ପ୍ରମୂଖ ଖବର
  • ରାଉରକେଲା : ପାରିବାରିକ କଳହର କରୁଣ ପରିଣତି , ୨ ଝିଅକୁ ବିଷ ଦେଇ ନିଜେ ବିଷ ପିଇଲା ମା’
  • ||
  • ରାଜ୍ୟରେ ଖୋଲିବ ୫ ନୂଆ ଏନସିସି ଛାତ୍ରୀ ବାଟାଲିୟନ
  • ||
  • ଆମେରିକାର ପୋଲ୍ ଖୋଲିଲା ଏହି ରିପୋର୍ଟ, ଇରାନର କେବଳ ଗୋଟିଏ ପରମାଣୁ ଠିକଣା ହୋଇଥିଲା ଧ୍ବଂସ
  • ||
  • ବିନିକା : ମହାନଦୀରୁ ମିଳିଲା ଏକ କୁଇଣ୍ଟାଲର ବୋଦା ମାଛ
  • ||
  • ପ୍ରତିବନ୍ଧକର ଧମକ ଦେଇଥିଲେ ନାଟୋ ମୁଖ୍ୟ, କଡ଼ା ଜବାବ ଦେଲା ଭାରତ
  • ||
  • ଏଫଏମ କଲେଜ ଘଟଣା ପରେ ଆକ୍ସନରେ ସରକାର; ଜିଏମ୍ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ଗିରଫ
  • ||
  • କଣ୍ଟାବଞ୍ଜି: ରାୟପୁର- ବିଶାଖପାଟଣା ପାସେଞ୍ଜର ଟ୍ରେନର ଏକ ବଗିର ଯାନ୍ତ୍ରିକ ତ୍ରୁଟି,ଦୀର୍ଘ ସମୟ ଧରି ଅଟକିଥିଲା ଟ୍ରେନ
  • ||
  • ନୂଆପଡ଼ା : ସାହାଜଟ ସେବାଶ୍ରମରେ ଅଘଟଣ, ଗଛରେ ଝୁଲି ପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର
  • ||
  • କେନ୍ଦ୍ରାପଡ଼ା : ଖରସ୍ରୋତାକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଓଡ଼ିଶା ବନ୍ଦ; ସାଲେପୁର କଂଗ୍ରେସରେ ଫାଟ, ସମର୍ଥକଙ୍କ ମଧ୍ୟରେ ଛକାପଞ୍ଝା
  • ||
  • କୋଣାର୍କ : ଓଡ଼ିଶା ବନ୍ଦ ଡାକରାର ପ୍ରଭାବ; ପର୍ଯ୍ୟଟକଶୂନ୍ୟ କୋଣାର୍କ ଓ ଚନ୍ଦ୍ରଭାଗା
  • ||
  • କଳାହାଣ୍ଡି : କେସିଙ୍ଗାରେ ଓଡିଶା ବନ୍ଦ ପ୍ରଭାବ, ସହରର ସମସ୍ତ ଦୋକାନ ବଜାର ସହ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ
  • ||
  • ଆଲାସ୍କା ଦ୍ୱୀପରେ ୭.୩ ତୀବ୍ରତାର ଭୂମିକମ୍ପ ଅନୁଭୂତ, ସୁନାମି ଚେତାବନୀ ଜାରି
  • ||
  • ସପିଂ ମଲରେ ଭୟଙ୍କର ଅଗ୍ନିକାଣ୍ଡ; ଜିଅନ୍ତା ଜଳି ୫୦ ମୃତ, ଅନେକ ଆହତ
  • ||
  • ଖଲ୍ଲିକୋଟ : ୧୬ ନଂ ଜାତୀୟ ରାଜପଥ ନାରାୟଣୀ ଛକରେ ଓଲଟିଲା କାର୍, ଜଣେ ମୃତ ୮ ଗୁରୁତର
  • ||
  • ଓଡ଼ିଶା ବନ୍ଦ, ଚକଅଖ ଜାମ୍, ସକାଳ ୬ରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ, ବାମପନ୍ଥୀ ଦଳ
  • ||
  • ଗୁରୁବାରଠୁ କମିବ ବର୍ଷାର ପରିମାଣ, ୨୩ ଜିଲ୍ଲାରେ ବଜ୍ରଘାତ ଆଶଙ୍କା; ୨୦ରୁ ଅନେକ ସ୍ଥାନରେ ବର୍ଷା ସମ୍ଭାବନା
  • ||

