ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଦୋକାନରୁ ଘରକୁ ଫେରିବାବେଳେ ଲୁଟ୍‌, ବନ୍ଧୁକ ଦେଖାଇ ସୁନା ଭର୍ତ୍ତି ବ୍ୟାଗ୍‌ ନେଇଗଲେ ଦୁର୍ବୃତ୍ତ

Published By : Harapriya Sethi | March 2, 2025 10:06 AM

ଭୁବନେଶ୍ୱର,୦୨/୦୩: ବନ୍ଧୁକ ଦେଖାଇ ସୁନା ବ୍ୟବସାୟୀଙ୍କଠାରୁ ନେଇଗଲେ ସୁନା ବ୍ୟାଗ୍ । ଯାଜପୁର ଧର୍ମଶାଳା ଥାନା ଅଧୀନ ନରସିଂହପୁର ନିକଟରେ ସୁନା ବ୍ୟବସାୟୀଙ୍କଠୁ ସୁନା ଲୁଟି ନେଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ଛାନ୍‌ଭିନ୍‌ ଜାରି ରଖିଛି ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ । 

ସୂଚନା ମୁତାବକ, ଉପେନ୍ଦ୍ର ସାହୁ ସୁନା ଦୋକାନ କରିଥିବା ବେଳେ କାମ ସାରି ରାତିରେ ଘରକୁ ଫେରୁଥିଲେ । ସେହି ସମୟରେ ନରସିଂହପୁର ନିକଟରେ ୬ ଜଣ ଦୁର୍ବୃତ୍ତ ଆସି ଉପେନ୍ଦ୍ରଙ୍କୁ ବନ୍ଧୁକ ଦେଖାଇ ସୁନା ଲୁଟି ନେଇଥିଲେ । ଲୁଟେରା ମାନେ ପାଖାପାଖି ୧୫୦ ଗ୍ରାମ ସୁନା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟାଗ୍‌ରେ ଥିବା ସୁନା ଅଳଙ୍କାର ସହ କିଛି କାଗଜପତ୍ର ମଧ୍ୟ ଦୁର୍ବୃତ୍ତ ମାନେ ନେଇ ଯାଇଛନ୍ତି । ଏନେଇ ଥାନାରେ ଅଭିଯୋଗ କରିଥିଲେ ଉପେନ୍ଦ୍ର ସାହୁ । ଅଭିଯୋଗ ଆଧାରରେ ଘଟଣା ସ୍ଥଳରେ ଧର୍ମଶାଳା ଓ ବ୍ରହ୍ମବରଦା ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.