ପ୍ରମୂଖ ଖବର
  • ‘ଭାରତ ଡେଡ୍ ଇକୋନୋମି ନୁହେଁ, ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା’
  • ||
  • ଏସ୍ଆଇଆର ଲାଗି ନିର୍ବାଚନ ଆୟୋଗଙ୍କୁ ୨ ବର୍ଷ ସମୟ ମାଗିଲେ ପଶ୍ଚିମବଙ୍ଗ ସରକାର
  • ||
  • ଶନିବାର କୋରାପୁଟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବାଙ୍କବିଜାରେ ବାଣ୍ଟିବେ ସୁଭଦ୍ରା କିସ୍ତି ଟଙ୍କା
  • ||
  • ଅଶାନ୍ତ ଶ୍ରୀକ୍ଷେତ୍ର, ପୂର୍ବ ଶତ୍ରୁତାରୁ ପୁରୀରେ ବୋମାମାଡ଼
  • ||
  • ଭୁବନେଶ୍ୱର : ଶ୍ୱଶୁର ଘରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ଗଞ୍ଜାମ : ସ୍କୁଟି କଣ୍ଟେନରରେ ଅଗ୍ନିକାଣ୍ଡ, ଜଳିଗଲା ୧୦୦ ସ୍କୁଟି
  • ||
  • ଭୁବନେଶ୍ଵର : ରାଜ୍ୟରେ ବର୍ଦ୍ଧିତ ଅପରାଧକୁ ନେଇ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ, ଡାକିଲେ ଜରୁରୀ ବୈଠକ
  • ||
  • ପଟ୍ଟାମୁଣ୍ଡାଇ ଯୁବତୀ ଜୀଅନ୍ତା ଜଳିଯିବା ମାମଲା : ବ୍ଲାକମେଲର ପୁରୁଷ ବନ୍ଧୁ ଅଟକ, ଚେନ୍ନାଇରୁ ଓଡ଼ିଶା ଆଣୁଛି ପୁଲିସ
  • ||
  • ଶୁକ୍ରବାର ରାଜ୍ୟବ୍ୟାପୀ କଂଗ୍ରେସ ପାଳିବ ବିଶ୍ୱ ଆଦିବାସୀ ଦିବସ, ରବିବାର କଂଗ୍ରେସ ଭବନରେ ହେବ ସଭା
  • ||
  • ଓଟିଇଟି ଲିକ୍‌ କେଳେଙ୍କାରୀର ଖୋଲିବ ଗୁମର, ରିମାଣ୍ଡରେ ଆସିବେ ଜିତନ୍, ବିଜୟ,ସୋମବାରଠୁ ଚାଲିବ ଜେରା
  • ||
  • ଭାରତ ସହିତ ବାଣିଜ୍ୟ ଆଲୋଚନାକୁ ଟ୍ରମ୍ପଙ୍କ ପ୍ରତ୍ୟାଖ୍ୟାନ, କହିଲେ ଟାରିଫ୍ ବିବାଦର ସମାଧାନ ନହେବା ଯାଏ କିଛି ହେବନି
  • ||
  • ଅସ୍ତବ୍ୟସ୍ତ କରୁଛି ଗରମ ସାଙ୍ଗକୁ ଗୁଳୁଗୁଳି: ୧୩ ତାରିଖରେ ଲଘୁଚାପ, ୨୦ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସମ୍ଭାବନା
  • ||
  • ପାଞ୍ଚ ଦିନରେ ପାଞ୍ଚ ଜିଲ୍ଲା ବୁଲିବେ ଉପମୁଖ୍ୟମନ୍ତ୍ରୀ, ଆଜି କୋଟିଆରେ ‘ସୁଭଦ୍ରା’ ସମୀକ୍ଷା କରିବେ
  • ||
  • ବଲାଙ୍ଗୀର : ନାଳକୁ ଖସିଲା ବାଇକ୍‌; ଜଣେ ମୃତ, ୨ ଗୁରୁତର
  • ||

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ନେଇ ଉତ୍ସାହିତ ଚୀନ, ଭାରତର ପ୍ରଶଂସାରେ ଶତମୁଖ ଗ୍ଲୋବାଲ୍ ଟାଇମ୍ସ

Published By : Tapas Panda | August 8, 2025 7:53 PM

Image Courtesy: indiatvnews

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଟାରିଫ ବୋମାକୁ ନେଇ ଏବେ ସମଗ୍ର ବିଶ୍ବରେ ଚର୍ଚ୍ଚା ଓ ଚିନ୍ତା । ଏହାର ପ୍ରଭାବ ଏବେ ଚୀନ୍‌ ଏବଂ ଭାରତରେ ମଧ୍ୟ ପଡ଼ିଛି । ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ତେବେ ଭାରତ ଉପରେ ଅତିରିକ୍ତ ଟାରିଫ ଲଗାଇବା ପରେ ଆମେରିକାକୁ ଟାର୍ଗେଟ କରିଥିଲା ଚୀନ୍‌ । ସେପଟେ ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ମାସ ଶେଷରେ ଚୀନ୍‌ ଗସ୍ତ କରିବେ ଏବଂ ସେଠାରେ ଏସସିଓ ବୈଠକରେ ସାମିଲ ହେବେ।