ଏ ବର୍ଷ ମାନ୍ଦାବସ୍ଥା ଆଶଙ୍କା: ବିଶ୍ୱରେ ତେଜିବ ଦର୍‌ଦାମ, ବଢ଼ିବ ବେକାରି ସଂଖ୍ୟା

Published By : Prameya | April 5, 2025 9:55 AM

ନୂଆଦିଲ୍ଲୀ,୦୫/୦୪: ବିଶ୍ୱର ସର୍ବବୃହତ୍‌ ଅର୍ଥବ୍ୟବସ୍ଥା ଆମେରିକାରେ ବଢ଼ିଯାଇଛି ମାନ୍ଦାବସ୍ଥା ଆଶଙ୍କା । ବିଭିନ୍ନ ଦେଶଗୁଡ଼ିକ ଉପରେ ରାଷ୍ଟ୍ରପତି ଡୋନାଲ୍ଡ  ଟ୍ରମ୍ପଙ୍କ ନୂଆ ଶୁଳ୍କ ନୀତି ପରେ ୱାଲ୍‌ ଷ୍ଟ୍ରିଟ୍‌ରେ ବଢ଼ିଯାଇଛି ଆର୍ଥିକ ଚିନ୍ତା । କେତେକ ବଡ଼ ବଡ଼ ବ୍ୟାଙ୍କ ମାନ୍ଦାବସ୍ଥା  ନେଇ ପୂର୍ବାନୁମାନ କଲେଣି ।  

ଟ୍ରମ୍ପ ବୁଧବାର ରାତିରେ ଭାରତ  ସମେତ ୬୦ରୁ ଅଧିକ ଦେଶ ଉପରେ  ଯେସାକୁ ତେସା ଶୁଳ୍କ ଲଗାଇବାକୁ  ଘୋଷଣା କରିଥିଲେ । ଏହା ଯୋଗୁ  ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କା ତେଜିଛି ।  ଉକ୍ତ କାରଣରୁ ଗୁରୁବାର ବିଶ୍ୱବ୍ୟାପୀ ସେୟାର ବଜାରଗୁଡ଼ିକରେ ପତନ  ଦେଖିବାକୁ ମିଳିଥିଲା ଏବଂ ୱାଲ୍‌ଷ୍ଟ୍ରିଟ୍‌  ନିବେଶକଙ୍କ ୨.୪ ଟ୍ରିଲିୟନ ଡଲାର ସ୍ୱାହା  ହୋଇଯାଇଥିଲା ।  

ଲଗାତର ଦ୍ୱିତୀୟ ଦିନ କାରବାର ଦିବସରେ ଭାରତୀୟ ଇକ୍ୱିଟି ବଜାରରେ ହ୍ରାସ ଦେଖିବାକୁ ମିଳିଛି । ଶୁକ୍ରବାର କାରବାର ଶେଷରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ସେନ୍‌ସେକ୍ସ  ୯୦୦ରୁ ଅଧିକ ପଏଣ୍ଟ ଖସିଯାଇଛି ।  ଫଳରେ ନିବେଶକଙ୍କୁ ୯.୫ ଲକ୍ଷ କୋଟି  ଟଙ୍କାର ଝଟ୍‌କା ଲାଗିଛି ।  ବ୍ଲୁମ୍‌ବର୍ଗର ଏକ ରିପୋର୍ଟ ଅନୁସାରେ, ଆମେରିକାର ପ୍ରମୁଖ ବ୍ୟାଙ୍କ ଜେ.ପି.  ମୋର୍ଗାନ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ବ୍ରୁସ୍‌  କାସ୍‌ମ୍ୟାନ୍‌ କହିଛନ୍ତି ଯେ, ୨୦୨୫ରେ  ବିଶ୍ୱ ଆର୍ଥିକ ମାନ୍ଦାବସ୍ଥାର ୬୦% ସମ୍ଭାବନା  ରହିଛି । 

ସେ କହିଛନ୍ତି ଯେ, ଏହି ଟିକସ  ବୃଦ୍ଧିର ପ୍ରଭାବ ଆହୁରି ବଢ଼ିପାରେ ।  ଏହି ପ୍ରଭାବ ରାଷ୍ଟ୍ରଗୁଡ଼ିକର ପାଲଟା ଶୁଳ୍କ  ହମ୍‌ଲା,ଆମେରିକାରେ ବ୍ୟବସାୟିକ  ସେଣ୍ଟିମେଣ୍ଟ ଖସିବା ଏବଂ ଯୋଗାଣ  ଶୃଙ୍ଖଳରେ ବ୍ୟବଧାନ ଉପରେ ନିର୍ଭର  କରିବ । ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ବି ସମାନ ଧରଣ ଚିନ୍ତା ପ୍ରକାଶ କରିଛି । ଆଗାମୀ ୧୨  ମାସରେ ମାନ୍ଦାବସ୍ଥା ସମ୍ଭାବନା ୩୫% ଥିବା  ଏହା ପ୍ରକାଶ କରିଛି । 

