ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବାଂଶପାଳ ଜଳଡିହା ଜଙ୍ଗଲରେ ଗଚ୍ଛିତ ଅଛି ସୁନା, ସଂଗ୍ରହ ହେଲା ନମୁନା

Published By : Rasmita Pradhan | October 17, 2024 12:43 PM

ବାଂଶପାଳ, ୧୭/୧୦ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକର ଜଳଡିହା ଗାଁରେ ହେବ ସୁନାଖଣି। ସରକାର ସମୁଦାୟ ୨୫ଟି ସ୍ଥାନରୁ ୧୧ଟି ସ୍ଥାନରେ ସୁନାର ନମୂନା ସଂଗ୍ରହ କରିଛନ୍ତି। ଜଳଡିହା ସୁନାଖଣି ଜଙ୍ଗଲରେ ୮୦ମିଟର ମାଟିତଳେ ଉନ୍ନତ ମାନର ସୁନା ଗଚ୍ଛିତ ଥିବା ସୂଚନା ମିଳିବା ପରେ ଏଠାରେ ସୁନାଖଣି ହେବା ନେଇ ଆଶା ପ୍ରକାଶ ହୋଇଛି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଛନ୍ତି।

ବାଂଶପାଳ ବ୍ଲକ ତରମାକାନ୍ତ ପଞ୍ଚାୟତର ଜଳଡିହା ଗାଁ ନିକଟ ଜଙ୍ଗଲରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ମାଟି ତଳୁ ସୁନାର ନମୁନା ସଂଗ୍ରହ କରାଯାଉଛି। ବର୍ତ୍ତମାନ ଏଠାରେ ୨ଟି ସ୍ଥାନରେ ସୁନାର ନମୁନା ସଂଗ୍ରହ କାର୍ଯ୍ୟ ଜାରି ରହିଥିବା ବେଳେ, ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଜଙ୍ଗଲର ୨୫ଟି ସ୍ଥାନ ଖୋଳି ସୁନାର ନମୁନା ସଂଗ୍ରହ କରାଯିବା ବୋଲି ସୂଚନା ମିଳିଛି। ଏଠାରୁ ସଂଗୃହିତ ସୁନାର ନମୁନା ଭଲ ବୋଲି ଜଣାପଡିଛି। ଯାହାକୁ ନେଇ ଜଳଡିହା ଗାଁରେ ସୁନାଖଣି ହେବା ନେଇ ଆଶା ପ୍ରକାଶ ପାଇଛି।

ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଲୋକେ ରୋଜଗାର ପାଇଁ ମୁଖ୍ୟତଃ ବଣଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। ବହୁ ବର୍ଷ ପୂର୍ବରୁ ଲୋକେ ଏହି ଜଙ୍ଗଲର ମାଟିତଳୁ ସୁନା ସଂଗ୍ରହ କରୁଥିବା ଯୋଗୁଁ ଏହି ଜଙ୍ଗଲର ନାଁ ସୁନାଖଣି ଜଙ୍ଗଲ ରହିଛି। ୮୦ଦଶକରୁ ସରକାରଙ୍କ ଦ୍ବାରା ଏହି ଜଙ୍ଗଲରେ ସୁନାର ନମୁନା ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇ କିଛି ବର୍ଷ ଧରି ବନ୍ଦ ରହିଥିଲା। ହେଲେ, ଗତ ୨ବର୍ଷ ଧରି ଏଠାରେ ଜିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ସୁନାର ନମୁନା ସଂଗ୍ରହ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ଏଠାକାର ସୁନାର ମାନ ଉନ୍ନତ ଧରଣର ଜଣାପଡିବା ପରେ, ଲୋକଙ୍କ ମନରେ ଏଠାରେ ସୁନାଖଣି ହେବା ନେଇ ଆଶା ସଞ୍ଚାର ହୋଇଛି। ତେବେ ୮୦ ମିଟର ଡ୍ରିଲିଂ କରିବା ପରେ ଏଠାରୁ ସଂଗୃହିତ ହେଉଥିବା କୋର୍ ଗୁଡିକୁ କଲିକତା ସ୍ଥିତ ଲାବୋରେଟରୀକୁ ପରୀକ୍ଷା ପାଇଁ ପଠାଯାଉଛି। ପରୀକ୍ଷା ପରେ କେତେ ପରିମାଣର ସୁନା ଅଛି ଜଣା ପଡିବ ବୋଲି ଜିଏସଆଇ ପକ୍ଷରୁ ସୂଚନା ମିଳିଛି। ତେବେ ଜଳଡିହା ଗାଁରେ ସୁନାଖଣି ହେଲେ, କେନ୍ଦୁଝର ଜିଲ୍ଲା ତଥା ରାଜ୍ୟର ବିକାଶରେ ନୂଆ ଅଧ୍ୟାୟ ଯୋଡି ହେବ ବୋଲି ମତ ପ୍ରକାଶ ପାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.