ଭୁବନେଶ୍ବର, ୬।୧ : କଟକ ମାଣିକଘୋଷ ବଜ଼ାରରେ ନାବାଳିକାଙ୍କୁ ଛୁରା ମାଡ।  ନାବାଳିକା ଜଣକ ରାସ୍ତାରେ ଛିଡା ହୋଇଥିବା ବେଳେ ଏକତରଫା ପ୍ରେମକୁ ନେଇ ଛୁରାମାଡ଼ ହୋଇଛି।  ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ପ୍ରଥମେ ସିଟି ହସ୍ପିଟାଲ ଓ ପରେ ଏସସିବି ପଠାଯାଇଛି।

ନାବାଳିକା ଜଣକ ରାସ୍ତାରେ ଛିଡା ହୋଇଥିବା ବେଳେ ଚୌଧୁରୀ ବଜାର ଅଞ୍ଚଳର ଜଣେ ଯୁବକ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଛି। ଯୁବତୀଙ୍କ ମୁଣ୍ଡ ଓ ଡାହାଣ ହାତରେ ଗଭୀର ଆଘାତ ଲାଗିଛି ।  ପୁରୀଘାଟ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏକ ତରଫା ପ୍ରେମକୁ ନେଇ ଉତକ୍ଷିପ୍ତ ହୋଇ ଆକ୍ରମଣ କରିଥିବା କଥା କହିଛନ୍ତି ନାବାଳିକାଙ୍କ ଦାଦା।