ଗୋଲ୍‌ଡମ୍ୟାନ୍‌ ସାଚ୍‌ସ ୨୦୨୫ ପାଇଁ  ବିଶ୍ୱ ଜିଡିପି ଅଭିବୃଦ୍ଧି ଅନୁମାନକୁ କମାଇ ୧% କରିଦେଇଛି । ବେକାରି ହାର ୪.୫% ପର୍ଯ୍ୟନ୍ତ ବଢ଼ିବ ବୋଲି ଏହା ଅନୁମାନ  କରିଛି । ଗୋଲ୍‌ଡମ୍ୟାନ୍‌ର ରିପୋର୍ଟରେ  କୁହାଯାଇଛି ଯେ, ମାନ୍ଦାବସ୍ଥା ସମ୍ଭାବନାରେ ବୃଦ୍ଧି ଗତ ମାସକରେ ପାରିବାରିକ ଏବଂ  ବ୍ୟବସାୟିକ ବିଶ୍ୱାସରେ ହୋଇଥିବା  ହ୍ରାସକୁ ଦର୍ଶାଉଛି । ଟାରିଫ୍‌ ଘୋଷଣା ପରେ  ଆର୍ଥିକ ବଜାରଗୁଡ଼ିକରେ ହ୍ରାସ ଘଟିଛି । ଉପଭୋକ୍ତାଙ୍କ ଭରସା ବି ଖସିଛି । 

ୟୁନିଭର୍ସିଟି ଅଫ୍‌ ମିଚିଗାନ୍‌ର ଏକ ସର୍ଭେ ଅନୁସାରେ, ମହାମାନ୍ଦାବସ୍ଥା ପରେ ଏବେ ସବୁଠାରୁ ଅଧିକ ଆମେରିକୀୟ  ବେକାରି ହାର ବଢ଼ିବାର ଆଶଙ୍କା ରହିଛି । ମୁଡିସ୍‌ ଆନାଲିଟକ୍ସର ମୁଖ୍ୟ ଅର୍ଥନୀତିଜ୍ଞ ମାର୍କ ଜାଣ୍ଡି ମାନ୍ଦାବସ୍ଥା ସମ୍ଭାବନାକୁ ୧୫% ରୁ ବଢ଼ାଇ ୪୦% କରିଦେଇଛନ୍ତି । 

ସେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘ଏକ୍ସ’ରେ  ଲେଖିଛନ୍ତି ଯେ, ଦ୍ରୁତ ବେଗରେ ବଢୁଥିବା  ବାଣିଜ୍ୟ ଯୁଦ୍ଧ ଏବଂ ସରକାରୀ ଖର୍ଚ୍ଚରେ  ହ୍ରାସ ଏହାର କାରଣ । ବିଶ୍ୱ ଅର୍ଥବ୍ୟବସ୍ଥା  ପାଇଁ ଟ୍ରମ୍ପଙ୍କ ୨୫%ର ଅଟୋ ଟାରିଫ୍‌  ଏବଂ ରାଷ୍ଟ୍ରଗୁଡ଼ିକର ସମ୍ଭାବ୍ୟ ପାଲଟା  ଶୁଳ୍କ ହମ୍‌ଲା ରିସ୍କ ସାଜିବ ବୋଲି ଜାଣ୍ଡି  କହିଛନ୍ତି ।  

ବିତ୍ତୀୟ ଆହ୍ୱାନଗୁଡ଼ିକ ସତ୍ତେ୍ୱ ଟ୍ରମ୍ପ  ନିଜର ଶୁଳ୍କ ରଣନୀତିରେ ଅଟଳ ରହିଛନ୍ତି ।  ତାଙ୍କ ମୁତାବକ ଟାରିଫ୍‌ ଦ୍ୱାରା ପ୍ରତିବର୍ଷ  ଆମେରିକାକୁ ୬୦୦୦୦ କୋଟି ଡଲାରର  ରାଜସ୍ୱ ମିଳିବ । କିନ୍ତୁ ଅର୍ଥନୀତିଜ୍ଞମାନେ  ଏହି ଦାବିକୁ ଖଣ୍ଡନ କରିଛନ୍ତି । ଏମାନେ  କହିଛନ୍ତି ଯେ, ଏହାର ବୋଝ ଉପଭୋକ୍ତା  ଏବଂ କମ୍ପାନିଗୁଡ଼ିକ ଉପରେ ପଡ଼ିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.