ଫିରିଙ୍ଗିଆ, ୨୬।୧୦ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ପଞ୍ଚାୟତରେ ଥିବା ବାଡାଯୋଡି ଗାଁରେ ଗରମ ଭାତ ହାଣ୍ଡି ପାଣିରେ ପଡି ଶନିବାର ଜଣେ ୪ ବର୍ଷର ନାବାଳିକା ଗୁରୁତର ହୋଇଥିଲେ। ନାବାଳିକାଙ୍କୁ ଚିକିତ୍ସା ପାଇଁ ବହ୍ମପୁର ବଡ଼ ମେଡିକାଲକୁ ନେବା ବେଳେ ବାଟରେ ମୃତ୍ୟୁ ହୋଇଛି।
ବାଡାଯୋଡି ଗାଁ ର ବାଦେଶ୍ୱର କହଁରଙ୍କ ଝିଅ ରାଜଶ୍ରୀ କହଁର ଶନିବାର ଘରେ କେହି ନଥିବା ସମୟରେ ଅସାବଧାନତା ଯୋଗୁଁ ରୋଷେଇ ଘରେ ଚୁଲିରେ ବସିଥିବା ଭାତ ହାଣ୍ଡିରେ ପଡି ଯାଇଥିଲେ I ଫଳରେ ନାବାଳିକାର ଶରୀରର ପ୍ରାୟ ୪୫ ଭାଗ ପୋଡି ଯାଇଥିଲା। ପରିବାର ଲୋକେ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥଇଲେ I ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା I ଏହି ସମୟରେ ନାବାଳିକାର ମୃତ୍ୟୁ ହୋଇଥିଲା। ରବିବାର ନାବାଳିକାର ମୃତଦେହ ଗାଁ ବାଡାଯୋଡିରେ ପହଞ୍ଚିବା ପରେ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି।