ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ହାଇଡ୍ରାମା: ଯୁବକଙ୍କୁ ଚାପୁଡା ଉପରେ ଚାପୁଡା ପିଟିଲେ ଯୁବତୀ

Published By : Prameya | November 22, 2024 10:41 AM

ଭୁବନେଶ୍ୱର,୨୨/୧୧: ମଞ୍ଚେଶ୍ୱର ଶିଳ୍ପ ଅଞ୍ଚଳରେ ସାଂଘାତିକ ହାଇଡ୍ରାମା ଦେଖିବାକୁ ମିଳିଛି । ରାସ୍ତା ଉପରେ ଜଣେ ଯୁବକଙ୍କ ଗାଲକୁ ପିଟିଛନ୍ତି ଯୁବତୀ ଜଣଙ୍କ । ଏହି  ହାଇଡ୍ରାମା ଦୀର୍ଘ ସମୟ ଧରି ଚାଲିଥିଲା । ବାଟରେ ଯାଉଥିବା ଲୋକମାନେ ତାଜୁବ  ହୋଇ ଚାହିଁଥିଲେ । ଏଥିପାଇଁ ଟ୍ରାଫିକ୍‌ ଜାମ୍‌ ହୋଇଥିଲା । ଖବର ପାଇ ପୁଲିସ୍‌  ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ନେଇ ଥାନାକୁ ଯାଇଥିଲା । 

ସୂଚନା  ମୁତାବକ, ରାତି ପ୍ରାୟ ୮ଟା ବେଳେ  ମଞ୍ଚେଶ୍ୱର ଶିଳ୍ପାଅଞ୍ଚଳରେ ଥିବା ଏକ  ଘରୋଇ ହସ୍ପିଟାଲ୍‌ ସମ୍ମୁଖରେ ବାଇକ୍‌  ନେଇ ପହଞ୍ଚିଥିଲେ ଜଣେ ଯୁବକ । ସେଠାରେ କାମ କରୁଥିବା ଜଣେ  ଯୁବତୀଙ୍କୁ ଖୋଜିବା ସହ ପାଟିତୁଣ୍ଡ  କରୁଥିଲେ । ଏହି ସମୟରେ ଜଣେ ଯୁବତୀ ସେଠାରେ ପହଞ୍ଚିଥିଲେ ।  ଆଉ ଯୁବକ ଜଣଙ୍କୁ କହିଥିଲେ, ଏଠି  ଆସି ମୋ ଇଜ୍ଜତ ସହ ଖେଳୁଛି... ।  ମୋତେ ବଦନାମ କରୁଛି...। ମୁଁ  ତୋଠୁ କେତେବେଳେ ଟଙ୍କା ନେଲି ?  କ’ଣ ଭାବିଛୁ.... । ଏହା ପରେ ଯୁବକ ଜଣଙ୍କ କିଛି କହିବା ଆଗରୁ  ଯୁବତୀ ଜଣଙ୍କ ତାଙ୍କୁ ଚାପୁଡା ଉପରେ ଚାପୁଡା ସେକି ଦେଇ ଯାଇଥିଲେ । ଏ ସବୁ ଦୃଶ୍ୟକୁ କିଛି ଲୋକ ନିଜ ମୋବାଇଲ୍‌ରେ ରେକର୍ଡିଂ କରୁଥିଲେ ।  ଖବର ପାଇ ପୁଲିସ ଘଟଣା ସ୍ଥଳରେ  ପହଞ୍ଚି ଉଭୟଙ୍କୁ ଥାନାକୁ ନେଇଥିଲା ।  ତେବେ ଏନେଇ ଉଭୟ ପକ୍ଷରୁ କେହି  ଥାନାରେ ଅଭିଯୋଗ କରି ନ ଥିବା ଥାନା  ଅଧିକାରୀ ମୃତ୍ୟୁଞ୍ଜୟ ସ୍ୱାଇଁ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.