ପୁରୀ,୦୬/୧୨; ଗତ ୧୧ ବର୍ଷରେ ଭାରତ ବିକାଶ ଯାତ୍ରରେ ବଡ଼ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ ଉର୍ଜା ଉତ୍ପାଦନ ଏବଂ ଆବଣ୍ଟନ କ୍ଷେତ୍ରରେ ଦେଖିବାକୁ ମିଳିଛି । ୨୦୧୬ ପୂର୍ବରୁ ଦେଶରେ ପ୍ରତି ଘର ଏବଂ ଉଦ୍ୟୋଗକୁ ବିଜୁଳି ପ୍ରଦାନ କରିବା ଏକ ଚ୍ୟାଲେଞ୍ଜ ଥିଲା । ବିଜୁଳି ଉତ୍ପାଦନ ଯଥେଷ୍ଟ ନଥିଲା । ଗାଁରେ ଘଣ୍ଟା ଘଣ୍ଟା ବିଜୁଳି କାଟ ହେଉଥିଲା । ବିଜୁଳି ଉତ୍ପାଦନ କମ ଥିବାରୁ ଦେଶରେ ବ୍ୟବସାୟ ପ୍ରଭାବିତ ହୋଇଛି । ଗତ ୧୧ ବର୍ଷରେ ଏହି ସମସ୍ୟାରେ ସୁଧାର ଆସିଛି । ପ୍ରଧାନମନ୍ତ୍ରୀ ଏବଂ ଶକ୍ତି ବିଭାଗର ଦୂରଦୃଷ୍ଟି ପାଇଁ ଏହା ସମ୍ଭବ ହୋଇଛି । ଉର୍ଜା କ୍ଷେତ୍ରରେ ସମଗ୍ର ବିଶ୍ୱ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇଛି ପ୍ରଦୂଷଣକୁ ଧ୍ୟାନରେ ରଖି ପାରମ୍ପରିକ ଥର୍ମାଲ ପାୱାର ଜେନେରେସନ ନବୀକରଣ ଦିଗରେ ବଢିବାର ଆବଶ୍ୟକତା ରହିଛି । ଖୁବଶୀଘ୍ର ଏ ଟାର୍ଗେଟ ହାସଲ ହେବ ।​​​​​​​ ଆଗକୁ ବଢିବାକୁ ହେଲେ କୌଣସି ଦେଶ ତଥା ରାଜ୍ୟକୁ ପର୍ଯ୍ୟାପ୍ତ ଶକ୍ତି ଜରୁରୀ  ପୁରୀରେ ଗ୍ଲୋବାଲ ଏନର୍ଜି ଲିଡର୍ସ ସମ୍ମିଳନୀର ଉଦ୍‌ଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

​​​​​​​
ସମିଟ୍ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, '' ଗତ ୧୧ ବର୍ଷରେ ଭାରତ ଶକ୍ତି କ୍ଷେତ୍ରରେ ଦ୍ରୁତ ଉନ୍ନତି ହୋଇଛି । ଘରେ ଘରେ ବିଜୁଳି ପହଞ୍ଚାଇବାକୁ ଯୋଜନା କରାଯାଉଛି । ଆଜି ଦେଶରେ ବିଜୁଳିର ଅଭାବ କମିଛି । ୨୦୨୪-୨୫ରେ ବିଜୁଳି ଅଭାବ ୦.୧ % ରହିଛି । ଆଜି ଦେଶ ବିଜୁଳି ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭର ହୋଇଛି । ପ୍ରତି ଲୋକ ପିଛା ବଜୁଳି ସଂରକ୍ଷଣ ୪୫.୮ ପ୍ରତିଶତ ହୋଇଛି ଯାହା ଦେଶ ପାଇଁ ପ୍ରଗତିର ସଙ୍କେତ ହୋଇଛି । ଶକ୍ତି କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ବଢିଛି । ନିରନ୍ତର କାମ କରୁଛି । ''

ଶକ୍ତି ସଞ୍ଚୟ ଆଲୋଚନା ପାଇଁ ପୁରୀରେ ଏକାଠି ହୋଇଛନ୍ତି ହେଭିୱେଟ୍ । ସମ୍ମିଳନୀରେ ସାମିଲ ହୋଇଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀଓ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଶକ୍ତି ଓ ଅକ୍ଷୟ ଊର୍ଜ୍ଜା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସମିଟ୍‌ରେ ଉପସ୍ଥିତ ହୋଇଛନ୍ତି ।