ଟ୍ରମ୍ପଙ୍କ ଟାରିଫ ମାଡ଼ ସମୟରେ ଭାରତ ଓ ଚୀନ୍‌ ମଧ୍ୟରେ ସଂପର୍କ ସୁଦୃଢ଼ ହୋଇପାରେ ବୋଲି ଆଶା କରାଯାଉଛି । ଏହାକୁ ନେଇ ଚୀନ୍‌ର ସରକାରୀ ମୁଖପତ୍ର ‘ଗ୍ଲୋବାଲ ଟାଇମ୍ସ’ ମଧ୍ୟ ଦୁଇ ଦେଶର ସଂପର୍କକୁ ନେଇ ଏକ ସଂପାଦକୀୟ ପ୍ରକାଶ କରିଛି । ଏଥିରେ ହିନ୍ଦୁ ଧର୍ମରେ ପ୍ରଚଳିତ ଲୋକ କଥାକୁ ସାମିଲ କରିଛି । ଗ୍ଲୋବାଲ ଟାଇମ୍ସରେ ଲେଖା ହୋଇଛି, ‘ତୁମ ଭାଇର ଡଙ୍ଗା ପାର କରିବାରେ ସାହାଯ୍ୟ କର... ତୁମର ଡଙ୍ଗା ମଧ୍ୟ କୂଳରେ ପହଞ୍ଚିଯିବ।’ ଗ୍ଲୋବାଲ୍ ଟାଇମ୍ସ ଏହାକୁ ଆମେରିକା ଦ୍ୱାରା ଆରମ୍ଭ ହୋଇଥିବା ଶୁଳ୍କ ଯୁଦ୍ଧ ମଧ୍ୟରେ ଭାରତ-ଚୀନ୍ ସମ୍ପର୍କକୁ ମଜଭୁତ କରିବା ପାଇଁ ଏକ ଭଲ ସୁଯୋଗ ବୋଲି କହିଛି ।

ଚୀନର ପ୍ରମୁଖ ଖବରକାଗଜ ଗ୍ଲୋବାଲ ଟାଇମ୍ସ ଲେଖିଛି ଯେ, ଭାରତୀୟ ଗଣମାଧ୍ୟମ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୩୧ରୁ ସେପ୍ଟେମ୍ବର ୧ ମଧ୍ୟରେ ତିଆନଜିନରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଚୀନ ଗସ୍ତ କରିବାକୁ ଯୋଜନା କରୁଛନ୍ତି । ଯଦି ଏହି ଗସ୍ତ ହୁଏ, ତେବେ ଏହା ୭ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ଚୀନ ଗସ୍ତ ହେବ । ଯଦିଓ ଏହି ଖବର ଏପର୍ଯ୍ୟନ୍ତ ଚୀନ୍ ଏବଂ ଭାରତର ସରକାରୀ ଏଜେନ୍ସି ଦ୍ୱାରା ନିଶ୍ଚିତ କରାଯାଇ ନାହିଁ, ତଥାପି ଏହା ପ୍ରକାଶ ପାଇବା ମାତ୍ରେ ଅନ୍ତର୍ଜାତୀୟ ସମୁଦାୟର ବ୍ୟାପକ ଦୃଷ୍ଟି ଆକର୍ଷଣ କରିଛି । 

ଆମେରିକୀୟ ପତ୍ରିକା 'ଦି ଡିପ୍ଲୋମାଟ୍'ରେ ଖବର ପ୍ରକାଶ ପାଇଛି ଯେ, ଗତ ଦଶନ୍ଧୀରେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କ ନିକଟତର ହୋଇଛି ଏବଂ ପରେ ଖରାପ ହୋଇଛି ।  ଏବେ ଆଉ ଏକ ନୂତନ ଆଲୋଚନାର ସମୟ ଆସିଛି।

ସେପଟେ ଗ୍ଲୋବାଲ୍ ଟାଇମ୍ସ ଭାରତ ଏବଂ ଚୀନର ଅର୍ଥନୀତିକୁ ପ୍ରଶଂସା କରିଛି । କିନ୍ତୁ ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ‘ଡେଡ୍‌ ଇକୋନୋମି’ ବୋଲି କହିଥିଲେ । ଗ୍ଲୋବାଲ୍ ଟାଇମ୍ସ ଲେଖିଛି, ‘ଚୀନ ଏବଂ ଭାରତରେ ମିଳିତ ଭାବରେ ବିଶ୍ୱ ଜନସଂଖ୍ୟାର ଏକ ତୃତୀୟାଂଶ ଜନସଂଖ୍ୟା ରହିଛି । ଦୁଇ ଦେଶର ଅର୍ଥନୀତି ଏବଂ ବିଶ୍ୱରେ ପ୍ରଭାବ ନିରନ୍ତର ବୃଦ୍ଧି ପାଉଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ, ଚୀନ୍-ଭାରତ ସମ୍ପର୍କ ବିଶ୍ୱର ଧ୍ୟାନ ଆକର୍ଷଣ କରିବ ।’

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.