ପ୍ରମୂଖ ଖବର
  • ଅପରେସନ ‘ସିନ୍ଦୂର’କୁ ନେଇ ଆସିପାରେ ବଡ଼ ସୂଚନା, ଅପରାହ୍ନ ୫ଟା ୩୦ରେ MEA ପ୍ରେସ୍‌ବ୍ରିଫ୍
  • ||
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଶ୍ୱ ଅର୍ଥନୀତିରେ ଅସ୍ଥିରତା, ଡଲାର ତୁଳନାରେ ଟଙ୍କା ଦୁର୍ବଳ: ଲକ୍ଷେ ଛୁଇଁଲା ସୁନା ଦର

Published By : Prameya | April 22, 2025 8:42 AM

ଭୁବନେଶ୍ୱର,୨୨/୦୪: ସୁନା  ଏବଂ ରୁପା ଦର ଦିନକୁ ଦିନ ନୂଆ ରେକର୍ଡ  ଛୁଇଁବାରେ ଲାଗିଛି । ଚୀନ୍‌-ଆମେରିକା ବାଣିଜ୍ୟ  ଯୁଦ୍ଧ ଏବଂ ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ମଧ୍ୟରେ ନିବେଶକ ଉଭୟ ଧାତୁରେ ମୋଟା  ଆକାରରେ ନିବେଶ କରୁଛନ୍ତି । ଏଥିସହିତ  ୧୦ ଗ୍ରାମ ପିଛା ସୁନା ଦର ପ୍ରଥମ ଥର ଲାଗି  ଐତିହାସିକ ରେକର୍ଡ ସ୍ତର ଲକ୍ଷେ ଟପିଛି । ମାନ୍ଦାବସ୍ଥା ଆଶଙ୍କା ଏବଂ ବିବାହ ଋତୁ ସୁନା  ଚାହିଦାରେ ଆଣିଛି ବଡ଼ ବୃଦ୍ଧି । ବିଶ୍ୱ ବଜାରରେ ଦେଖାଦେଇଥିବା ଅସ୍ଥିରତା ମଧ୍ୟରେ ନିବେଶର ସୁରକ୍ଷିତ ମାଧ୍ୟମ ପାଲଟିଛି ଏହି ହଳଦିଆ ଧାତୁ । ଚାହିଦା ବୃଦ୍ଧି ସହ ସୁନା ଦର ୯୯,୦୦୦ ଟଙ୍କା ପାର୍‌ କରିଛି ।  

ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ଗ୍ରାମ ପିଛା  ୨୪ କ୍ୟାରେଟ୍‌ ସୁନା ଦର ୧,୬୫୦ ଟଙ୍କା ବଢ଼ି  ୯୯,୮୦୦ ଟଙ୍କା ହୋଇଛି । ଲକ୍ଷେ ହେବାକୁ  ଆଉ ୨୦୦ ଟଙ୍କାର ଫରକ । ମାତ୍ର ସୁନାରେ ୩%  ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗିବା  ପରେ ଏହାର ଦର ୧,୦୦,୧୬୬ ଟଙ୍କା ଛୁଇଁଛି ।  ଅଖିଳ ଭାରତୀୟ ସରାଫା ସଂଘ ମୁତାବକ,  ଦିଲ୍ଲୀରେ  ୯୯.୯% ଶୁଦ୍ଧତାଯୁକ୍ତ ସୁନା ଦର  ୯୯,୮୦୦ ଟଙ୍କା ହୋଇଛି । ସେହିଭଳି ୯୯.୫%  ଶୁଦ୍ଧତାଯୁକ୍ତ ସୁନା ୧,୬୦୦ ଟଙ୍କା ବଢ଼ି ୯୯,୩୦୦  ଟଙ୍କା ହୋଇଛି । ଗତ ଡିସେମ୍ବର ୩୧ରୁ ବର୍ତ୍ତମାନ  ସୁଦ୍ଧା ସୁନା ଦର ମୋଟ ୨୦,୮୫୦ ଟଙ୍କା ବା  ୨୬.୪% ମହଙ୍ଗା ହୋଇଛି ।  

ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ  ସୋମବାର ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା  ଦର ୭୭୦ ଟଙ୍କା ବଢ଼ି ହୋଇଛି ୯୮,୩୫୦  ଟଙ୍କା । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌  ସୁନା ଦର ୭୦୦ ଟଙ୍କା ବଢ଼ିଛି । ଫଳରେ ଏହା  ୯୦,୧୫୦ ଟଙ୍କାରେ ପହଞ୍ଚିଛି ।  

ସୁନା ଦର ବଢ଼ିବାର ଅନେକ କାରଣ  ରହିଛି । ଆମେରିକାର ଶୁଳ୍କ ନୀତି ଯୋଗୁ  ବାଣିଜ୍ୟ ଯୁଦ୍ଧ ଭୟଙ୍କର ହେବାର ଆଶଙ୍କା ରହିଛି । ଫଳରେ ଅର୍ଥନୀତିର ଗତି ଧୀମା ହୋଇପାରେ ।  ବିଶ୍ୱ ମାନ୍ଦାବସ୍ଥା ଆଶଙ୍କା ବଢ଼ିଯାଇଛି । ଏଭଳି  ପରିସ୍ଥିତିରେ ଲୋକେ ସୁନାରେ ନିବେଶ  ବଢ଼ାଉଛନ୍ତି।  

ସେହିଭଳି ଡଲାର ତୁଳନାରେ ଟଙ୍କା ଦୁର୍ବଳ  ହେବା ଦ୍ୱାରା ସୁନା ଦରରେ ବୃଦ୍ଧି ଘଟୁଛି । କାରଣ  ଯେତେବେଳେ ଟଙ୍କା ଦୁର୍ବଳ ହୁଏ, ସେତେବେଳେ  ଆମଦାନିରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ ।  ଏ ବର୍ଷ ଟଙ୍କାର ବିନିମୟ ମୂଲ୍ୟରେ ପାଖାପାଖି  ୪% ହ୍ରାସ ଘଟିଛି । ଫଳରେ ସୁନା ଦର ଉପରେ  ଚାପ ବୃଦ୍ଧି ପାଇଛି । 

ବିବାହ ଋତୁ ପାଖେଇ ଆସିଲାଣି । ଏଭଳି  ସମୟରେ ସୁନା ଗହଣା ଚାହିଦା ବୃଦ୍ଧି ପାଇଛି । ଏହା  ମଧ୍ୟ ଦରକୁ ଊଦ୍ଧ୍ୱର୍ମୁଖୀ କରିବାର ଅନ୍ୟ ଏକ କାରଣ । ନିବେଶ ଲାଗି ସୁରକ୍ଷିତ ମାଧ୍ୟମ ହେବା ସହ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଏହି ଧାତୁକୁ ମହଙ୍ଗା କରୁଥିବା ବଜାର  ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଖାଲି ସୁନା ନୁହେଁ, ରୁପା ଦର ମଧ୍ୟ ଦ୍ରୁତ ବେଗରେ ବଢ଼ିଚାଲିଛି । 

ଭୁବନେଶ୍ୱରରେ କିଲୋଗ୍ରାମ ପିଛା  ରୁପା ଦର ୧,୦୦୦ ଟଙ୍କା ବଢ଼ି ୧,୧୧,୦୦୦  ଟଙ୍କାରେ ପହଞ୍ଚିଥିବା ଜଣାପଡ଼ିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.