କରିଥିବା ଯୁବତୀ ଜଣକ ହେଲେ ସୁନୀତା ମାଝି।  ତେବେ ସେ କାହିଁକି ଆତ୍ମହତ୍ୟା କଲେ ତାହା ଜଣା ପଡିନାହିଁ। ତୁରେକେଲା ପୋଲିସ ଖବର ପାଇ ମୃତଦେହ ଉଦ୍ଧାର କରିଛି। ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର  ତଦନ୍ତ କରାଯାଉଥିବା ଥାନା ଅଧିକାରୀ ରାକେଶ ବେହେରା ସୂଚନା ଦେଇଛନ୍ତି।