ପ୍ରମୂଖ ଖବର

ଡଙ୍ଗା ଭସାଇବାକୁ ଯାଇଥିଲେ, ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌

Published By : Harapriya Sethi | November 15, 2024 1:27 PM

ଭୁବନେଶ୍ୱର,୧୫/୧୧: କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସାଇବା ହେଲା କାଳ। ସକାଳୁ ସକାଳୁ ହେଲା ଛିନତାଇ। ମନ୍ଦିରରେ ଥିବା ବେଳେ ବୃଦ୍ଧାଙ୍କ ଠାରୁ ଝାମ୍ପିନେଲେ ୧୩ ଗ୍ରାମର ସୁନା ଚେନ୍‌ । ରାଜଧାନୀ ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅନ୍ତର୍ଗତ ବାଲୁଙ୍କେଶ୍ୱର ମନ୍ଦିରରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଲକ୍ଷ୍ମୀପ୍ରିୟା ପତି ନାମକ ଜଣେ ବୃଦ୍ଧା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବାକୁ ଯାଇଥିଲେ । ଏହି ସମୟରେ ବାଲୁଙ୍କେଶ୍ୱର ମନ୍ଦିରରେ ଦର୍ଶନ ପାଇଁ ଧାଡିରେ ଠିଆ ହୋଇଥିଲେ । ଏହାରି ଭିତରେ ଚୋର ତାଙ୍କ ଉପରେ ନଜର ରଖିଥିଲା । ଗହଳିର ସୁଯୋଗ ନେଇ ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇ ଫେରାର ହୋଇଥିଲେ । ଏହି ସମୟରେ ବୃଦ୍ଧା ଜଣକ ଚିତ୍କାର କରିଥିଲେ । କିନ୍ତୁ କେହି କିଛି ଜାଣିବା ପୂର୍ବରୁ ଚୋର ଫେରାର ହୋଇଥିଲେ । ପରେ ବୃଦ୍ଧା ଜଣକ ନୟାପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗ ଆଧାରରେ ପୋଲିସ ତନାଘନା ଜାରି ରଖିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.